ଗ୍ରାଜୁଏସନ୍ କରିଛନ୍ତି ଯଦି RBI ରେ ବଡ଼ ନିଯୁକ୍ତି ସୁଯୋଗ, ୪୫୦ଟି ପଦବୀ ଖାଲି ଏବଂ ଦରମା ୪୭,୮୪୯ ଟଙ୍କା

 
RBI

ଚାକିରୀ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ବଡ଼ ସୁଯୋଗ ଆଣିଛି RBI, ଆସିଷ୍ଟାଣ୍ଟ ପଦ ପାଇଁ ଏହା ଏବେ ଆବେଦନ ଆରମ୍ଭ କରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହାର ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ https://ibpsonline.ibps.in/rbiaaaug23/ ରେ କ୍ଲିକ୍ କରି ଆବେଦନ କରିବାକୁ ହେବ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

RBI

ଅନଲାଇନ୍ ଆବେଦନ ତାରିଖ ୧୩ ସେପ୍ଟେମ୍ବର ୨୦୨୩ ଠାରୁ ଆରମ୍ଭ ହୋଇ ସାରିଥିବା ବେଳେ ଏହା ୦୪ ଅକ୍ଟୋବର ୨୦୨୩ରେ ଶେଷ ହେବାକୁ ଯାଉଛି। ସେହିଭଳି ଭାବରେ ପ୍ରିଲିମିନାରୀ ଅନ୍‌ଲାଇନ୍ ଟେଷ୍ଟ୍ ୨୧ ରୁ ୨୩ ଅକ୍ଟୋବର ମଧ୍ୟରେ ହେବାର ସମ୍ଭାବନା ରହିଛି। ଏହାର ମୁଖ୍ୟ ପରୀକ୍ଷା ୨ ଡ଼ିସେମ୍ବରରେ ହୋଇପାରେ।

RBI

ଏଥିପାଇଁ ମୋଟ୍ ୪୫୦ ଟି ପୋଷ୍ଟ ରହିଥିବା ବେଳେ ସାଧାରଣ ପ୍ରାର୍ଥୀଙ୍କ ପାଇଁ ୨୪୧ଟି ପୋଷ୍ଟ୍‌, EWS ପ୍ରାର୍ଥୀଙ୍କ ପାଇଁ ୩୭ ଟି ପୋଷ୍ଟ୍‌, OBC ପ୍ରାର୍ଥୀଙ୍କ ପାଇଁ ୭୧ ଟି ପୋଷ୍ଟ୍‌, ST ପ୍ରାର୍ଥୀଙ୍କ ପାଇଁ ୫୬ଟି ପୋଷ୍ଟ୍‌ ଏବଂ SC ପ୍ରାର୍ଥୀଙ୍କ ପାଇଁ ୪୫ଟି ପୋଷ୍ଟ୍‌ ରଖାଯାଇଛି। ଆବେଦନ ପାଇଁ ବୟସ ସୀମା ୨୦ ବର୍ଷ ବୟସରୁ ୨୮ ବର୍ଷ ବୟସ ପର୍ଯ୍ୟନ୍ତ ରଖାଯାଇଛି। ବୟସ ଗଣନା ୧ ସେପ୍ଟେମ୍ବର ୨୦୦୩ ଅନୁଯାଇ ହେବ।

Recruitment

ଇଚ୍ଛୁକ ପ୍ରାର୍ଥୀମାନେ ଅତି କମରେ ୫୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ଅଟେ। SC, ST ଏବଂ PWD ପ୍ରାର୍ଥୀଙ୍କ ପାଇଁ କୌଣସି ସର୍ବନିମ୍ନ ମାର୍କର ଆବଶ୍ୟକତା ନାହିଁ, କିନ୍ତୁ ସେମାନେ ସ୍ନାତକ ହେବା ଆବଶ୍ୟକ ଅଟେ। SC / ST / PWBD / EXS ଆବେଦନକାରୀଙ୍କୁ ୫୦ ଟଙ୍କା ଏବଂ ୧୮ ପ୍ରତିଶତ GST ଆବେଦନ ଶୁଳ୍କ ଦେବାକୁ ହେବ। ସାଧାରଣ ବର୍ଗ / OBC / EWSଙ୍କୁ ୪୫୦ ଟଙ୍କା ଏବଂ ୧୮ ପ୍ରତିଶତ GST ଆବେଦନ ଶୁଳ୍କ ଦେବାକୁ ହେବ। ପୂର୍ବତନ କର୍ମଚାରୀଙ୍କ ଠାରୁ କୌଣସି ଦେୟ ନିଆଯିବ ନାହିଁ।

ଆହୁରି ପଢ଼ନ୍ତୁ:- କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଠାରୁ ଆରମ୍ଭ ହେବ 'ବିଶ୍ୱକର୍ମା ଯୋଜନା', ଜାଣନ୍ତୁ କଣ ରହିଛି ଫାଇଦା