ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ନିଯୁକ୍ତି: ITI, ଡିଗ୍ରୀ ଓ ଡିପ୍ଲୋମା ପ୍ରାର୍ଥୀ ଏମିତି ଭାବରେ କରିପାରିବେ ଆବେଦନ

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ / ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ / ଟ୍ରେଡ ଆପ୍ରେଣ୍ଟିସ୍ ଭାବରେ ଆପ୍ରେଣ୍ଟିସିପ୍ ଟ୍ରେନିଂ ଏକ ବର୍ଷ ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରୁଛି ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, 336 ଟି ପଦ ପୂରଣ ହେବ ଏବଂ ସୁନ୍ଦରଗଡ଼ର ବାସିନ୍ଦାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଗ୍ରାଧିକାର ଦିଆଯିବ ।
ଖାଲି ବିବରଣୀ :-
ଟ୍ରେଡ ଆପ୍ରେଣ୍ଟିସ୍ - 152
ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ - 136
ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ - 48
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଅନଲାଇନ୍ ଆବେଦନର ଆରମ୍ଭ ତାରିଖ - 29-08-2023
ଅନଲାଇନ୍ ଆବେଦନର ଶେଷ ତାରିଖ - 30-09-2023
ଯୋଗ୍ୟତା :-
ପ୍ରାର୍ଥୀମାନେ ITI / ଡିପ୍ଲୋମା / ଡିଗ୍ରୀ ଥିବା ଉଚିତ୍ ।
ବୟସ :-
ପ୍ରାର୍ଥୀଙ୍କର ସର୍ବନିମ୍ନ 18 ବର୍ଷ ଏବଂ ସର୍ବାଧିକ 24 ବର୍ଷ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।
ଷ୍ଟାଇପେଣ୍ଡ :-
ଆପ୍ରେଣ୍ଟିସ୍ ଆକ୍ଟ, 1961 ଅନୁଯାୟୀ ଶିକ୍ଷାର୍ଥୀମାନେ ମାସିକ ଷ୍ଟାଇପେଣ୍ଡ ପାଇବାକୁ ଯୋଗ୍ୟ ଅଟନ୍ତି ।
ଚୟନ ପ୍ରକ୍ରିୟା :-
ତାଲିମ ପାଇଁ ଆପ୍ରେଣ୍ଟିସ୍ ମାନଙ୍କ ଚୟନ ଯୋଗ୍ୟତା ଅନୁଯାୟୀ ହେବ, ଅର୍ଥାତ ଆବେଦନକାରୀଙ୍କ ଦ୍ୱାରା ପ୍ରାପ୍ତ ମାର୍କର ଶତକଡ଼ାକୁ ଧ୍ୟାନରେ ରଖି ହେବ I
ଅନଲାଇନ ରେଜିଷ୍ଟ୍ରେସନ୍ ପୂରଣ କରିବା ପୂର୍ବରୁ ଆବଶ୍ୟକତା :-
ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିବା ପୂର୍ବରୁ, ପ୍ରାର୍ଥୀମାନଙ୍କୁ ସରକାରୀ ନିମ୍ନଲିଖିତ ଅନଲାଇନ୍ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ ।
ଟ୍ରେଡ ଆପ୍ରେଣ୍ଟିସ୍ ପାଇଁ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରମୋସନ ସ୍କିମ୍ (NAPS) :- https://www.apprenticeshipindia.gov.in/
ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ / ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପାଇଁ ଜାତୀୟ ଆପ୍ରେଣ୍ଟିସିପ୍ ଟ୍ରେନିଂ ସ୍କିମ୍ (NATS) :- https://portal.mhrdnats.gov.in
ସୁନ୍ଦରଗଡ ଜିଲ୍ଲାର ବାସିନ୍ଦାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଗ୍ରାଧିକାର ଦିଆଯିବ । ଓଡିଶାର ଅନ୍ୟାନ୍ୟ ଜିଲ୍ଲା ତଥା ତା’ପରେ ଭାରତର ଅନ୍ୟାନ୍ୟ ସ୍ଥାନରୁ ଯୋଗ୍ୟ ଆବେଦନକୁ ବିଚାର କରାଯାଇପାରେ । ଚୟନ ପ୍ରକ୍ରିୟା ପରେ ଯଦି କୌଣସି ପଦ ଖାଲି ରହିଯାଏ ତେବେ ତାହା ସୁନ୍ଦରଗଡ ଜିଲ୍ଲା ବାସିନ୍ଦାଙ୍କ ଦ୍ୱାରା ପୂରଣ ହୋଇପାରିବ ନାହିଁ ।