ଟଳିଲା ବଡ଼ ବିପଦ! ୪ ମିଟର ବଡ଼ ଗାତରେ ପଡିବାରୁ ବର୍ତ୍ତିଲା ରୋଭର, ନିଜେ ସବୁ ଜାଣିପାରୁଛି ରୋଭର ପ୍ରଜ୍ଞାନ୍ !
ସଫଳ ହୋଇଛି ଚନ୍ଦ୍ରଯାନ-୩, ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଛି ଭାରତ। ତେବେ, ଲ୍ୟାଣ୍ଡିଂ କରିବାର ମାତ୍ର କିଛି ସମୟ ପରେ ରୋଭର ଏକ ବଡ଼ ଦୁର୍ଘଟଣାର ଶିକାର ହେବାଠାରୁ ବର୍ତ୍ତିଯାଇଛି। ଲ୍ୟାଣ୍ଡିଂ କରିଥିବା ସ୍ଥାନ ଠାରୁ ମାତ୍ର କିଛି ଦୂରରେ ଏକ ୪ ମିଟରର ଗାତ ରହିଥିଲା। ଯେଉଁଥିରେ ରୋଭର ପଡ଼ିଯିବାର ଭୟ ରହିଥିଲା, କିନ୍ତୁ ଠିକ୍ ସମୟରେ ରୋଭରକୁ ଅଟକାଇ ଏହାର ଗତିପଥ ବଦଳାଇ ଦିଆଯାଇଥିଲା।
ଏହି ରୋଭରଟିକୁ ପରବର୍ତ୍ତୀ ସମୟରେ ଏକ ନୂଆ ଗତିପଥର କମାଣ୍ଡ ଦିଆଯିବା ପରେ ଏହା ଆଗକୁ ଯାଇପାରିଥିଲା। ରୋଭରରେ ଖଞ୍ଜିତ କ୍ୟାମେରାରେ ତାର ଗତିପଥର ଚିତ୍ର କଏଦ ହୋଇଛି। ଏହା ଚନ୍ଦ୍ରପୃଷ୍ଠରେ କିପରି ଦାଗ ଛାଡି ଛାଡି ଯାଇଛି ତାହାର ଏକ ଚିତ୍ର ରୋଭରରେ ଖଂଜିତ କ୍ୟାମେରାରେ କଏଦ ହୋଇଛି।
Chandrayaan-3 Mission:
— ISRO (@isro) August 28, 2023
On August 27, 2023, the Rover came across a 4-meter diameter crater positioned 3 meters ahead of its location.
The Rover was commanded to retrace the path.
It's now safely heading on a new path.#Chandrayaan_3#Ch3 pic.twitter.com/QfOmqDYvSF
ପ୍ରଥମେ ଲ୍ୟାଣ୍ଡର ଏବଂ ପରେ ଚନ୍ଦ୍ର ଚାରିପଟେ ବୁଲୁଥିବା ଅର୍ବିଟର ଜରିଆରେ ଏହି ଫଟୋ ସାଟେଇଲଟ୍କୁ ପଠାଯାଇଥିଲା। ପରେ ଇସ୍ରୋ ଏହି ଫଟୋକୁ ନିଜ ସୋସିଆଲ ମିଡିଆ ପେଜ୍ ଯୋଗେ ଜାରି କରିଛି। ଏଥିସହିତ ଆଗକୁ ଚନ୍ଦ୍ରପୃଷ୍ଠକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଆଶା ରହିଛି।
ଆହୁରି ପଢ଼ନ୍ତୁ:- ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର୍ ‘ପ୍ରଜ୍ଞାନ’ ନାମ ପଛର ରହସ୍ୟ ଜାଣନ୍ତି କି, କିଏ ଏହି ବିକ୍ରମ ଓ ପ୍ରଜ୍ଞାନ?