ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

ଆରମ୍ଭ ହୋଇଯାଇଛି ପିକନିକ୍ ଓ ବଣଭୋଜି କରିବାର ସମୟ। ଆଗକୁ ଆସୁଛି ନୂଆବର୍ଷ। ଏବେ ସବୁଆଡେ ମଜା ମସ୍ତି କରିବାର ମାହୋଲ। ଏମିତିରେ ଦେଖିବାକୁ ଗଲେ ସହର ବା ଗାଁ ଠାରୁ ଟିକେ ଦୂରକୁ ଚାଲିଯାଇ କୌଣସି ନଦୀକୂଳ ବା ସବୁଜିମା ଘେରା ପରିବେଶରେ ବୁଲିବା ଓ ଭୋଜି କରିବାର ଆନନ୍ଦ କିଛି ନିଆରା। ଆଜି ଆପଣଙ୍କୁ ଓଡିଶାର ଏମିତି କିଛି ସ୍ଥାନ ବିଷୟରେ ବତେଇବୁ ଯାହା ଆପଣଙ୍କ ନୂଆ ବର୍ଷକୁ ମଜାଳିଆ କରିଦେବ। ୧) ଦାରଜିଙ୍ଗ:
 
ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

ଆରମ୍ଭ ହୋଇଯାଇଛି ପିକନିକ୍ ଓ ବଣଭୋଜି କରିବାର ସମୟ। ଆଗକୁ ଆସୁଛି ନୂଆବର୍ଷ। ଏବେ ସବୁଆଡେ ମଜା ମସ୍ତି କରିବାର ମାହୋଲ। ଏମିତିରେ ଦେଖିବାକୁ ଗଲେ ସହର ବା ଗାଁ ଠାରୁ ଟିକେ ଦୂରକୁ ଚାଲିଯାଇ କୌଣସି ନଦୀକୂଳ ବା ସବୁଜିମା ଘେରା ପରିବେଶରେ ବୁଲିବା ଓ ଭୋଜି କରିବାର ଆନନ୍ଦ କିଛି ନିଆରା। ଆଜି ଆପଣଙ୍କୁ ଓଡିଶାର ଏମିତି କିଛି ସ୍ଥାନ ବିଷୟରେ ବତେଇବୁ ଯାହା ଆପଣଙ୍କ ନୂଆ ବର୍ଷକୁ ମଜାଳିଆ କରିଦେବ।

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

୧) ଦାରଜିଙ୍ଗ: ଦାଜିଲିଙ୍ଗ ନୁହେଁ, ଏ଼ଆ ହେଉଛି ଓଡିଶାର ଦାଜିଲିଙ୍ଗ। ଶିଳ୍ପନଗରୀ ରାଉରକେଲା ଠାରୁ ମାତ୍ର ୫୧ କିଲୋମିଟର ଦୂରରେ ଅବସ୍ଥିତ ଦାରଜିଙ୍ଗ ବ୍ରାହ୍ମଣୀ ନଦୀ କୂଳରେ ଏକ ମନୋରମ ସ୍ଥାନ। ମାତ୍ର ୨ କିଲୋମିଟର ଦୂରରେ ରହିଛି ଦେଓଧର ଗଣ୍ଡ। ଏହି ସ୍ଥାନରେ ବଣଭୋଜି କରିବାର ମଜା କିଛି ଅଲଗା।

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

୨) ସପ୍ତଶଯ୍ୟା: ଢେଙ୍କାନାଳ ସହରଠାରୁ ମାତ୍ର ୧୧ କିମି ଦୂରରେ ଅବସ୍ଥିତ ସପ୍ତଶଯ୍ୟା ପାହାଡ ଏକ ପ୍ରସିଦ୍ଧ ପିକିନିକ୍ ସ୍ଥଳ। ପାହାଡ ଉପରକୁ ଯିବା ପାଇଁ ରାସ୍ତା ଅଛି। ଶାନ୍ତ ଓ ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ ଶପ୍ତଶଯ୍ୟା ଏକ ପ୍ରମୁଖ ଆକର୍ଷଣ। ପାହାଡ ଶିଖରରେ ଅବସ୍ଥିତ ସପ୍ତ ଋଷି ମନ୍ଦିର ଓ ରଘୁନାଥ ମନ୍ଦିର ଯୋଗୁଁ ଅନେକ ସଂଖ୍ୟକ ପଯ୍ୟଟକ ଏଠାକୁ ଆସନ୍ତି।

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

୩) ଦାରିଙ୍ଗବାଡ଼ି: ବାସ୍ତବରେ ଏହା ହେଉଛି ଓଡିଶାର କାଶ୍ମୀର। ସମ୍ଭବତଃ ରାଜ୍ୟର ଏହା ଏକ ମାତ୍ର ସ୍ଥାନ ଯେଉଁଠାରେ ଶୀତଦିନେ ବରଫ ପଡିବାର ଦୃଷ୍ଟାନ୍ତ ରହିଛି। ଫୁଲବାଣୀ ଠାରୁ ୧୩୫ କିଲୋମିଟର ଦୂରରେ ଅବସ୍ଥିତ ଦାରିଙ୍ଗବାଡ଼ି ଏକ ଆକର୍ଷଣୀୟ ପିକନିକ ସ୍ଥଳ ଓ ମନୋରମ ଉପତ୍ୟକା।

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

୪) ତପ୍ତପାଣି: ଓଡିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ତପ୍ତପାଣି ସ୍ଥାନଟି ଉଭୟ ବଣଭୋଜି ଏବଂ ବୁଲାବୁଲି କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ। ଶୀତଦିନେ ଏଠାରେ ଉତ୍ତପ୍ତ ପାଣିରେ ଗାଧୋଇବାର ମଜା ହିଁ ନିଆରା। ଆଦିବାସୀ ଅଧିଷ୍ଠିତ ଏହି ଅଞ୍ଚଳରେ ଶୈବପୀଠ ଏବଂ ମୃଗବିହାର ଦେଖିବାକୁ ମିଳିବ। ସହରର ଶୋରଶବ୍ଦରୁ ବାହାରି ପ୍ରକୃତିର ବାତ୍ସା ପାଇବାକୁ ହେଲେ ତପ୍ତପାଣି ଯାଇପାରନ୍ତି। ବ୍ରହ୍ମପୁରଠାରୁ ୫୦ କି.ମି. ଦୂରତାରେ ଅବସ୍ଥିତ ତପ୍ତପାଣି।

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇପାରିବେ

୫) ଜିରାଙ୍ଗ ଏବଂ ଖସଡା: ଓଡିଶାରେ ନେପାଳର ମଜା ପାଇବାକୁ ଚାହୁଁଥିଲେ ଜିରାଙ୍ଗ ସ୍ଥାନଟି ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହେବ। ଗଜପତି ଜିଲ୍ଲାରେ ଥିବା ଏହି ଦୁଇଟି ସ୍ଥାନ ନବବର୍ଷ ପାଇଁ ଖୁବ୍ ଗହଳି ରହିଥାଏ। ଏଠାରେ ବୁଲିବା ପାଇଁ ଏବଂ ମନକୁ ଶାନ୍ତି ଦେଲା ଭଳି ପରିବେଶ ଆପଣଙ୍କୁ ବାରମ୍ବାର ଏଠାକୁ ଟାଣିଆଣିବ। ବୁଲାବୁଲି ପାଇଁ ବେଷ୍ଟ୍ ଥିବା ଏହି ସ୍ଥାନରେ ବଣଭୋଜି କରିବା ପାଇଁ ପାଖରେ ଥିବା ଖସଡା ଖୁବ୍ ଭଲ। ଝରଣାରୁ ବୋହି ଆସୁଥିବା ପାଣି ଏବଂ ଶାନ୍ତ ପରିବେଶର ଯୁଗଳବନ୍ଦୀ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣେ।