ରାନୀଙ୍କ ପୁଣି ଏକ ଭିଡ଼ିଓ ଭାଇରାଲ, କହିଲେ, ଯିଏ ସାହାଯ୍ୟ ମାଗୁଛ ଆଗ ମୋତେ MLA କରାଇଦିଅ, ତାପରେ ମୁଁ….

 
Rani

ପ୍ରଥମେ ଜଣେ ଆଇଟମ୍ ଗାର୍ଲ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ରାନୀ ପଣ୍ଡାଙ୍କୁ କିଏ ଅବା ନ ଜାଣେ। ଛୁଆଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ବିବାଦୀୟ ଅଭିନେତ୍ରୀଙ୍କୁ ଜାଣନ୍ତି। ତେବେ, ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଥାନ୍ତି ରାନୀ। ତାଙ୍କର ଅନେକ ଭିଡ଼ିଓ ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ।

ତେବେ, ରାନୀ ବିଭିନ୍ନ ସମୟରେ ଅସହାୟ ମାନଙ୍କୁ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଥାଏ। ତେବେ, ଏହାକୁ ନେଇ ରାନୀ କିଛିଦିନ ତଳେ ସୋସିଆଲ ମିଡିଆରେ ଲାଇଭ ଆସିଥିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବହୁତ ଲୋକେ ତାଙ୍କୁ ସାହାଯ୍ୟ ପାଇଁ ଫୋନ ଏବଂ ମେସେଜ୍ କରୁଥିବା ରାନୀ କହିଛନ୍ତି। 

କିନ୍ତୁ, ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ସେ ଜଣେ କୋଟିପତି ନୁହଁନ୍ତି ଏବଂ ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ରାନୀ କହିଛନ୍ତି। ରାତି ଅନିଦ୍ରା ହୋଇ ଷ୍ଟେଜ ଉପରେ ନାଚିଲେ ଟଙ୍କା ରୋଜଗାର କରି ସେ ଯଥା ସମ୍ଭବ ସାହାଯ୍ୟ କରନ୍ତି।

କେତେକ ସ୍ଥାନରେ ତାଙ୍କୁ ଉପଯୁକ୍ତ ପ୍ରାପ୍ୟ ମଧ୍ୟ ମିଳିନଥାଏ ବୋଲି ଅଭିଯୋଗ କରିଛନ୍ତି ରାନୀ। ଅନ୍ୟପକ୍ଷରେ ଆଗକୁ ଯେଉଁମାନେ ସାହାଯ୍ୟ ପାଇଁ ଫୋନ କରୁଛନ୍ତି ସେମାନେ ଆଗ ତାଙ୍କୁ ଏକ ଏମଏଲଏ ଟିକଟ ଦେଇ ଭୋଟ ଦେଇ ଜିତାଇ ଦିଅନ୍ତୁ ବୋଲି ରାନୀ କହିଛନ୍ତି।

ଆହୁରି ପଢ଼ନ୍ତୁ:- ନିର୍ବାଚନ ପାଇଁ ବିଜେପିର ଗେମପ୍ଲାନ୍, ଏକାଠି ମିଶି ତ୍ରିଶକ୍ତି କରିବେ ଏମିତି, ବିଜେଡିକୁ ଦେବେ କଡ଼ା ଟକ୍କର….