ହାତଗଣ୍ଠି ପଡିବା ପୂର୍ବରୁ ଆରପାରିକୁ ଚାଲିଗଲେ ଭାବି ସ୍ୱାମୀ, ଶବ ପାଖରେ ଭୋ ଭୋ କାନ୍ଦୁଛି ଭାବି ପତ୍ନୀ, ପୁରା ଘଟଣା ଜାଣି ହେବେ ଦୁଃଖିତ

 
Swami palhare stree

ହୋମ ନିଆଁ ଜଳିବା ପୁର୍ବରୁ ଜଳିବାକୁ ଯାଉଛି ଯୁଇ ନିଆଁ। କିଏ ଜାଣି ଥିଲା ଭାଗ୍ୟର ବିଡମ୍ବନା ଏମିତି ହେବ ବୋଲି।ବାହା ହୋଇ ନୂଆ ସଂସାର କରିବାକୁ ସଞ୍ଜୟ ହେଲେ ସବୁ ଦିନ ପାଇଁ ଚାଲି ଗଲେ ସେ ସଂସାର ଛାଡ଼ି। ସେ ସିନା ଚାଲିଗଲେ ହେଲେ ଛାତିଫଟା ଦୁଃଖ ଦେଇ ଗଲେ ନିଜର ଭାବି ପତ୍ନୀକୁ। ସଂଜୟଙ୍କୁ ବାହା ହେବାକୁ ଆଉ କେଇଟା ଦିନ ବାକି ଥିଲା। ଦୁହେଁ ନିଜ ଆଗାମୀ ଦିନକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ। ଯାହା ସବୁ ଭାବି ଭାବି ଭୋ ଭୋ ହୋଇ କାନ୍ଦୁଛନ୍ତି ସେ।

Body

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଆଳିଆ ଛକ ଠାରେ। ଆଜି ମଧ୍ୟାହ୍ନ ରେ ଏକ ସଡ଼କ ଦୁର୍ଘଟଣାରେ ରାଉତପଦା ଅଞ୍ଚଳର ସଞ୍ଜୟ ସିଅଳ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା।ସେ ଆଜି ପାଣିକୋଇଲି ଛକରୁ ନିଜ ଘରକୁ ଫେରୁଥିବା ସମୟରେ କୋରେଇ ଛକ ଆଳୀଆ ଛକ ଠାରେ ପଛ ପଟୁ ଏକ ଅଜଣା ୧୦ ଚକିଆ ଟ୍ରକ ଆସି ଧକ୍କା ଦେଇଥିଲା ତାଙ୍କୁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
Ffg
ସ୍ଥାନୀୟ ଲୋକ ସଞ୍ଜୟ ଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ଯେଉଁଥି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ଜାଣିବା ପରେ ସେଠାରେ ପହଞ୍ଚି ଥିଲେ ତାଙ୍କର ଭାବି ପତ୍ନୀ। ଚିତ୍କାର କରି ନିଜ ଭାଗ୍ୟକୁ ଦୋଷ ଦେଇ କାନ୍ଦୁଥିଲେ। ଡାକ୍ତରଖାନା ନିସ୍ତବ୍ଧ ହୋଇ ଯାଇ ଥିଲା। ସବୁ ଆଡ଼େ ଶୋକର ଛାୟା। ବାହା ସିନା ହୋଇ ନ ଥିଲେ ହେଲେ ନିଜ ସ୍ଵାମୀ ରୂପେ ମନରେ ଗ୍ରହଣ କରିଥିଲେ ତାଙ୍କୁ। କେମିତି ବା ସହିବେ ସେ ଦୁଃଖ।
ସୂଚନା ଅନୁଯାୟୀ ସଞ୍ଜୟ ଏୟାରଟେଲ ଡେବିଟ୍ ବ୍ୟାଙ୍କ ରେ ମ୍ୟାନେଜର ଭାବେ କାମ କରୁଥିଲେ। ସେ ଘରର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ୨ ବର୍ଷ ତଳେ ହୋଇ ଯାଇଥିଲା। ଏବେ ଉଭୟ ପରିବାର ଓ ତାଙ୍କ ଭାବି ସ୍ତ୍ରୀ ଙ୍କ ଉପରେ ଯେପରି ଘୋଟି ଯାଇଛି ଦୁଃଖର ଛାୟା। ନିଜ ଭାଗ୍ୟକୁ ଦୋଷ ଦେବେ ନା ଭଗବାନ ଙ୍କୁ। ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ ତାଙ୍କ ପାଖରେ।