କହୁ କହୁ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ଜୟରାମ, ରାଗରେ କଡ଼ମଡ଼ ବିଜେଡି ସମର୍ଥକ

 
Jayram

ଆଜି କାଲି ଓଡ଼ିଶାରେ କିଭଳି ଭାବରେ ଦୁର୍ନୀତି ଚାଲିଛି ତାହା କାହାକୁ ଅବା ଅଛପା ରହିଛି। ବର୍ତ୍ତମାନ ସମୟରେ ରାଜ୍ୟରେ ପାଣ୍ଡିଆନଙ୍କ ହାୱା ଚାଲିଥିବା ବେଳେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏସବୁକୁ ନେଇ ଏବେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ବିରୋଧୀ ଦଳ। ବିରୋଧୀ ଦଳ ନେତା ଜୟରାମ ଏଥିନେଇ ପ୍ରଶ୍ନ ଉଠାଇଛନ୍ତି।

Pandian

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ସରକାରଙ୍କ ଜାଣତରେ ଲୋକମାନଙ୍କ ସମ୍ପତ୍ତିକୁ ନଷ୍ଟ କରାଯାଉଛି। ଏବେ ଖଣି ଖାଦାନ ଶେଷ ହେବାକୁ ଯାଉଛି। ଜଙ୍ଗଲ ସବୁ ନଷ୍ଟ କରାଯିବା ସହିତ ଖଣି ଅଞ୍ଚଳରୁ ଖଣି ସରି ଆସିଲାଣି। ଜଙ୍ଗଲ କ୍ଷୟ ହେବା ସହିତ ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେଇ ପାରୁନାହାଁନ୍ତି ସରକାର। ଏହି ଦୁର୍ନୀତିରେ ନେତା ମନ୍ତ୍ରୀ ମାନେ ସମସ୍ତେ ସାମିଲ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାଣିବାରେ ଏହି ସବୁ ଘୋଟାଲା ହୋଇଛି, ଏଥିପାଇଁ କେବଳ ସରକାର ହିଁ ଦାୟୀ ବୋଲି କହିଛନ୍ତି ଜୟରାମ। ଆଜି ଓଡ଼ିଶା ଏକ ଗରିବ ରାଜ୍ୟ ଭାବରେ ପରିଣତ ହୋଇଛି। ଏଠାରେ ବର୍ତ୍ତମାନ ସମୟରେ ଲୋକେ ଭଲ ଭାବରେ ଖାଇବାକୁ ପାଉନାହାଁନ୍ତି।

Jayram

ଏଭଳି ସମୟରେ ରାଜ୍ୟର ଉନ୍ନତି କଥା କେତେବେଳେ ଭାବିବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ବରଂ ହୋଇଥିବା ଦୁର୍ନୀତିକୁ ନେଇ ଲିଖିତ ଅଭିଯୋଗ ଏବଂ ପ୍ରମାଣ ମିଡିଆ ଆଗରେ ପ୍ରସ୍ତୁତ କରିଛନ୍ତି ଜୟରାମ। ହୋଇଥିବା ଦୁର୍ନୀତିକୁ ନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି।

ତେବେ, ରାଜ୍ୟରେ ବର୍ତ୍ତମାନ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ରହିଥିବା ବେଳେ ତାଙ୍କ କଥାକୁ ନେଇ ତାଛଲ୍ୟ କରିଛନ୍ତି ଜୟରାମ। ବର୍ତ୍ତମାନ ପାଣ୍ଡିଆନ୍ ପ୍ରଶାସନିକ ଅଧିକାରୀ ନାହାଁନ୍ତି। ସେ ଜଣେ ସାଧାରଣ ଲୋକ ଅଟନ୍ତି। ରୁଦ୍ଧଦ୍ୱାରା ବୈଠକରେ ଅମିତ ଶାହ ତାଙ୍କୁ କୁଆଡେ ଚାପୁଡ଼ା ମାରିଥାନ୍ତେ ବୋଲି କହିଛନ୍ତି ଜୟରାମ। 

ଆହୁରି ପଢ଼ନ୍ତୁ:- ଯୁବତୀ ଅଧରାତିରେ ୭୧ ବର୍ଷୀୟ ଡାକ୍ତରଙ୍କୁ କଲେ ନ୍ୟୁଡ୍ କଲ୍‌, ଆଉ ତା'ପରେ ଯାହା ଘଟିଲା ଜାଣି ହେବେ ତାଜୁବ୍