ଫୋନ୍ ଟର୍ଚ ଲାଇଟ ସାହାଯ୍ୟରେ ଅପରେସନ କରୁଥିଲେ ଡାକ୍ତର, କିନ୍ତୁ ଶିଶୁ ସମେତ ମାଁ ର ମଧ୍ୟ ଚାଲିଗଲା ଜୀବନ

 
turch light operation

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଏକ ଲଜ୍ଜାଜନକ ଖବର ଆସିଛି।  ଏଠାରେ ଏକ ଡାକ୍ତରଖାନା ଅବହେଳା କରିବାର ସମସ୍ତ ସୀମା ଅତିକ୍ରମ କରିଯାଇଛି। ବିଏମସିର ମ୍ୟାଟରନିଟି ହୋମ୍ ରୁ ବିଦ୍ୟୁତ ଚାଲିଯିବା ପରେ, ସେଠାରେ ମୋବାଇଲ୍ ଟର୍ଚ୍ଚ ସାହାଯ୍ୟରେ ଅପରେସନ କରଯାଇଛି। ଯେଉଁଥିରେ ୨୬ ବର୍ଷୀୟ ଜଣେ ମହିଳା ଏବଂ ତାଙ୍କ ନବଜାତ ଶିଶୁର ମୃତ୍ୟୁ ଘଟିଛି। ବୃହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଦ୍ୱାରା ପରିଚାଳିତ ସୁଷମା ସ୍ୱରାଜ ମ୍ୟାଟରନିଟି ହୋମ୍ ଠରେ ଏହି ଘଟଣା ଘଟିଛି।

Operation

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହିଳାଙ୍କ ନାମ ସାହିଦୁନ୍ ଏବଂ ତାଙ୍କ ସ୍ୱାମୀଙ୍କ ନାମ ଖୁସରୁଦ୍ଦିନ ଅନସାରୀ ଅଟେ। ତାଙ୍କ ସ୍ୱାମୀ ଅକ୍ଷମ, ସେ ଗୋଟିଏ ଗୋଡ ହରାଇ ସାରିଛନ୍ତି।  ୧୧ ମାସ ପୂର୍ବରୁ ଦୁହେଁ ବିବାହ କରିଥିଲେ। ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନାର ଲାଇଟ୍ ବନ୍ଦ ହେବା ପରେ ଜେନେରେଟର ତିନି ଘଣ୍ଟା ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନଥିଲା।

Sushma swaraj MH

ପରିବାର ସଦସ୍ୟ କହିଛନ୍ତି ଯେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଗର୍ଭାବସ୍ଥାରେ ତାଙ୍କର ସମସ୍ତ ରିପୋର୍ଟ ସଠିକ୍ ଥିଲା।  ଏପ୍ରିଲ୍ ୨୯ ତାରିଖରେ, ସକାଳ ସାତଟାରେ ସେମାନେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ତାଙ୍କୁ ଦିନସାରା ଆଟେଣ୍ଡ କରିନଥିଲେ। ରାତି ୮ ଟାରେ ସାଧାରଣ ପ୍ରସବ ହେବ ବୋଲି ଡାକ୍ତରଖାନା ସୂଚନା ଦେଇଥିଲେ।  କିନ୍ତୁ ଯେତେବେଳେ ପରିବାର ସଦସ୍ୟ ସାକ୍ଷାତ କରିବାକୁ ଆସିଥିଲେ, ମହିଳା ଜଣକ ରକ୍ତରେ ଜୁଡୁବୁଡୁ ହୋଇ ସାରିଥିଲେ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଖୁସରୁଦ୍ଦିନଙ୍କ ମା କହିଛନ୍ତି,“ଡାକ୍ତରମାନେ ତାଙ୍କ ପେଟ କାଟି ସାରିଥିଲେ ଏବଂ ଏହା ପରେ ସେମାନେ ଆମର ଦସ୍ତଖତ ନେବାକୁ ଆସିଥିଲେ।  ଡାକ୍ତରମାନେ କହିଥିଲେ ଯେ ସାହିଦୁନଙ୍କର ଷ୍ଟ୍ରୋକ୍ ହୋଇଥିଲା ଏବଂ ସେଥିପାଇଁ ସି ସେକ୍ସନ ଆବଶ୍ୟକ ଥିଲା। ତା’ପରେ ହଠାତ ବିଜୁଳି ଚାଲି ଯାଇଥିଲେ। କିନ୍ତୁ, ଡାକ୍ତରମାନେ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ନ ପଠାଇ। ତାଙ୍କୁ ଅପରେସନ୍ ଥିଏଟରକୁ ନେଇ ଫୋନର ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ଡେଲିଭରି କରିଥିଲେ। ପ୍ରସବ ସମୟରେ ଶିଶୁଟିର ମୃତ୍ୟୁ ହୋଇଥିଲା”।

Operation

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ମା ବଞ୍ଚିବେ ଏବଂ ତାଙ୍କୁ ସିଓନ ଡାକ୍ତରଖାନା ଯିବାକୁ କହିଥିଲେ, କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ପାଖରେ ଅମ୍ଳଜାନ ପାଇଁ ମଧ୍ୟ ବ୍ୟବସ୍ଥା ନଥିଲା। ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କ ପାଇଁ ଦଣ୍ଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଡାକ୍ତର ଏବଂ କର୍ମଚାରୀମାନଙ୍କ ଅବହେଳା ହେତୁ ଏପରି ଘଟିଛି ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ।

Operation

ପୂର୍ବତନ ବିଜେପି କାଉନସିଲର ଜଗରୀ ପାଟିଲ ଏହି ପ୍ରସଙ୍ଗରେ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ତଦନ୍ତ ପାଇଁ ବିଏମସି ଉପରେ ଚାପ ପକାଉଛନ୍ତି। ସେ କହିଛନ୍ତି ଯେ,“ଡାକ୍ତରଖାନାର ଅବସ୍ଥା ଖରାପ ଅଛି। ଆମେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ”। ଏଥିସହ ସେ କହିଛନ୍ତି ଯେ ବିଏମସି ଏକ ତଦନ୍ତ କମିଟି ଗଠନ କରିଛି ଯାହା ତ୍ରୁଟିର ଯାଞ୍ଚ କରିବ। ଭୁଲ୍ କରିଥିବା ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ:- ଦରକାର‌ ଥିଲା ଛୁଆ, ସ୍ତ୍ରୀ ମରିଯିବାରୁ ଛୁଆ ଜନ୍ମ କରିବାକୁ ଶାଶୁକୁ ବାହା ହେଲା ଜ୍ୱାଇଁ, ଜାଣନ୍ତୁ ପୁରା ଘଟଣା