ଦେଖନ୍ତୁ ଭିଡ଼ିଓ: ଓଡ଼ିଆ ସଂସ୍କୃତି ଉପରେ କୁଠାରଘାତ, ପ୍ରଭୁ ଜଗନ୍ନାଥଙ୍କ ଆଗରେ ଚାଲିଛି ଅର୍ଦ୍ଧନଗ୍ନ ନୃତ୍ୟ ଏବଂ...

 
Dance

ଓଡ଼ିଶାର ମଉଡ଼ମଣି ଶ୍ରୀ ଜଗନ୍ନାଥ। ସେ ଚାରି କୋଟି ଓଡ଼ିଆଙ୍କର ପ୍ରାଣକେନ୍ଦ୍ର ହୋଇଥିବା ବେଳେ, ଅନେକ ସମୟରେ ତାଙ୍କୁ ଅପମାନ କରାଯାଉଥିବାର ଭିଡ଼ିଓ ସାମ୍ନାକୁ ଆସିଥାଏ। କିଛିଦିନ ପୂର୍ବରୁ ଜଳେଶ୍ବର ଠାରେ ପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ କାଠ ଏବଂ ବାଉଁଶ ବୋଝେଇ ପିକଅପ୍ ଭ୍ୟାନ ଉପରେ ଲଦି ନିଆଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଟେଣ୍ଟ ହାଉସ ମାଲିକ ଏବଂ ପିକଅପ୍ ଭ୍ୟାନ ଡ୍ରାଇଭର ଏଥିନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ, ଏଭଳି ଆଉ ଏକ ନିନ୍ଦନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ନୃତ୍ୟଶିଳ୍ପୀମାନେ ଅର୍ଦ୍ଧନଗ୍ନ ଅବସ୍ଥାରେ ଆଧୁନିକ ଗୀତରେ ନାଚୁଥିବାର ଦୃଶ୍ୟ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। 

ବ୍ରହ୍ମପୁର ଟେଣ୍ଟ ସପ୍ଲାଅର୍ସ ଆସୋସିଏସନ୍ ପକ୍ଷରୁ ସାଧାରଣ ବୈଠକ ଏବଂ ବ୍ଲଡ଼ ଡୋନେସନ୍ କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ସେଠାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଓଡିଶା ନିଜର ସଂସ୍କୃତି ପାଇଁ ସବୁଠାରେ ପରିଚିତ ଥିବାବେଳେ ଏପରି ଅପସଂସ୍କୃତିର ପ୍ରଚାର କରିବା କେତେ ଦୂର ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଏପରି ନଗ୍ନ ନୃତ୍ୟ ପରିବେଷଣ କରିବାର ଥିଲା ତେବେ ଆୟୋଜକମାନେ ସେଠାରୁ ଭଗବାନଙ୍କ ପ୍ରତିମୂର୍ତ୍ତିକୁ କାଢି ମଧ୍ୟ ପରିଥାନ୍ତେ। କିନ୍ତୁ, ଏଥିନେଇ କାହିଁକି କେହି ଧ୍ୟାନ ଦେଲେ ନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ:- ମୁହଁରେ କାଳି ଫୋପାଡ଼ି ଥିବା ଭାସ୍କରକୁ ପାଣ୍ଡିଆନ୍ କହିଲେ ଏମିତି କିଛି ଯେ ସାରା ଦେଶ କରୁଛି ପ୍ରଶଂସା