ITI ପାସ୍‌ ଛାତ୍ରଛତାତ୍ରୀଙ୍କ ପାଇଁ ବଡ ସୁବର୍ଣ୍ଣ ସୁଯୋଗ, ବିନା ପରୀକ୍ଷାରେ ମିଳିବ କେନ୍ଦ୍ରୀୟ ସରକାରୀ ଚାକିରି

 
ITI job

ITI ପାସ୍ କରିଥିବା ଛାତ୍ରଛତାତ୍ରୀଙ୍କ ପାଇଁ ସବୁଠୁ ବଡ ଖୁସି ଖବର । ଯେଉଁମାନେ ITI ପାସ୍ କରିଛନ୍ତି ଏବଂ ଚାକିରି ପାଇଁ ଅପେକ୍ଷା କରିଛନ୍ତି ସେମାନେ ଡେରି ନକରି ତୁରନ୍ତ ଆବେଦନ କରନ୍ତୁ । କୌଣସି ଘରୋଇ ଚାକିରି ନୁହେଁ ବରଂ ସରକାରୀ ଚାକିରି । କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ଥିବା ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍‌ ଆପ୍ରେଣ୍ଟିସସିପ୍‌ ରେ ବିଭିନ୍ନ ପଦବୀ ଖାଲି ରହିଛି । ତେବେ ଡେରି ନକରି ତୁରନ୍ତ ଆବେଦନ କରନ୍ତୁ ।

ITI

କେନ୍ଦ୍ର ସରକାରଙ୍କ ଅଧିନରେ ଖୁବ କମ୍‌ ITI ଛାତ୍ରଛାତ୍ରୀଙ୍କ ପାଇଁ ବହୁତ କମ୍‌ ନିଯୁକ୍ତି ବାହାରିଥାଏ । ତେଣୁ ସମୟ ନଷ୍ଟ  ନକରି ଇଚ୍ଛୁକ ପ୍ରାର୍ଥୀ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ apprenticeshipindia.org ଓ୍ବେବ୍‌ସାଇଟ୍‌ କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ ଶେଷ ତାରିଖ ରହିଛି 2023 ଅଗଷ୍ଟ 31 । ଏହା ପୂର୍ବରୁ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରିନିଅନ୍ତୁ ।

କେତେ ପଦବୀ ଖାଲି :-

ଭାରତ ସରକାଙ୍କ ଦ୍ବାରା ପରିଚାଳିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍‌ ଆପ୍ରେଣ୍ଟିସ୍‌ ରେ ମୋଟ 1060 ପଦବୀ ଖାଲି ରହିଛି । ଏହି ସବୁ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ତେଣୁ ଅଗଷ୍ଟ 31 କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ ।

କେଉଁମାନେ କରିପାରିବେ ଆବେଦନ :-

ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍‌ ଆପ୍ରେଣ୍ଟିସ୍‌ ରେ ବିଭିନ୍ନ ବିଭାଗର ITI ପାସ୍ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଯେପରିକି ଫିଟର୍, ଟର୍ଣ୍ଣର, ଇଲେକ୍ଟ୍ରିକାଲ୍, ଓ୍ବେଲଡର୍, COPA, ମେସିନିଷ୍ଟ ଆଦି ବିଭାଗର ଆଶାୟୀ ଆବେଦନ କରିପାରିବେ । ଅଧିକ ଜାଣିବାକୁ ଚାହୁଁଥିଲେ ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ ।

କିପରି କରିବେ ଆବେଦନ :-

କେନ୍ଦ୍ରୀୟ ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀମାନେ ଅଧିକାରୀକ ଓ୍ବେବସାଇଟ୍ apprenticeshipindia.org କୁ ଯାଇ ଆବେଦନ କରିପାରିବେ । ଓ୍ବେବସାଇଟ୍ ଭିତରକୁ ଗଲେ ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ । ସର୍ଟଲିଷ୍ଟ ହୋଇଥିବା ଆଶାୟୀଙ୍କ ଯୋଗ୍ୟତା ଆଧାରରେ ଚୟନ କରାଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । 10ମ ଏବଂ ITI ରେ ରଖିଥିବା ମାର୍କ ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ ।

ଏହା ଛଡା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ 186 ଟି ପଦବୀ, ଡିପ୍ଲୋମା ଆପ୍ରେଣ୍ଟିସ୍‌ ର 111 ଟି ପଦବୀ, ITI ଆପ୍ରେଣ୍ଟିସ୍‌ ର ମୋଟ 350 ଟି ପଦବୀରେ ନିଯୁକ୍ତି କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଅଗଷ୍ଟ 31 ପୂର୍ବରୁ ଆବେଦନ କରିପାରିବେ ।

ଆହୁରି ପଢନ୍ତୁ :- ଏଣିକି ବାହାଘର ପୂର୍ବରୁ କରିବାକୁ ହେବ ଟେଷ୍ଟ, ଏହି ରୋଗ ଥିଲେ ବିବାହ ମନା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି