ଚନ୍ଦ୍ରକୁ ଯାଇଥିବା କୁକୁର ‘ଲାଇକା’ ଯାହାକୁ ବୈଜ୍ଞାନିକ କାମ ହାସଲ ପରେ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଛାଡିଦେଇଥିଲେ, ଜାଣନ୍ତୁ ପୁରା ଖବର

 
Dog laika story

“ଲାଇକା” ଏ ନାଆଁ ଟି ଆପଣଙ୍କୁ ନିଶ୍ଚିତ ପରିଚିତ ପରି ଲାଗୁଥିବ।ଏହା କୌଣସି ମଣିଷର ନାଆଁ ନୁହେଁ ମାତ୍ର ଏକ କୁକୁରର ନାଆଁ।ସେ ଏବେ ଜୀବିତ ନାହିଁ ସତ ହେଲେ ନିଜର ଛାପ ଛାଡ଼ି ଯାଇଛି ମହାକାଶରେ। ଏଥିପାଇଁ ତାର ଇଛା ଥିଲା କି ନ ଥିଲା ତାହା ତ ଆମେ ଜାଣି ନାହୁଁ। ହେଲେ ମନୁଷ୍ୟର ଲକ୍ଷ ସାଧନରେ ସେ ପାଲଟି ଯାଇଥିଲା ଏକ ମାଧ୍ୟମ।

Laika

ଚନ୍ଦ୍ରୟାନ - ୩ କଥା କହିବା ବେଳେ ଆମେ ଲାଇକାକୁ କିଭଳି ବା ଭୁଲିଯିବା। ପ୍ରଥମ ମହାକାଶଚାରୀ ଜୀବ ଥିଲା ସେ। ଆଜକୁ ପ୍ରାୟ ୬୪ବର୍ଷ ତଳର କଥା। ମସିହା ୧୯୫୭ ନଭେମ୍ବର ୩ତାରିଖ। ଲାଇକା ପ୍ରଥମ ମହାକାଶଚାରୀ ଜୀବ ହିସାବରେ ଆରମ୍ଭ କରିଥିଲା ତାର ଯାତ୍ରା। ଲାଇକା ଆଉ ଜୀବିତ ଫେରିବ ନାହିଁ ଜାଣି ମଧ୍ୟ ବୈଜ୍ଞାନିକ ମାନେ ପଠାଇ ଦେଇଥିଲେ ଲାଇକାକୁ।

ଋଷ ଭାଷାରେ ଲାଇକାର ଅର୍ଥ ଭୋକିବା। ହେଲେ ତାର ଭୋକିବା ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି। ଦିନ ଥିଲା ବୁଲା କୁକୁରଟିଏ ଥିଲା ଲାଇକା ଏବଂ ଲିଙ୍ଗ ଥିଲା ମହିଳା। ବୈଜ୍ଞାନିକମାନେ ତାକୁ ରାସ୍ତା କଡ଼ରୁ ଉଠାଇ ଆଣିଥିଲେ।

Dog laika

ବିଶେଷ ଭାବେ ମହିଳା କୁକୁରକୁ ଚୟନ କରିବା ପଛର କାରଣ ଥିଲା ମହିଳା କୁକୁର ମାନେ ପୁରୁଷ କୁକୁରଙ୍କ ଅପେକ୍ଷା ଦ ଦିର୍ଘ ଦିନ ବଞ୍ଚିବା ପାଇଁ ସଙ୍ଘର୍ଷ କରିପାରନ୍ତି। ରାସ୍ତାରୁ ଆଣିବା ପରେ ଲାଇକାକୁ ଟ୍ରେନିଂ ମଧ୍ୟ ଦିଆ ଯାଇଥିଲା। ଲାଇକା ଯାତ୍ରା କରିବା ସମୟରେ ତାର ଓଜନ ଥିଲା ୬କିଲୋ।

ଯାନଟି ମହାକାଶରେ ପହଞ୍ଚିବା ପୁର୍ବରୁ ଲାଇକାର ମୃତ୍ୟୁ ଘଟି ଥିଲା। ୨୦୦୮ମସିହାରେ ଋଷର ରାଜଧାନୀଠାରେ ଲାଇକାର ସ୍ମୃତିରେ ଏକ ଷ୍ଟାଚୁ ନିର୍ମାଣ କରା ଯାଇଥିଲା।