ସାମ୍ନା କୁ ଆସିଲା ବାଂଲାଦେଶୀ ଯୁବତୀ ମାରିୟମ୍ ଙ୍କ ଅସଲି ମିଛ, ଜଣାନ୍ତୁ ପୁରା ଘଟଣା

 
Mariyam

ପୁଣିଥରେ ଚର୍ଚ୍ଚାରେ ସୀମାପାର ପ୍ରେମ! ଆଜ୍ଞା ହଁ ବିଗତ ଦିନରେ ଅଞ୍ଜୁ ପ୍ରେମ ପାଇଁ ପାକିସ୍ତାନ ଯିବା ଭଳି ଖବର ସାମ୍ନାକୁ ଆସିଥିଲା। ଏବେ ଜଣେ ବାଂଲାଦେଶୀ ଯୁବତୀ ପ୍ରେମ ପାଇଁ ଓଡ଼ିଶା ଆସିଥିବା ଖବର ସାମ୍ନାକୁ ଆସିଛି। ରୁମା ମାରିୟମ ନାମକ ଏହି ଯୁବତୀ ବାଲେଶ୍ୱର ଆସି ବିରେନ୍ଦ୍ର ପ୍ରତାପ ଭଞ୍ଜ ନାମକ ଜଣେ ଯୁବକଙ୍କୁ ବିବାହ କରିଥିବା ନେଇ କହିଥିଲେ।

Mariyam

ଏଥିନେଇ ରୁମା ଥାନାରେ ଅଭିଯୋଗ କରିଥିବା ବେଳେ ଏବେ କିନ୍ତୁ ତାଙ୍କର ମିଛ ପଦାରେ ପଡିଛି। ପ୍ରକୃତରେ ରୁମା କେବଳ ବିରେନ୍ଦ୍ରଙ୍କର ପ୍ରେମିକା ତାଙ୍କୁ ବିବାହ କରି ନାହାନ୍ତି ବୋଲି ଏତଲାରେ ଲେଖିଛନ୍ତି। ସେମାନେ ବିଗତ ୬ ବର୍ଷ ହେବ ଏକାଠି ରହି ଆସୁଥିବା ବେଳେ ଏବେ ବିରେନ୍ଦ୍ର ଧରା ଛୁଆଁ ଦେଉନଥିବା ନେଇ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ବିରେନ୍ଦ୍ର ପୂର୍ବରୁ ବିବାହିତ ଅଟନ୍ତି। ରୁମାଙ୍କ ସହିତ ସମ୍ପର୍କରେ ରହିବା ବେଳେ ଏହି କଥା ସେ ଲୁଚାଇ ରଖିଥିଲେ। ଏବେ ୫ ଦିନ ହେବ ରୁମା ଓଡ଼ିଶାରେ ଅଛନ୍ତି। ବିରେନ୍ଦ୍ରକୁ ଖୋଜିବାକୁ ପ୍ରୟାସ କରାଯାଉଥିବା ବେଳେ ତାଙ୍କର ଧରାଛୁଆଁ ମିଳୁନାହିଁ। ପୋଲିସ ମଧ୍ୟ ଏହି ମାମଲାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି।

Ruma

ବିରେନ୍ଦ୍ରଙ୍କର ପୁରୁଣା ପ୍ରେମ ଏବେ ତାଜା ହେଉଥିବା ବେଳେ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ବିରେନ୍ଦ୍ରଙ୍କ ପତ୍ନୀ ଏବେ କୁଆଡେ ଶାଶୂଘର ଛାଡ଼ି ବାପଘରକୁ ଚାଲିଯାଇଥିବା ଜଣାପଡିଛି। ଏବେ ରୁମାଙ୍କ ଅଭିଯୋଗ ଏବଂ ତାଙ୍କ ବ୍ୟକଗ୍ରାଉଣ୍ଡକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ମାମଲା ଆଗକୁ କେଉଁ ରୂପ ନେଉଛି ତାହା ଜାଣିବା ବାକି ରହିଛି।

ଆହୁରି ପଢ଼ନ୍ତୁ:- ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ