ଦେଖନ୍ତୁ ଭିଡ଼ିଓ: ଆଖିରେ ଆଖିରେ ମହିଳା ପୋଲିସ କୁ ଇସାରା ଦେଉଥିଲା ରୋଡ଼ ରୋମିଓ, ହଠାତ ମାଡ଼ି ବସିଲା ପୋଲିସ ଆଉ….

 
Police

ଧୂମଧାମରେ ଚାଲିଥିଲା କାଳୀପୂଜା। ଲୋକେ ନିଜ ପରିବାର ସହିତ ମାଆଙ୍କୁ ଦର୍ଶନ କରିବା ସହିତ ବଜାର ବୁଲିବାକୁ ଆସିଥିଲେ। କିନ୍ତୁ, ସେମାନଙ୍କ ମଧ୍ୟରେ କିଛି ରୋଡ୍ ରୋମିଓ ମଧ୍ୟ ରହିଥିଲେ ଯାହାଙ୍କର କେବଳ ଗୋଟିଏ ଲକ୍ଷ୍ୟ। କେଉଁଠି ସୁନ୍ଦରୀ ଝିଅଟିଏ କିମ୍ବା ମହିଳାଙ୍କୁ ଦେଖିଲେ କମେଣ୍ଟ ମାରିବା ଏବଂ ଅଶ୍ଳୀଳ ଇଙ୍ଗିତ କରିବା।

Romeo

କିନ୍ତୁ, ଏଭଳି କରିବା ବୋଧେ ବହୁତ ଭାରି ପଡିଗଲା ଏହି ଯୁବକଙ୍କୁ। ଶେଷରେ ବନ୍ଧା ହେବା ସହିତ ପୋଲିସଠାରୁ ପାହାର ମଧ୍ୟ ଖାଇବାକୁ ପଡିଲା। ପ୍ରକୃତରେ ରୋଡ ରୋମିଓ ସାଜିଥିବା ଏହି ଯୁବକ ଜଣକ ଖୋଦ୍ ଜଣେ ମହିଳା ପୋଲିସ ଅଫିସରଙ୍କୁ କମେଣ୍ଟ ମାରିବାକୁ ପଛାଇ ନାହାଁନ୍ତି।

ଆଜ୍ଞା ହଁ କଥାଟି ସମ୍ପୂର୍ଣ୍ଣ ସତ! ଅବଶ୍ୟ ଯୁବକ ଜଣକ ପୋଲିସକୁ ଚିନ୍ହିପାରିନଥିଲେ। ଚିନ୍ହିବେ ଅବା କିପରି ପୋଲିସ ମ୍ୟାଡ଼ାମ୍ ତ ବିନା ୟୁନିଫର୍ମରେ ମେଳାରେ ବୁଲୁଥିଲେ। ଆଜ୍ଞା ହଁ, ଏଭଳି ରୋଡ଼ ରୋମିଓଙ୍କୁ ସାବାଡ଼ କରିବା ପାଇଁ ହିଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ପୋଲିସ ପକ୍ଷରୁ ମେଳା ମଧ୍ୟରେ କିଛି ମହିଳା ଅଫିସରଙ୍କୁ ବିନା ୟୁନିଫର୍ମରେ ଛଡ଼ା ଯାଇଥିଲା। ବାସ୍ ସୁନ୍ଦରୀ ମ୍ୟାଡ଼ାମଙ୍କୁ ଦେଖି ଯୁବକ ଜଣକ କେମେଣ୍ଟ ମାରିବା ସହିତ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ, ଯାହାର ପରିଣାମ ଏବେ ତାକୁ ଭୋଗିବାକୁ ପଡିଛି। ଯାହାପରେ ପୋଲିସ ତାଙ୍କୁ ବାନ୍ଧି ନେଇଥିଲା।

Bhadrak ps

ଭଦ୍ରକ ଠାରେ ପ୍ରସିଦ୍ଧ କାଳୀପୂଜା ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଉତ୍ପାତ ହେଉଥିବା ରୋଡ ରୋମିଓଙ୍କ ପାଇଁ ଏକ ଶିକ୍ଷା ସଦୃଶ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ:- ପୁତୁରା ପ୍ରେମରେ ଉବୁଟୁବୁ ଖୁଡି, ସ୍ୱାମୀ ଶାରୀରିକ ଶୁଖ ଦେଇ ପାରିଲାନି ବୋଲି ପୁତୁରା ସହ ହୋଇଗଲା ଫେରାର୍, ଜାଣନ୍ତୁ ପୁରା ଘଟଣା