ମୁହଁରେ କାଳି ଫୋପାଡ଼ି ଥିବା ଭାସ୍କରକୁ ପାଣ୍ଡିଆନ୍ କହିଲେ ଏମିତି କିଛି ଯେ ସାରା ଦେଶ କରୁଛି ପ୍ରଶଂସା

 
Pandian

ଓଡ଼ିଶା ରାଜ୍ୟ 5t ସଚିବ ବି ପାଣ୍ଡିୟାନଙ୍କୁ ପୁରୀ ସତ୍ୟବାଦୀ ଠାରେ ହୋଇଛି କାଳୀ ମାଡ।ସମୟ ୧ଟା ୫୦ ମିନିଟ୍। ସ୍ଥାନ ପୁରୀ ସତ୍ୟବାଦୀ ଗୋପବନ୍ଧୁ ମହାବିଦ୍ୟାଳୟ ପଡିଆ। ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲେ VK ପାଣ୍ଡିୟାନ। ହେଲେ ମଞ୍ଚ ଉପରକୁ ଯିବା ପୂର୍ବରୁ ଘଟିଗଲା ଅଘଟଣଟି। ଉପସ୍ଥିତ ଜନ ସମାଗମ ସହ ହାତ ମିଳାଇ ମଞ୍ଚ ଉପରକୁ ଯିବା ସମୟରେ ଭିଡ଼ ଭିତରୁ କେହି ଜଣେ ବ୍ୟକ୍ତି ପାଣ୍ଡିଆନଙ୍କ ମୁହଁ ଉପରକୁ ସିଧାସଳଖ  କାଳି ଫୋପାଡ଼ିଥିଲେ।କେବଳ ସଚିବ ନୁହନ୍ତି ସେଠାରେ ଉପସ୍ଥିତ ଜିଲ୍ଲାପାଳଙ୍କ ଉପରେ ମଧ୍ୟ ପଡିଥିଲା କାଳି।

ଏ ନେଇ ଅନେକ ଉପସ୍ଥିତ ଲୋକେ ଭିନ୍ନ ଭିନ୍ନ ପ୍ରକ୍ରିୟା ଉପସ୍ଥାପନ କରିଛନ୍ତି। ପାଣ୍ଡିୟାନଙ୍କୁ କାଳି ମାଡ କରିଥିବା ବ୍ୟକ୍ତି ଜଣକ କଳାଶ ଅଞ୍ଚଳର ଭାସ୍କର ସାହୁ। ଭାସ୍କର ସାହୁଙ୍କ ପରିଚୟକୁ ନେଇ ଉଠୁଛି ଅନେକ ପ୍ରଶ୍ନ।କଣ ହୋଇଥାଇପାରେ ଏହା ପଛର କାରଣ? କାହିଁକି କଲେ ସେ ଏଭଳି କାର୍ଯ୍ୟ? ଉଦ୍ଦେଶ୍ୟ ତାଙ୍କର ରହିଛି କଣ? ଏ ନେଇ ବିଜେଡି ସିଧାସଳଖ ଟାର୍ଗେଟ କରିଛି ବିଜେପିକୁ।କିନ୍ତୁ ବିଜେପି ପ୍ରତିକ୍ରିୟାରେ ସଫା ସଫା ମନା କରିଦେଇଛି ଏଭଳି ଘୃଣ୍ୟ କାର୍ଯ୍ୟ ସେ କରିପାରିବ ନାହିଁ ବୋଲି।

g

ହେଲେ ଏଥି ମଧ୍ୟରେ ବି ପାଣ୍ଡିଆନଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଣ୍ଡିୟାନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗିରଫ କରିଥିବା ଦୋଷୀ ଭାସ୍କର ସାହୁଙ୍କୁ ଛାଡ଼ି ଦେଇଛି। ପାଣ୍ଡିୟାନଙ୍କ ଏପରି କରିବାର ପଛର ଉଦ୍ଦେଶ୍ୟ କଣ ହୋଇଥାଏ ବୋଲି ଲୋକଙ୍କ ମନରେ ପ୍ରଶ୍ନ।ପାଣ୍ଡିୟାନ କହିଛନ୍ତି ମୁଁ ଦୋଷୀକୁ କ୍ଷମା କରିଦେଇଛି, ମୋର କିଛି ଅଭିଯୋଗ ନାହିଁ।

Bhaskar

ଏ ନେଇ କିନ୍ତୁ ଭାସ୍କର ପାଣ୍ଡିୟାନଙ୍କୁ କ୍ଷମା ମାଗିବି ନାହିଁ ବୋଲି କହିଛନ୍ତି।ମୁ ଜିଲ୍ଲାପାଳଙ୍କୁ ଭୁଲ ମାଗୁଛି। ପୁଣି ସେ କହିଛନ୍ତି ହୁଏ ତ ମୋର ତରିକା ଭୁଲ ଥିଲା ହେଲେ ପୂର୍ବରୁ ମୁ ଅନେକ ସମସ୍ୟାକୁ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିଲେ।ତେଣୁ ମୁଁ ଏପରି କରିବାକୁ ଉଚିତ୍ ମନେ କଲି।ତାଙ୍କ କହିବା ଅନୁସାରେ ସେ କୌଣସି  ରାଜନୈତିକ ଦଳର ନୁହଁନ୍ତି କି କାହା ଠାରୁ ସେ ପଇସା ନେଇ ନାହାନ୍ତି।ଏହା ତାଙ୍କର ଏକ ବ୍ୟକ୍ତିଗତ ବିରୋଧ ଥିଲା । ଯେଉଁଥି ପାଇଁ ସେ ଅନୁତପ୍ତ ନୁହଁନ୍ତି ବୋଲି ସେ କହିଛନ୍