ବଡ଼ ନିଯୁକ୍ତି ସୁଯୋଗ, SBIରେ ବାହାରିଲା ୬୦୦୦ ପଦବୀ, ଯୋଗ୍ୟତା ମାତ୍ର ଏତିକି ଦରକାର, ଏବେ ହିଁ କରନ୍ତୁ ଆବେଦନ

 
Sbi Job

SBI ତରଫରୁ ଜାରି ହେଲା ଏକ ବଡ ନିଯୁକ୍ତି। ପ୍ରାୟ ୬୦୦୦ ପଦବୀର ପୂରଣ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଆପ୍ରେନ୍ଟିସ ପୋଷ୍ଟର ପୂରଣ ନିମନ୍ତେ ରହିବ। ବର୍ତ୍ତମାନ ସମୟରେ ବିଦ୍ୟାର୍ଥୀ ମାନେ ବିଶେଷ କରି କମ୍ପିଟେଟିଭ ଏକଜାମରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଗ୍ରାଜୁଏସନ୍ ଶେଷ ପରେ ପରେ ଚାକିରୀ ଟିଏ ପାଇବା ସବୁ ଛାତ୍ର ଛାତ୍ରୀଙ୍କର ଲକ୍ଷ୍ୟ। ଯଦି ଆପଣ ବି ସେହି ବିଦ୍ୟାର୍ଥୀ ମଧ୍ୟରୁ ଜଣେ ତେବେ SBI ର ଏହି ନିଯୁକ୍ତିର ଲାଭ ଉଠାନ୍ତୁ।SBI ଭଳି ଏକ ପ୍ରତିଷ୍ଠିତ ବ୍ୟାଙ୍କରେ ଚାକିରୀ କରିବାର ସୁଯୋଗ ପାଆନ୍ତୁ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

Gvy

ରେଜିଷ୍ଟ୍ରେସନ ସମୟ ସୀମା:

  • ଆଜି ଅର୍ଥାତ୍ ସେପ୍ଟେମ୍ୱର ୧ତାରିଖରୁ ହିଁ ଆରମ୍ଭ ହୋଇ ଯାଇଛି  ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଯାହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀ ମାନେ ସମୟ ସୀମା ସରିବା ପୁର୍ବରୁ ରେଜିଷ୍ଟ୍ରେସନ୍ କରାଇ ନିଅନ୍ତୁ।

ରେଜିଷ୍ଟ୍ରେସନ ପ୍ରକ୍ରିୟା:

  • SBI ତରଫରୁ ମୋଟ ୬୧୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାର ରେଜିଷ୍ଟ୍ରେସନ୍ ପାଇଁ ଆପଣ SBI ର ୱେବସାଇଟ Sbi.co.in କୁ ଯାଇ ରେଜିଷ୍ଟ୍ରେସନ୍ କରାଇବା ହୁଅନ୍ତୁ।

ଯୋଗ୍ୟତା:

  • ଗ୍ରାଜୁଏସନ - ଆପଣ କୌଣସି ବି ସରକାରୀ ପ୍ରାପ୍ତ କଲେଜରୁ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ।

ପରୀକ୍ଷା ପ୍ରକ୍ରିୟା:

  • ଅକ୍ଟୋବର କିମ୍ୱା ନଭେମ୍ବରରେ ହୋଇପାରେ ଲିଖିତ ପରୀକ୍ଷା।ତେବେ ଏବେ ଠାରୁ ଆରମ୍ଭ କରି ନିଅନ୍ତୁ ପ୍ରସ୍ତୁତି।
  • ଏହି ପରୀକ୍ଷା ଟି ଅନଲାଇନରେ ହେବ।
  •  ପରୀକ୍ଷାର ମୋଟ ୧୦୦ଟି ପ୍ରଶ୍ନ ରହିବ। ୧୦୦ ଟି ପ୍ରଶ୍ନର ମୂଲ୍ୟ ମଧ୍ୟ ୧୦୦ ରହିବ।
  •  ପରୀକ୍ଷା ସମୟ ସୀମା - ୧ ଘଣ୍ଟା।
  • ପରୀକ୍ଷାର ଭାଷା - ଇଂରାଜୀ ଓ ଅନ୍ୟ ୧୩ଟି ଆଞ୍ଚଳିକ ଭାଷା ରହିବ।ଆସାମୀ ,ବଙ୍ଗାଳୀ, ଗୁଜରାଟୀ, ମରାଠୀ, ପଞ୍ଜାବୀ, କନ୍ନଡ, କୋଙ୍କଣୀ, ମାଲାୟାଲମ, ମଣିପୁରୀ,ଓଡ଼ିଆ, ତାମିଲ୍, ତେଲୁଗୁ,ଉର୍ଦ୍ଦୁ ଏବଂ ହିନ୍ଦୀ।

ରେଜିଷ୍ଟ୍ରେସନ ଫି:

  • ଜେନେରାଲ ଓ ଓବିସି,EWS ବର୍ଗ ପାଇଁ - ୩୦୦ଟଙ୍କା।
  • SC/ST/PWBD ବର୍ଗର ଲୋକଙ୍କ ପାଇଁ କୌଣସି ରେଜିଷ୍ଟ୍ରେସନ୍ ଫି ରହିବ ନାହିଁ l