ନିର୍ବାଚନ ପାଇଁ ବିଜେପିର ଗେମପ୍ଲାନ୍, ଏକାଠି ମିଶି ତ୍ରିଶକ୍ତି କରିବେ ଏମିତି, ବିଜେଡିକୁ ଦେବେ କଡ଼ା ଟକ୍କର….

 
Bjp

ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜ୍ୟରେ ବିଜେଡିକୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଦ୍ଵାରା ନୂଆ ନୂଆ ପ୍ଲାନ ପ୍ରସ୍ତୁତ କରାଯାଉଅଛି। ଗୋଟିଏ ପଟେ ନିର୍ବାଚନରେ ବିଜୟ ବିଗୁଲ ବଜାଇବାକୁ ବିଜେପି ପ୍ରସ୍ତୁତ ହେଉଥିବା ବେଳେ ଦଳ ଭିତରେ ଚାଲିଥିବା ଗୋଷ୍ଠି କନ୍ଦଳ ନିଜ ଗୋଡ଼କୁ ନିଜେ ଆଘାତ କରିବା ଭଳି ପରିସ୍ଥିତି ସୃଷ୍ଟି କରୁଛି।

Bjp

ବର୍ତ୍ତମାନ ରାଜ୍ୟ ବିଜେପି କହିବାକୁ ଗଲେ ୩ ଟାଣୁଆ ନେତାଙ୍କୁ ବୁଝାଉଛି। ଅପରାଜିତା ଷଢଙ୍ଗି, ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା ରାଜ୍ୟ ବିଜେପିର ମୋର୍ଚ୍ଚା ସମ୍ଭାଳିବେ ବୋଲି ଆଶା କରାଯାଉଅଛି। ପୂର୍ବରୁ ଆଇଏଏସ ରହିଥିବା ଅପରାଜିତା ଜଣେ ଟାଣୁଆ ନେତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଅଟନ୍ତି। ସେହିଭଳି ଭାବରେ ବୈଜୟନ୍ତ ପଣ୍ଡା ଜଣେ ବିତ୍ତଶାଳୀ ନେତା ଭାବରେ ଜଣାଶୁଣା।

ଏହି ତ୍ରିମୂର୍ତି ଏକାଠି ହୋଇ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ ବୋଲି ବିଜେପି ଆଶା କରୁଥିବା ବେଳେ କିନ୍ତୁ ଏଭଳି ହେବାଭଳି ଦେଖାଯାଉ ନାହିଁ। ଏକ ହୋଇ ନିର୍ବାଚନ ଲଢ଼ିବା ଦୂରର କଥା ଏହି ତିନି ଜଣ ପରସ୍ପରର ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତିନାହିଁ।

ସମସ୍ତଙ୍କ ନଜର ସେହି ମୁଖ୍ୟମନ୍ତ୍ରୀ ପଦ ଉପରେ ଅପରପକ୍ଷରେ ବିଜେଡିକୁ ଦେଖିବାକୁ ଗଲେ ଯେତେ ଟାଣୁଆ ନେତା ଥାଆନ୍ତୁ ନା କାହିଁକି ଦଳର ଗୋଟିଏ ମୁହଁ ନବୀନ ପଟ୍ଟନାୟକ। ଏପରି ପରିସ୍ଥିତିରେ ଆଗାମୀ ନିର୍ବାଚନରେ ବିଜେପି ଶାସକ ଦଳର କିଭଳି ଭାବରେ ସାମ୍ନା କରିବ ତାହା ଦେଖିବା ବାକି ରହିଲା।

ଆହୁରି ପଢ଼ନ୍ତୁ:- SBI PO Recruitment 2023: ଷ୍ଟେଟ୍ ବ୍ୟାଙ୍କରେ ୨ ହଜାର ପୋଷ୍ଟ ପାଇଁ ବାହାରିଲା ଚାକିରି, ଦରମା ୬୩ ହଜାରରୁ ଅଧିକ, ଏମିତି କରନ୍ତୁ ଆବେଦନ