ସାମ୍ନା କୁ ଆସିଲା ସତ, ଏହିଠାରୁ ଲୋକଙ୍କ ଆକାଉଣ୍ଟକୁ ଆସୁଛି ପୁଳା ପୁଳା ଟଙ୍କା, ପଢନ୍ତୁ ରିପୋର୍ଟ

 
Money

ଅଜଣା ସୂତ୍ରରୁ ଆକାଉଣ୍ଟକୁ ଆସିଲା ଟଙ୍କା। କିଏ ପଠାଇଛି କେଉଁଠୁ ଆସିଛି କିଛି ଜଣାନାହିଁ କିନ୍ତୁ ଲୋକଙ୍କ ଖାତାକୁ ଆସିଛି ହଜ଼ାର ଠାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା। ଗତକିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ କିଏ ଏହି ଟଙ୍କା ପଠାଇଛି ସେଥିନେଇ ସୂଚନା ଦେଇଛନ୍ତି ବ୍ୟାଙ୍କ ଅଧିକାରୀ।

Money

ବାଟିପଡ଼ାରେ ଥିବା ଓଡ଼ିଶା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଥିବା ଖାତାଧାରୀଙ୍କ ଖାତାରେ ଗତ ବୁଧବାର ରାତିରୁ ଅଚାନକ ଏଭଳି ଟଙ୍କା ଜମା ହେବାକୁ ଲାଗିଥିଲା। କାହା ଖାତାକୁ ୫ ହଜ଼ାର ତ କାହା ଖାତାକୁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆସିଥିବା ଜଣାପଡିଥିଲା। ତେବେ ଏତେ ଟଙ୍କା ପାଇ ଲୋକଙ୍କ ପାଦ ତଳେ ଲାଗୁନଥିବା ବେଳେ ବ୍ୟାଙ୍କ ଆଗରେ ଏହାକୁ ଉଠାଇବା ପାଇଁ ଭିଡ଼ ଜମିଥିଲା।

Bank

ପ୍ରାୟ ୧୫୦ ଲୋକଙ୍କ ଆକାଉଣ୍ଟକୁ ଏଭଳି ଟଙ୍କା ଆସିଥିବା ବେଳେ ଲୋକଙ୍କ ଭିଡ଼ ଦେଖି ବ୍ୟାଙ୍କ ପକ୍ଷରୁ ଟଙ୍କା ଉଠାଇବାକୁ ବନ୍ଦ ରଖା ଯାଇଥିଲା। କିଛି ଲୋକଙ୍କ କହିବା ମୁତାବକ ପିଲା ମାନଙ୍କର ସ୍କଲାରସିପ୍ ଟଙ୍କା ଭାବରେ ମୋବାଇଲକୁ ମେସେଜ୍ ଆସିଥିଲା।

କିନ୍ତୁ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା ଅନୁଯାଇ ABPS (Aadhaar Payments Bridge System)ରୁ ଟଙ୍କା ଆସିଛି। ଆହୁରି ମଧ୍ୟ କିଛି ଲୋକଙ୍କ ପାଖକୁ ଫସଲ ବୀମା ବାବଦକୁ ଟଙ୍କା ଆସିଥିବା କୁହାଯାଉଅଛି।

ଆହୁରି ପଢ଼ନ୍ତୁ:- ହାତଗଣ୍ଠି ପଡିବା ପୂର୍ବରୁ ଆରପାରିକୁ ଚାଲିଗଲେ ଭାବି ସ୍ୱାମୀ, ଶବ ପାଖରେ ଭୋ ଭୋ କାନ୍ଦୁଛି ଭାବି ପତ୍ନୀ, ପୁରା ଘଟଣା ଜାଣି ହେବେ ଦୁଃଖିତ