ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ! ଅତିକମ୍ ଯୋଗ୍ୟତାରେ ମିଳିବ ଡାକ ବିଭାଗରେ ଚାକିରୀ….

 
Job

ଚାକିରୀ ଖୋଜୁଛନ୍ତି କି? ଯଦି ହେଁ ତେବେ ଆପଣଙ୍କ ପାଇଁ ଡାକ ବିଭାଗ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗ ତରଫରୁ ଷ୍ଟାଫ୍ କାର୍ ଡ୍ରାଇଭର ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଯୋଗ୍ୟତା ମଧ୍ୟ ଖୁବ୍ କମ୍ ରଖା ଯାଇଛି।

Postal

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ଏହି ଚାକିରୀ ପାଇଁ ଅଶାୟୀ ମାନେ ଦଶମ ପରୀକ୍ଷା ପାସ୍ ହୋଇଥିବା ଆବଶ୍ୟକ ଅଟେ। ଅଶାୟୀ ପ୍ରାର୍ଥୀ ମାନଙ୍କ ପାଖରେ ସ୍ବୀକୃତିପ୍ରାପ୍ତ RTOରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଅତିକମରେ ୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ରହିଥିବା ଆବଶ୍ୟକ ଅଟେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ https://www.indiapost.gov.in/ କୁ ଯାଇ ଆବେଦନ କରିପାରିବେ।

India post

ଏଥିପାଇଁ ଜାନୁୟାରୀ ୦୬ ତାରିଖରୁ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ଏହା ୧୬ ଫେବ୍ରୁଆରୀ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ସୀମା ୨୮ ବର୍ଷ ରଖା ଯାଇଛି। ତେବେ,OBC ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ST / SC ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଏବଂ PWD + SC / ST ପ୍ରାର୍ଥୀଙ୍କ ପାଇଁ ୧୫ ବର୍ଷ କୋହଳ କରାଯାଇଛି। ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ଡ୍ରାଇଭିଂ ପରୀକ୍ଷା, ଡକ୍ୟୁମେଣ୍ଟ୍ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ସାମିଲ ରହିବ।

ଆହୁରି ପଢ଼ନ୍ତୁ:- ପ୍ରଭୁ ରାମଙ୍କ ମୂର୍ତ୍ତି କଳା ହିଁ କାହିଁକି ହେଲା, ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଆସିଲା ସାମ୍ନାକୁ, ଜାଣନ୍ତୁ ପୁରା ଖବର