ପୁତୁରା ପ୍ରେମରେ ଉବୁଟୁବୁ ଖୁଡି, ସ୍ୱାମୀ ଶାରୀରିକ ଶୁଖ ଦେଇ ପାରିଲାନି ବୋଲି ପୁତୁରା ସହ ହୋଇଗଲା ଫେରାର୍, ଜାଣନ୍ତୁ ପୁରା ଘଟଣା

 
Khudi putura

ଅନୁଗୁଳ ଜିଲ୍ଲାରେ ଘଟି ଯାଇଛି ଏକ ନିନ୍ଦନୀୟ ଘଟଣା । ୧୨ ବର୍ଷର ବିବାହିତ ମହିଳା  ତଥା ୧୦ ବର୍ଷର ମାଆ , ଫେରାର ହୋଇ ଯାଇଛନ୍ତି ନିଜ ପୁତୁରାଙ୍କ ସହିତ । କାମନାର ଭାବ ଏତେ ଅଧିକ ଥିଲା ଯେ, ମହିଳା ଜଣକ ନିଜ ସ୍ତ୍ରୀ ଧର୍ମ ଓ ମା ଧର୍ମ ସବୁକୁ ଭୁଲି ଚାଲି ଯାଇଛନ୍ତି ପ୍ରେମିକ ପୁତୁରା ପାଖକୁ । 

Swami stree

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସାମଲ ଥାନା ଅନ୍ତର୍ଗତ କର୍ଣ୍ଣପାଳ ଗ୍ରାମରେ । ସେଠାକାର ବାସିନ୍ଦା ବିଜୟ ନାୟକ ୧୨ ବର୍ଷ ନାଲମ୍ ଗାଆଁର ବିନୋଦିନୀ ନାୟକଙ୍କୁ ବିବାହ କରିଥିଲେ । ବିବାଘର ପରେ ଅନେକ ବର୍ଷ ଧରି ସୁଖ ଶାନ୍ତିରେ ଚାଲିଥିଲା ତାଙ୍କ ସଂସାର । ଏଥି ମଧ୍ୟରେ ରୋଗାଗ୍ରସ୍ତ ହୁଅନ୍ତି ବିଜୟ । ଯାହାର ଫାଇଦା ଉଠାନ୍ତି ତାଙ୍କ ପୁତୁରା  ଚନ୍ଦନ ନାୟକ (ରାଜା) ।

ରାଜା ଏଥି ମଧ୍ୟରେ ବିଜୟଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ଏ ନେଇ ଅନେକ ଥର ତାଙ୍କ ଗାଆଁରେ ପଞ୍ଚାୟତ ମଧ୍ୟ ବସିଛି । ବିଜୟ ଓ ରାଜା ଏ ନେଇ ଅନେକ ଥର ମୁହାଁ ମୁହିଁ ହୋଇଛନ୍ତି । ବିଜୟଙ୍କ ଅଭିଯୋଗ ଅନୁସାରେ ରାଜା ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ସେ ତାଙ୍କ ସ୍ତ୍ରୀକୁ ପ୍ରେମ ଜାଲରେ ଛନ୍ଦିବା ପାଇଁ ନାନା ପ୍ରକାରର କଥା କୁହନ୍ତି । 

ଏହି କଥା ବିଜୟ ଜାଣିବା ପରେ ସେ ରାଜାକୁ ଏହି ବିଷୟରେ ପଚାରିଥିଲେ । ଯାହା ପରେ ରାଜା ତାଙ୍କୁ ଗାଳି ଦେଇଥିଲା ଓ କହିଥିଲା ମୁଁ ତୋ ସ୍ତ୍ରୀକୁ ଉଠାଇ ନେବି । ଶେଷରେ ତାହା ହିଁ ହେଲା । କିଛି ଦିନ ତଳେ ତାଙ୍କ ସ୍ତ୍ରୀ ବିନୋଦିନୀ ତାଙ୍କ ବାପ ଘରକୁ ଯାଇଥିଲେ।

ତାଙ୍କର ଆଉ କୌଣସି ପତ୍ତା ନାହିଁ । ନା ସେ ବାପ ଘରେ ଅଛନ୍ତି ନା ତାଙ୍କ ପାଖକୁ ଆସିଛନ୍ତି । ବିଜୟଙ୍କ ଅଭିଯୋଗ ରହିଛି ଯେ ତାଙ୍କ ସ୍ତ୍ରୀକୁ ରାଜା ଅପହରଣ କରି ନେଇ କେଉଁଠି ଲୁଚାଇ ରଖିଛି ।