ନରେନ୍ଦ୍ର ମୋଦୀଙ୍କୁ ୧୦ ମାର୍କରୁ ଏତିକି ରେଟ୍ କରିଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ, "ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରରେ..."

 
modi naveen

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରଖ୍ୟାତ ସାମ୍ବାଦିକ ପ୍ରଭୃ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କହିଛନ୍ତି। ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଟ ୧୦ ମାର୍କରୁ ଆପଣ ତାଙ୍କୁ କେତେ ମାର୍କ ଦେବେ? ବୋଲି ନବୀନଙ୍କୁ ପ୍ରଶ୍ନ ପଚରା ଯାଇଥିଲା।

Naveen

ଯାହାର ଉତ୍ତର ଦେଇ ନବୀନ କହିଥିଲେ ଯେ ସେ ମୋଦିଙ୍କୁ ୧୦ ମାର୍କରୁ ୮ ମାର୍କ ଦେବେ। ପ୍ରଧାନମନ୍ତ୍ରୀଙ୍କର ଦୁର୍ନିତି ନିରାକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସେ ନିଜେ ମଧ୍ୟ ଏହାକୁ ପ୍ରାଥମିକତା ଦେଇ ଆସୁଥିବା କହିଛନ୍ତି ନବୀନ। ଏହା ବ୍ୟତୀତ ବିଭିନ୍ନ ଦେଶ ସହିତ ସୁସଂପର୍କ ରଖିବା କାର୍ଯ୍ୟ ଭାରତର ସାର୍ବଭୌମତ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଛନ୍ତି ନବୀନ। 

Naveen modi

ତେଣୁ ଏହି କ୍ଷେତ୍ରରେ ମୋଦି ଏବଂ ତାଙ୍କ ସରକାର ପ୍ରଶଂସନୀୟ କାର୍ଯ୍ୟ କରୁଥିବା କୁହାଯାଇଛି। ଏଥିସହିତ ମୋଦିଙ୍କର ୱାନ ନେସନ ୱାନ ଇଲେକ୍ସନକୁ ମଧ୍ୟ ନବୀନ ସମର୍ଥନ କରିଛନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ବିଜେଡି ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଜନମଙ୍ଗଳ କାର୍ଯ୍ୟକ୍ରମ ସହିତ ଦୁର୍ନିତି ନିବାରଣ, ଦାରିଦ୍ରଦୂରିକରଣ ଏବଂ ବିପର୍ଯ୍ୟୟ ମୁକାବିଲା ଏବଂ ରାଜ୍ୟର ବିକାଶ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତି ନବୀନ। 

Modi

ସେହିପରି ଭାବରେ ମହିଳା ସଂରକ୍ଷଣ ବିଲକୁ ନବୀନଙ୍କ ତରଫରୁ ସଂପୂର୍ଣ୍ଣ ସମର୍ଥନ ମିଳିଛି। ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ରାଜନୀତି ଏକ ପ୍ରକୃଷ୍ଠ କ୍ଷେତ୍ର ବୋଲି କହିଛନ୍ତି ନବୀନ। ସେହିଭଳି ଭାବରେ ଡାର୍ଟି ପଲିଟିକ୍ସ ରହିବା ଅନୁଚିତ ବୋଲି ସେ ମତ ରଖିଛନ୍ତି। ନବୀନଙ୍କର ଏଭଳି ମତକୁ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟରେ ତାଳି ମାରି ସ୍ୱାଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ବାଡ଼ି ଧରି ଘଉଡ଼ାଉଥିଲେ ବୃଦ୍ଧ, ପାଣି ଭିତରକୁ ଟାଣି ନେଇ ଝୁଣି ପକାଇଲେ କୁମ୍ଭୀର ଆଉ ତାପରେ…..