ଏଣିକି ବାହାଘର ପୂର୍ବରୁ କରିବାକୁ ହେବ ଟେଷ୍ଟ, ଏହି ରୋଗ ଥିଲେ ବିବାହ ମନା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

 
Bahaghara

ରୋଗଟିର ନାମ ହେଉଛି ସିକଲସେଲ। ଏ କଥା ଆମେ ନୁହେଁ ବରଂ କହିଛନ୍ତି ସରକାର। ଯଦି ପୁଅ କିମ୍ବା ଝିଅ ଠାରେ ଦେଖାଯିବ ଏହି ରୋଗ ତେବେ ବାହାଘର ନକରିବାକୁ ପରାମର୍ଶ। ବାହାଘର ପୂର୍ବରୁ ସିକଲସେଲ ପରୀକ୍ଷା ହେବା ବାଧ୍ୟତାମୂଳକ। ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ରୋଗ ମୂଳୋତ୍ପଟନ ପାଇଁ ନେଉଛନ୍ତି ମିଳିତ ପଦକ୍ଷେପ।

Marriage

ସିକଲସେଲ ରୋଗ କଣ?

ସାଧାରଣଃ ଲୋହିତ ରକ୍ତକଣିକା ଗୋଲାକାର ଓ ନମନୀୟ।ମାତ୍ର ଏହି ରୋଗ ହୋଇଥିବା ବ୍ୟକ୍ତି ମାନଙ୍କଠାରେ ରକ୍ତ କଣିକା ଗୁଡ଼ିକ ଗହମ କାଟିବା ପାଇଁ ବ୍ୟବହୃତ ଦାଆ ପରି ଦେଖାଯାଏ। ଏହି ଅସାଧାରଣ ଆକୃତିର କୋଷ ଗୁଡ଼ିକ ରୋଗର ନାମ ନିଅନ୍ତି।

ଏହାର ଲକ୍ଷଣ:

  •  ରକ୍ତହୀନତା
  •  ଭୀଷଣ ଯନ୍ତ୍ରଣା
  •  ବାରମ୍ବାର ସଂକ୍ରମଣ ହେବା
  •  ବିଳମ୍ବ ବୃଦ୍ଧି
  • ହାତ ଏବଂ ପାଦର ଫୁଲା 

୨୦୪୭ ସୁଦ୍ଧା ସିକଲ ସେଲ ମୁକ୍ତ ଦେଶ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର।ଏହା ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ନୂତନ ପଦକ୍ଷେପ ନେଇପାରନ୍ତି ସରକାର। ଓଡ଼ିଶାର 20 ଜିଲ୍ଲାରେ ଆରମ୍ଭ ହେବ ଏହି ପରୀକ୍ଷା।କେତେକ ରାଜ୍ୟରେ କେନ୍ଦ୍ର ସରକାର ବ୍ୟୟ କରୁଥିବା ବେଳେ ଆଉ କେତେକ ରାଜ୍ୟ ରିଲିଫ ପାଣ୍ଠିରୁ ବ୍ୟୟ କରି କରାଇବ ପରୀକ୍ଷା। ଓଡ଼ିଶାର ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମ ଓ ଦକ୍ଷିଣରେ ପ୍ରଭାବ ଅଧିକ ଦେଖାଯାଉଛି।

Roga

ମୋଟ ଓଡ଼ିଶାର ୨୫ଶତକଡା ଲୋକ ଏହି ରୋଗର ଶୀକାର ହୋଇଛନ୍ତି।ସ୍ବାସ୍ଥ୍ୟ ବିଭାଗର ବୟାନ ଅନୁଯାୟୀ ୨୦୪୭ ସୁଦ୍ଧା ଏହାର ମୂଳୋତ୍ପଟନ କରାଯିବ।ଓଡ଼ିଶାରେ ଏହି ଅଭିଯାନ ୨୦୧୦ରେ ଆରମ୍ଭ ହୋଇଥିଲା।ସେତେବେଳେ କେବଳ ୧୨ ଜିଲ୍ଲାରେ ଏହି ପରୀକ୍ଷା ଆରମ୍ଭ କରାଯାଇଥିଲା। ମାତ୍ର ରୋଗୀ ସଂଖ୍ୟା ବୃଦ୍ଧି ହେତୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।