ଦେଖନ୍ତୁ ଭିଡିଓ: ଯୁବତୀ ଉପରେ ଶୋଇ ଦେହ ସୁଖ ନେଉଥିଲା ଗ୍ରାହକ, ରୁମ୍ ଭିତରକୁ ପଶିଆସିଲା ପୋଲିସ ଆଉ ତାପରେ...
Sep 15, 2023, 19:30 IST
ସମ୍ବଲପୁର ରେ ଚାଲିଛି ଦେହ ବ୍ୟବସାୟ। ଜିଲ୍ଲା ବାହାରୁ ଆସୁଛନ୍ତି ଯୁବତୀ। ଭଡ଼ା ଘରେ ଚାଲିଛି ଏ ସବୁ କାରନାମା।ପୋଲିସ ଆଖିରେ ଧୂଳି ଦେଇ ଚାଲିଥିଲା ଦେହ ବ୍ୟବସାୟ। ହେଲେ ପୋଲିସକୁ ଗରାଖ ଭାବି ଫସିଗଲେ ସମସ୍ତେ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁଖିପଡ଼ା ଅଞ୍ଚଳରେ। ଦିନ ଦ୍ବିପହରରେ ଏକ ଭଡ଼ା ଘରେ ଦଲାଲ ମାନେ କରୁଥିଲେ ଦେହ ବ୍ୟବସାୟ। ନା ଆଇନ କୁ ଭୟ ନା ପୋଲିସକୁ। ଯାହାର ଖବର ପାଇ ଉକ୍ତ ଭଡ଼ା ଘରେ ପହଞ୍ଚିଥିଲା ପୋଲିସ।
ପୋଲିସ କବାଟ ଠକ୍ ଠକ୍ କରିବାରୁ ପୋଲିସକୁ ନିଜ ଗରାଖ ଭାବି କବାଟ ଖୋଲି ଦେଇଥିଲେ ଦଲାଲ ମାନେ। ଯାହା ପରେ ପୋଲିସକୁ ସହଜ ହୋଇଥିଲା ସମସ୍ତଙ୍କୁ ଧରିବା ପାଇଁ। ସୂଚନା ଅନୁସାରେ ପୋଲିସ ଘରଭଡା ଦେଇଥିବା ଭୂଷଣ ପ୍ରସାଦ ଓ ସେକ୍ସ ୱାର୍କର ଦଲାଲ ସରଜସୱାଲ ଙ୍କୁ ଗିରଫ କରିଛି।
ଘଟଣା ସ୍ଥଳରୁ ଏକ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି। ଯୁବତୀ ଜଣକ କଟକ ଜିଲ୍ଲାର। ଦଲାଲ ଜଣକ ଯୁବତୀଙ୍କୁ କଟକରୁ ଆଣି ସମ୍ବଲପୁର ରେ ଚଳାଇଥିଲେ ଦେହ ବ୍ୟାପାର।