ଦରକାର ଥିଲା ଛୁଆ, ସ୍ତ୍ରୀ ମରିଯିବାରୁ ଛୁଆ ଜନ୍ମ କରିବାକୁ ଶାଶୁକୁ ବାହା ହେଲା ଜ୍ୱାଇଁ, ଜାଣନ୍ତୁ ପୁରା ଘଟଣା
ଆପଣ ଅଜବ ବିବାହ ବିଷୟରେ ବହୁତ ପଢିଥିବେ, ଦେଖିଥିବେ ଏବଂ ଶୁଣିଥିବେ। କିନ୍ତୁ ବିହାରରେ ଏକ ଅଜବ ଗଜବ ବିବାହ ବିଷୟରେ ଖୁବ ଚର୍ଚ୍ଚା ଏବଂ ଆଲୋଚନା ହେଉଛି। ଖବର ଅନୁଯାଇ ଏଠାରେ ଜଣେ ବ୍ୟକ୍ତିଙ୍କ ଶ୍ୱଶୁର ନିଜ ପତ୍ନୀକୁ ତାଙ୍କ ଜ୍ୱାଇଁ ସହିତ ବିବାହ କରାଇଦେଇଛନ୍ତି। କେବଳ ସେତିକି ନୁହେଁ ସେ ନିଜ ପତ୍ନୀ ଓ ଜ୍ୱାଇଁକୁ ବିଦାୟୀ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି। ଯିଏ ଏହି ବିବାହ ବିଷୟରେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି।
ବାସ୍ତବରେ ବିହାର ସ୍ଥିତ ବାଙ୍କା ଜିଲ୍ଲାରେ ଏଭଳି ଘଟଣା ଘଟିଯାଇଛି। ଟାଉନ ଥାନା ଛତ୍ରପାଲ ପଞ୍ଚାୟତରେ ଜଣେ ଯୁବକଙ୍କର ନିଜ ଶାଶୁଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହା ଜାଣିବା ପରେ ଶ୍ୱଶୁର ତାଙ୍କ ପତ୍ନୀଙ୍କ ସହିତ ଜ୍ୱାଇଁର ବିବାହ କରାଇ ଦେଇଥିଲେ। କେବଳ ସେତିକି ନୁହେଁ ବ୍ୟକ୍ତି ଜଣକ ପତ୍ନୀ ଓ ଜ୍ୱାଇଁକୁ ବିବାହ କରାଇବାପରେ ସେମାନଙ୍କୁ କୋର୍ଟ ନେଇ ଯାଇଥିଲେ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଉଭୟଙ୍କୁ କୋର୍ଟରେ ହାଜର କରାଇ ସେମାନଙ୍କର କୋର୍ଟ ମ୍ୟାରେଜ ମଧ୍ୟ କରାଇ ଦେଇଥିଲେ ଏହି ବ୍ୟକ୍ତି। ସୂଚନା ଅନୁଯାୟୀ, କାଟରିଆ ପୋଲିସ ଷ୍ଟେସନ ଅଞ୍ଚଳର ଧୋବନି ଗାଁର ଜଣେ ଯୁବକ ବଙ୍କା ପୋଲିସ ଷ୍ଟେସନ ଛତ୍ରପାଲ ପଞ୍ଚାୟତରେ ବିବାହ କରିଥିଲେ। ବିବାହ ପରେ ତାଙ୍କର ଏକ ପୁଅ ଏବଂ ଝିଅ ମଧ୍ୟ ରହିଛି।
କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ନଜ଼ର ତାଙ୍କ ଶାଶୁଙ୍କ ଉପରେ ପଡ଼ିଥିଲା। ଦୁହେଁ ପରସ୍ପରକୁ ଭଲ ପାଇବାକୁ ଲାଗିଥିଲେ। ନିକଟରେ ଯୁବକ ଜଣକ ତାଙ୍କ ଶାଶୁ ଘରକୁ ଆସିଥିଲେ। ଉଭୟେ ଏକାନ୍ତରେ ଥିବାବେଳେ ଏହାର ସୂଚନା ଶ୍ୱଶୁର ପାଇଯାଇଥିଲା।
बिहार, में सास-दामाद ने गांव वालों के सामने रचाई शादी, दामाद और सास का कई सालों से चल रहा था अफेयर, अब यही देखना रह गया था #AbkiBaar400Paar #Election2024 #GTvsRCB #TakeItLightly #viralvideo #LokSabhaPolls #TejRanFam #INFOSYS pic.twitter.com/YGKl7P8pQj
— Priya halchal (@HalchalPriya) April 28, 2024
ସୂଚନା ପାଇବା ମାତ୍ରେ ସେ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ଯେଉଁଠାରେ ଶାଶୁ ଏବଂ ଜ୍ବାଇଁ ପରସ୍ପରକୁ ଭଲ ପାଉଥିବା ସ୍ୱୀକାର କରିଥିଲେ। ତା’ପରେ ଵ୍ୟକ୍ତିଜଣକ ନିଜ ସ୍ତ୍ରୀ ସହିତ ଜ୍ୱାଇଁର ବିବାହ କରାଇ ଦେଇଥିଲେ। ଏହି ବିବାହ ବର୍ତ୍ତମାନ ସମଗ୍ର ଗାଁ ଏବଂ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆହୁରି ପଢ଼ନ୍ତୁ:- ବିଜେଡ଼ି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ! ରାଜ୍ୟକୁ ପାଣ୍ଡିଆନ୍ ଚଳାଉଥିବା ନେଇ ଖୋଲାଖୋଲି ଦେଲେ ମତ….