କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଠାରୁ ଆରମ୍ଭ ହେବ 'ବିଶ୍ୱକର୍ମା ଯୋଜନା', ଜାଣନ୍ତୁ କଣ ରହିଛି ଫାଇଦା

 
Viswakarma yojna

କେନ୍ଦ୍ର ସରକାର କରିଲେ ବଡ଼ ଘୋଷଣା, କୌଳିକ ବୃତ୍ତି କରୁଥିବା ବ୍ୟକ୍ତିବିଶେଷଙ୍କୁ ଦେଲେ ବଡ଼ ଉପହାର। ସେପ୍ଟେମ୍ବର ୧୭ ତାରିଖରୁ ପିଏମ୍ ବିଶ୍ୱକର୍ମା ଯୋଜନା ଲାଗୁ ହେବାକୁ ଯାଉଛି।

ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହା ଦ୍ୱାରା ସରକାର ଯୋଜନାଟିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବେ।

Worker

ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିବେ। ସେହିଭଳି ଭାବରେ ସମ୍ବଲପୁରରେ ଜନ୍ ବର୍ଲା ଏବଂ ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍‌. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ। ଏକ ଆକଳନ ଅନୁଯାଇ ଏହି ଯୋଜନା ମାଧ୍ୟମରେ କେବଳ ଓଡିଶାରୁ ୧ ଲକ୍ଷ କାରିଗର ଉପକୃତ ହେବେ।

Pm modi

ଏହି ଯୋଜନା ଅନୁଯାଉ କୌଳିକ ବୃତ୍ତି କରୁଥିବା କାରିଗର ମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ଏହି ଅର୍ଥ ପ୍ରଦାନ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଯୁବତୀ ଉପରେ ଶୋଇ ଦେହ ସୁଖ ନେଉଥିଲା ଗ୍ରାହକ, ରୁମ୍ ଭିତରକୁ ପଶିଆସିଲା ପୋଲିସ ଆଉ ତାପରେ...