ଯୁବତୀ ଅଧରାତିରେ ୭୧ ବର୍ଷୀୟ ଡାକ୍ତରଙ୍କୁ କଲେ ନ୍ୟୁଡ୍ କଲ୍‌, ଆଉ ତା'ପରେ ଯାହା ଘଟିଲା ଜାଣି ହେବେ ତାଜୁବ୍

 
Girl to doctor
ନିଉଡ କଲ୍ କରି ଲୁଟିନେଲେ ୮ ଲକ୍ଷ ଟଙ୍କା । ଦିଲ୍ଲୀରେ ମାତିଛି ଦଲାଲଙ୍କ ସଂଖ୍ୟା । ଉଲଗ୍ନ ଅବସ୍ଥାରେ ଭିଡିଓ କଲ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦୀର୍ଘ ଦିନ ଧରି ଚାଲିଥିବା ଏହି ଗ୍ୟାଙ୍ଗ କେତେ ଲୋକଙ୍କ ଠାରୁ କେତେ ଟଙ୍କା ଠକିଛି ତାହାର କିଛି ହିସାବ ନାହିଁ ।

T

ସତ କଥା ତ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଡାକ୍ତର ଭୟ ନ କରି ପୋଲିସ୍ ଆଗରେ ସବୁ ସତ କଥା କହି ଥିଲେ । ଯାହା ପରେ ପୋଲିସ ଏବେ ଆରମ୍ଭ କରିଛି ତର୍ଜମା । ପୋଲିସ୍ ର କହିବା ଅନୁସାରେ ପୂର୍ବ ଦିଲ୍ଲୀର ଖିଚଡ଼ିପୁର ଅଂଚଳରେ ଏକ ସେକ୍ସ୍ ଟସନ୍ ଗ୍ୟାଙ୍ଗ ଏଭଳି କାମରେ ଲିପ୍ତ ରହିଛି । ସୂଚନା ଅନୁସାରେ ଦିଲ୍ଲୀର ଜଣେ ୭୧ ବର୍ଷୀୟ ଆୟୁର୍ବେଦିକ୍ ଡାକ୍ତରଙ୍କ ଠାରୁ ଏହି ଗ୍ୟାଙ୍ଗ ଲକ୍ଷାଧିକ ଟଙ୍କା ଲୁଟି ନେଇଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଡାକ୍ତର ଜଣକଙ୍କ ଅଭିଯୋଗ ଅନୁସାରେ ଗତ ବର୍ଷ ୧୩ ଜୁଲାଇରେ ତାଙ୍କୁ ଏକ ଭିଡିଓ କଲ୍ ଆସିଥିଲା । ସେ କଲ୍ ଟିକୁ ରିସିଭ୍ କରିବା ପରେ ଜଣେ ମହିଳା ଚିତ୍କାର କରିଥିଲେ । ସେହି ଦିନ ବିଳମ୍ବିତ ରାତିରେ ତାଙ୍କୁ ଆଉ ଥରେ ମଧ୍ୟ କଲ୍ ଆସିଥିଲା । ଯାହାକୁ ସେ ରିସିଭ କରି ନ ଥିଲେ ।

ଠିକ୍ ସେହିପରି ପୁଣି ୧୪ ତାରିଖ ଦିନ ରାତିରେ ତାଙ୍କୁ ଏକ ଭିଡିଓ କଲ୍ ଆସିଥିଲା । ସେ କଲ୍ ଟିକୁ ରିସିଭ କରିବା ମାତ୍ରେ କଲ୍ କରିଥିବା ମହିଳା ଜଣକ ପିନ୍ଧିଥିବା ପୋଷାକକୁ ଖୋଲିବା ଆରମ୍ଭ କରିଥିଲେ । ଏହା ପରେ ସେ ଫୋନ୍ ଟିକୁ କାଟି ସୁଇଚ ଅଫ୍ କରି ଦେଇଥିଲେ । ପରେ ସେ ସକାଳୁ ଫୋନ୍ ଖୋଲିବା ପରେ ତାଙ୍କୁ ନୂଆ ନୂଆ ନମ୍ୱର୍ ରୁ ବାରମ୍ବାର କଲ୍ ଆସିଥିଲା । 

Doctor girl

ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ସେ ଦିଲ୍ଲୀ ପୋଲିସ୍ ଅଧିକାରୀ ବୋଲି କହିଥିଲେ । ଆହୁରି ମଧ୍ୟ କହିଥିଲେ ତାଙ୍କର କିଛି ଅଶ୍ଳୀଳ ଭିଡିଓ ଭାଇରାଲ ହୋଇ ଯାଇଛି । ଯାହାକୁ ରୋକିବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଏପରି ବାରମ୍ବାର ଫୋନ୍ କରି ତାଙ୍କୁ ଧମକାଇବା ଓ ଡରାଇବା ସହିତ ତାଙ୍କ ପାଖରୁ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।