ସର୍ଭେରୁ ଖୁଲାସା: ପ୍ରେମ କରି ବିବାହ କରିଥିବା ଅଧିକାଂଶ ଦମ୍ପତ୍ତି ମାଗୁଛନ୍ତି ଛାଡ଼ପତ୍ର, ତିଷ୍ଠୁନି ପ୍ରେମ, ଜାଣନ୍ତୁ ପୂରା ଖବର

 
Divorce

ଅଧିକାଂଶ ଛାଡ଼ପତ୍ର ମାମଲା, ପ୍ରେମ ବିବାହ କରିଥିବା ଦମ୍ପତ୍ତିଙ୍କ କ୍ଷେତ୍ରରେ ଦେଖାଯାଉଛି । ଏକଥା ଆମେ ନୁହେଁ, ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି । ବାସ୍ତବରେ, ଜଷ୍ଟିସ୍ ବି.ଆର ଗୱାଇ ଏବଂ ସଞ୍ଜୟ କାରୋଲଙ୍କ ଏକ ବେଞ୍ଚ ବିବାହ ବିବାଦ ସହ ଜଡିତ ଟ୍ରାନ୍ସଫର ଆବେଦନ ଶୁଣାଣି କରୁଥିଲେ । ଏହି ମାମଲାର ଜଣେ ଓକିଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଏହି ବିବାହ ଏକ ପ୍ରେମ ବିବାହ ।

Divorce

ଜଷ୍ଟିସ୍ ଗାଭାଇ ଉତ୍ତର ଦେଇଛନ୍ତି ଯେ ଅଧିକାଂଶ ଛାଡପତ୍ର କେବଳ ପ୍ରେମ ବିବାହରୁ ଘଟୁଛି । ତେବେ ଉକ୍ତ ମାମଲାର ଶୁଣାଣି ବେଳେ କୋର୍ଟ ମଧ୍ୟସ୍ତି ଦ୍ୱାରା ବୁଝାସୁଝା କରିବାର ପରାମର୍ଶ ମଧ୍ୟ ଦେଇଥିଲେ । ହେଲେ ଏହାର ସ୍ୱାମୀ ଏହାର ବିରୋଧ କରିଥିଲେ । ତେବେ କୋର୍ଟ କହିଛନ୍ତି ଯେ ନିକଟରେ ହୋଇଥିବା ଏକ ବିଚାରକୁ ଦୃଷ୍ଟିରେ ରଖି ସେ ତାଙ୍କ ବିନା ଅନୁମତିରେ ଛାଡପତ୍ର କରିପାରିବେ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ : LIVE ଶୋ ରେ ମହିଳା ଦେଲେ ଅଜବ ବିବୃତି, କହିଲେ "ରାତିରେ ମୋ ସ୍ୱାମୀ ମତେ ଖୁସି ଦେଇପାରୁନାହାନ୍ତି ଏବଂ..."

ସୁପ୍ରିମ୍‌କୋର୍ଟ ଚଳିତ ମାସ ଆରମ୍ଭରୁ ଏକ ମାମଲାର ଶୁଣାଣି କରି କହିଥିଲେ ଯେ, ଜୀବନସାଥିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଯଦି ପୁରଣ ନହୋଇପାରେ ତେବେ ସେମାନଙ୍କ ଛାଡ଼ପତ୍ର ଆବେଦନ ତୁରନ୍ତ ଗ୍ରହଣ କରିବା ଉଚିତ୍ । କାରଣ ଏହା ସେମାନଙ୍କର ଅଧିକାର ନୁହେଁ ବିଶେଷାଧିକାର । ଏଥିରେ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଏଭଳି ମାମଲାର ତୁରନ୍ତ ସମାଧାନ ହେବା ଆବଶ୍ୟକ ।

ଆପଣଙ୍କୁ କହିରଖୁଛୁ ଯେ ମେ 2 ରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସମ୍ବିଧାନର ଧାରା 142 (1) ଅନୁଯାୟୀ ତୁରନ୍ତ ଛାଡପତ୍ର ଦେଇ ଏକ ବିବାହ ବନ୍ଦ ହୋଇପାରିବ । କିନ୍ତୁ, କୋର୍ଟ ଏହା ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେତେବେଳେ ବିବାହକୁ ବଞ୍ଚାଇବାକୁ ଅନ୍ୟ କୌଣସି ଉପାୟ ନଥାଏ ସେତେବେଳେ ହିଁ ଏହା ହୋଇପାରେ ।