ଦେଖନ୍ତୁ ଭିଡ଼ିଓ: ବାଡ଼ି ଧରି ଘଉଡ଼ାଉଥିଲେ ବୃଦ୍ଧ, ପାଣି ଭିତରକୁ ଟାଣି ନେଇ ଝୁଣି ପକାଇଲେ କୁମ୍ଭୀର ଆଉ ତାପରେ…..
ଯାଜପୁର ଅଞ୍ଚଳରେ ବିରୂପା ନଦୀ କୂଳରୁ ଜଣେ ବୃଦ୍ଧାଙ୍କୁ ଝାମ୍ପି ନେଇ କୁମ୍ଭୀର ଖାଇଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଲୋକମାନଙ୍କ ମଧ୍ୟରେ ଦୁଃଖ, ଭୟ ଏବଂ ଆକ୍ରୋଶ ଦେଖିବାକୁ ମିଳୁଥିବା ବେଳେ ତତ୍ପର ହୋଇଛି ବନ ବିଭାଗ। ତେବେ, କଣ ଆପଣ ଜାଣନ୍ତି କି ଏପରି ଅନେକ ଦେଶ ରହିଛି ଯେଉଁଠାରେ ସାଧାରଣ ଲୋକେ କୁମ୍ଭୀର ଚାଷ କରିଥାନ୍ତି।
ବେଳେ ବେଳେ ସେମାନେ ନିଜେ ରଖିଥିବା କୁମ୍ଭୀରର ଭୋଜନ ମଧ୍ୟ ପାଲଟି ଯାଇଥାନ୍ତି। ଏଠାରେ ଆମ୍ଭେ କାମ୍ବୋଡିଆ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କୁମ୍ଭୀର ମାଂସ ଏବଂ ଅଣ୍ଡାର ଖୁବ୍ ଚାହିଦା ରହିଛି।
ତେଣୁ, ଏଠାରେ ଅନେକେ କୁମ୍ଭୀର ଚାଷ କରିଥାନ୍ତି। ତେବେ, ଏକ ଘଟଣାକ୍ରମରେ ଜଣେ ବୃଦ୍ଧ କୁମ୍ଭୀର ଚାଷ କରିଥିବା ବେଳେ ଅଣ୍ଡାଠାରୁ ମାଈ କୁମ୍ଭୀରକୁ ଅଲଗା କରିବାକୁ ଚେଷ୍ଟା କରୁଥିଲେ।
ଏହାରି ଭିତରେ ସେ ଧରିଥିବା ବାଡ଼ିଟିକୁ କୁମ୍ଭୀର ଝିଙ୍କି ନେଇଥିଲା। ଯାହାଫଳରେ ବୃଦ୍ଧ ଜଣକ ପାଣି ଭିତରେ ପଡ଼ି ଯାଇଥିଲେ ଏବଂ ଚାଳିଶରୁ ଅଧିକ କୁମ୍ଭୀର ତାଙ୍କୁ ଝୁଣି କରି ଖାଇ ଦେଇଥିଲେ। ଏହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ହୋଇଥିବା ବେଳେ ବୃଦ୍ଧଙ୍କର ଶରୀରର ମାତ୍ର କିଛି ଅଂଶ ହିଁ ଉଦ୍ଧାର କରାଯାଇ ପାରିଥିଲା।
ଆହୁରି ପଢ଼ନ୍ତୁ:- ମୁହଁରେ କାଳି ଫୋପାଡ଼ି ଥିବା ଭାସ୍କରକୁ ପାଣ୍ଡିଆନ୍ କହିଲେ ଏମିତି କିଛି ଯେ ସାରା ଦେଶ କରୁଛି ପ୍ରଶଂସା