ବ୍ୟବସାୟ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବିନା ଗ୍ୟାରେଣ୍ଟିରେ ସରକାର ଦେବେ ୧୦ ଲକ୍ଷ ଟଙ୍କା….

 
Mudra yojna

ଯଦି ଆପଣ ଜଣେ କ୍ଷୁଦ୍ର ବ୍ୟବସାୟୀ ଏବଂ ଆପଣଙ୍କ ପାଖରେ ବ୍ୟବସାୟ କରିବାର ଏକ ପ୍ଲାନ୍ ରହିଛି। ତେବେ, ସରକାର ଆପଣଙ୍କର ଏହି ସ୍ୱପ୍ନକୁ ପୁରା କରିବାରେ ନିଶ୍ଚିତ ଭାବରେ ସହାୟତା କରିବେ। ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ୍ ଯୋଜନା (PM Mudra Loan Yojana) ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ସରକାର ବିନା କୌଣସି ଗ୍ୟାରେଣ୍ଟିରେ ଋଣ ଆକାରରେ ଟଙ୍କା ଦେଉଛନ୍ତି।

Notes

ଯଦି ଆପଣ ଏହି ଋଣ ନେବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ ଅଧିକାରୀଙ୍କୁ ଆପଣଙ୍କୁ ନିଜ ବ୍ୟବସାୟର ଏକ ପ୍ରୋଟୋଟାଇପ୍ ଦେଖାଇବାକୁ ହେବ। ଏହି ଯୋଜନାରେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ିଙ୍କର ଷ୍ଟାର୍ଟଅପ୍ ଗୁଡିକୁ ସମର୍ଥନ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ, ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜ ପକେଟରୁ ୨୫ ପ୍ରତିଶତ ରାଶି ବିନିଯୋଗ କରିବାକୁ ହେବ।

Mudra yojna

ଅବଶ୍ୟ ବାକି ରହିଥିବା ଅବଶିଷ୍ଟ ୭୫ ରୁ ୮୦ ପ୍ରତିଶତ ବ୍ୟାଙ୍କ ଦ୍ୱାରା ଦିଆଯିବ। ଲୋନ୍ ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ନିଜ ବ୍ୟବସାୟର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିବାକୁ ହେବ।

ବ୍ୟାଙ୍କରେ ସମସ୍ତ ଫର୍ମ ଭରିବା ସହିତ ବ୍ୟବସାୟ ନେଇ ବ୍ୟାଙ୍କ ଅଧିକାରୀଙ୍କୁ ଭଲ ଭାବରେ ବୁଝାଇବାକୁ ହେବ। ଯଦି ଆପଣଙ୍କୁ ଏହି ଲୋନ ମିଳିଯାଏ ତେବେ ଆପଣଙ୍କୁ ଏହାକୁ ୫ ବର୍ଷ ମଧ୍ୟରେ ଫେରସ୍ତ କରିବାକୁ ହେବ।

ଆହୁରି ପଢ଼ନ୍ତୁ:- ଚନ୍ଦ୍ରକୁ ଯାଇଥିବା କୁକୁର ‘ଲାଇକା’ ଯାହାକୁ ବୈଜ୍ଞାନିକ କାମ ହାସଲ ପରେ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଛାଡିଦେଇଥିଲେ, ଜାଣନ୍ତୁ ପୁରା ଖବର