ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର୍ ‘ପ୍ରଜ୍ଞାନ’ ନାମ ପଛର ରହସ୍ୟ ଜାଣନ୍ତି କି, କିଏ ଏହି ବିକ୍ରମ ଓ ପ୍ରଜ୍ଞାନ?

 
Vikram pragyan

ଇତିହାସ ରଚିଲା ଚନ୍ଦ୍ରୟାନ-୩। ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ। ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ। ତେବେ ଏହାର ମୁଖ୍ୟ ଭୂମିକା ନିଭାଇବେ ବିକ୍ରମ ଲ୍ୟାଣ୍ଡର ଓ ରୋଭର୍ ପ୍ରଜ୍ଞାନ। ତେବେ ଆସନ୍ତୁ ଜାଣିବା ଏହାର ନାମ ପଛର ରହସ୍ୟ।

Lander rover

ଲ୍ୟାଣ୍ଡର ବିକ୍ରମ - ଲ୍ୟାଣ୍ଡର ବିକ୍ରମ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସାରବାଇଙ୍କ ନାମାନୁସାରେ ରଖାଯାଇଛି,ଯେ ଥିଲେ ଭାରତୀୟ ମହାକାଶ ବିଜ୍ଞାନର ଜନକ।ବର୍ତ୍ତମାନ ଭାରତ ମହାକାଶ ବିଜ୍ଞାନରେ ଯେଉଁ ଉନ୍ନତି ଲାଭ କରିଛି ସେଥିରେ ବିକ୍ରମ ସାରାବାଇଙ୍କ ଅବଦାନ ଅତୁଳନୀୟ। ଏପରି ଏକ ମହାନ୍ ବୈଜ୍ଞାନିକ ଆମକୁ ଗୁଜୁରାଟ ଅହମଦାବାଦରେ ମିଳିଥିଲେ। ଯେ କି ୧୯୧୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ବିକ୍ରମଙ୍କ ଦ୍ୱାରା ୧୯୪୭ ମସିହାରେ ଏକ ଫିଜିକାଲ ରିସର୍ଚ୍ଚ ଲବ୍ରୋଟୋରୀ ପ୍ରତିଷ୍ଠା କରଯାଇଥିଲା।

ରୋଭର୍ ପ୍ରଜ୍ଞାନ - ଏହାର ଅର୍ଥ ଜ୍ଞାନ। ଯାହା ସଂସ୍କୃତ ଶବ୍ଦରୁ ଆସିଛି। ଏହା ସୌରଶକ୍ତି ଦ୍ଵାରା ଚାଳିତ। ଯାହାର ଓଜନ ରହିଛି ୨୭ କିଲୋଗ୍ରାମ। ଏହାର ଗତି ସେକେଣ୍ଡ ପିଛା ୧ ସେଣ୍ଟିମିଟର ରହିଛି। ଏହାର ୬ଟି ଚକ ମଧ୍ୟ ଅଛି। ରୋଭରର ନାମ ପ୍ରଜ୍ଞାନ, ଯାହାର ଅର୍ଥ ହେଉଛି ବୁଦ୍ଧିମତା (wisdom)। ରୋଭରକୁ ଏହି ନାମ ଦିଆଯାଇଛି କାରଣ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଅନେକ ଜିନିଷ ବିଷୟରେ ସୂଚନା ସଂଗ୍ରହ କରିବାକୁ ରୋଭରକୁ ନିଜର ବୁଦ୍ଧି ବ୍ୟବହାର କରିବାକୁ ପଡିବ।

hbgb

ପ୍ରଜ୍ଞାନର କାମ ହେଉଛି ଲ୍ୟାଡରକୁ ତଥ୍ୟ ପ୍ରଦାନ କରିବା।ପରେ ଏହି ତଥ୍ୟକୁ ଲ୍ୟାଡର ଆର୍ଥ ଷ୍ଟେସନକୁ ପଠାଇଥାଏ। ପ୍ରଜ୍ଞାନରେ ୧ ମେଗାଫିକ୍ସେଲର ନାଭେକ୍ୟାମ୍ ଲାଗିଛି ଯାହା ଦ୍ୱାରା ପ୍ରଜ୍ଞାନ ଅଞ୍ଚଳ ଗୁଡ଼ିକର ଗଠନ ଜାଣି ପାରିଥାଏ। ପ୍ରଜ୍ଞାନ ର ଇଲେକଟ୍ରୋନିକ୍ ସିଷ୍ଟମ ଅତି ଉନ୍ନତ ଏବଂ ଏହା ଡିଜିଟାଲ ଏଲିଭେସନ୍ ମଡେଲରେ ପ୍ରସ୍ତୁତ।

 ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍‌ ବିକ୍ରମରେ ଦେଖିବାକୁ ମିଳିଛି 'ସୁନାର ଖୋଳପା'। ବର୍ତ୍ତମାନ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ସମସ୍ତଙ୍କ ନଜର ଲ୍ୟାଣ୍ଡର୍‌ ଉପରେ ପଡ଼ିଛି। ଏଥିରେ ଲାଗିଥିବା ସୁନେଲି ରଙ୍ଗର ଚାଦରକୁ ନେଇ ବଢିଛି ଉତ୍କଣ୍ଠା। ତେବେ ଏହାକୁ 'ମଲ୍ଟି-ଲେୟର୍‌ ଇନ୍‌ସୁଲେଟର୍‌' ବା ଏମ୍‌ଏଲ୍‌ଆଇ କୁହାଯାଏ।