ICU ରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଇଂଷ୍ଟାଗ୍ରାମ୍ କୁଇନ୍ ଖୁସି, ଆପଣଙ୍କ ଛୋଟ ସାହାଯ୍ୟ ତାଙ୍କୁ ଦେଇପାରେ ନୂଆ ଜୀବନ

 
Khusi

ମହିଳାଙ୍କ ନାଁ ହେଉଛି ଖୁସି, ନାଁ ଯେମିତି ସୋସିଆଲ ମିଡିଆରେ ଅତି ସୁନ୍ଦର ସୁନ୍ଦର ଭିଡ଼ିଓ କରି ଲୋକଙ୍କୁ ହସାଇବାରେ ମଧ୍ୟ ସେ ବେସ୍ ମାହିର୍। କିନ୍ତୁ, ଏବେ ସତେ ଯେପରି ତାଙ୍କ ଜୀବନର ଖୁସିରେ ଗ୍ରହଣ ଲାଗିଯାଇଛି। ସମସ୍ତଙ୍କ ମନ ପସନ୍ଦର ଖୁସି ଏବେ ଡାକ୍ତରଖାନାରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାଇ ଖୁସି ଗର୍ଭବତୀ ରହିଥିଲେ। ତାଙ୍କୁ ଡାକ୍ତରଖାନା ଚେକଅପ୍ ପାଇଁ ନିଆଯାଇଥିଲା। କିନ୍ତୁ, ସେଠାରେ ଖୁସିଙ୍କ ପେଟରେ ଥିବା ପିଲାଟି ଗର୍ଭରେ ହିଁ ମରି ଯାଇଥିବା ଜଣାପଡିଥିଲା। ତେଣୁ, ଡାକ୍ତରଙ୍କ ପରାମର୍ଶ କ୍ରମେ ଖୁସିଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ପିଲାଟିକୁ ବାହାର କରାଯାଇଥିଲା। କିନ୍ତୁ, ସେବେଠାରୁ ହିଁ ଖୁସିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିଲା।

ବର୍ତ୍ତମାନ ସମୟରେ ସେ ୩ ଦିନ ହେବ ICU ରେ ଅଛନ୍ତି ନା କିଛି ଖାଉଛନ୍ତି ନା କିଛି କହୁଛନ୍ତି। ବେଡ଼ରେ ଶୋଇ ଖାଲି ଚାହୁଁଛନ୍ତି ଆଉ ଆଖିରୁ ଲୁହ ଗଳାଉଛନ୍ତି। ଦିନକୁ ଦିନ ତାଙ୍କ ଅବସ୍ଥା ବିଗିଡିବାକୁ ଲାଗିଥିବା ବେଳେ ଏଥିନେଇ ପରିବାର ଲୋକେ ଧାର୍ଯ୍ୟହରା ହୋଇ ପଡିଛନ୍ତି।

ନିଜ ପାଖରେ ଯେତେ ସମ୍ବଳ ଥିଲା ଖୁସିଙ୍କ ସ୍ୱାମୀ ସବୁକିଛି ଖର୍ଚ୍ଚ କରି ସାରିଛନ୍ତି। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ଆର୍ଥିକ ସାହାଯ୍ୟ ମାଗିଛନ୍ତି ଖୁସିଙ୍କ ସ୍ୱାମୀ। ଆପଣ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ତେବେ 9337969541 ନମ୍ବରରେ ଟଙ୍କା ପଠାଇ ସାହାଯ୍ୟର ହାତ ବଢ଼ାଇପାରିବେ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ମୋତେ ଚାକିରୀ ଦେବ କହି ଭୁବନେଶ୍ୱର ଆଣିଲା, ହେଲେ ମୋ ଗୋରା ଦେହ ଦେଖି ରାତିସାରା ମୋ ସହ କଲା