ଦେଖନ୍ତୁ ଭିଡିଓ: ମୋତେ ଚାକିରୀ ଦେବ କହି ଭୁବନେଶ୍ୱର ଆଣିଲା, ହେଲେ ମୋ ଗୋରା ଦେହ ଦେଖି ରାତିସାରା ମୋ ସହ କଲା

 
Women

ସ୍ଵାମୀ ପରିତକ୍ତା  ମହିଳାଙ୍କୁ ଚାକିରିର ଲୋଭ ଦେଖାଇ ଲୁଟିନେଲା ତାଙ୍କର ଇଜ୍ଜତ।ପରେ ଶାନ୍ତ୍ବନା ଜଣାଇବାକୁ ଯାଇ ବାହା ମଧ୍ୟ ହେଲା।ହେଲେ ଗର୍ଭବତୀ କରି ମହିଳାଙ୍କୁ ଛାଡ଼ି ଫେରାର ହୋଇ ଯାଇଛି ସେ, ତେବେ ଆସନ୍ତୁ ଘଟଣାଟିକୁ ସମ୍ପୂର୍ଣ୍ଣ ରୂପେ ଜାଣିନେବା।

ଘଟଣା ଟି ହେଉଛି ନିମାପଡ଼ା, ଅସ୍ତରଙ୍ଗ ଥାନା ନଗର ବେହେରା ସାହିର। ଅଭିଯୁକ୍ତଙ୍କ ନାମ ହେଉଛି ସୁନୀଲ ବେହେରା। ସୁନୀଲ ତାଙ୍କ ଗାଁର ଜଣେ ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କୁ ଚାକିରୀ ଦେବା ଲୋଭରେ ନେଇ ଯାଇଥିଲେ ଭୁବନେଶ୍ୱର। ଯେଉଁଠି ସେ ତାଙ୍କ ସହିତ ଏପରି ଘୃଣ୍ୟ କାମ କରିଛନ୍ତି। ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ମହିଳା ଜଣକ।

Women

ମହିଳାଙ୍କ କହିବା ଅନୁସାରେ, ସୁନୀଲ ତାଙ୍କୁ କେଉଁ ଏକ ଅଫିସ କୁ ନେଇ ଯାଇଥିଲେ। ସେଠି ପହଞ୍ଚିବା ପରେ ବସ୍ ଆଜି ଆସି ନାହାନ୍ତି କାଲି ଆସିବା ଏଭଳି କହି ମହିଳାଙ୍କୁ ନିଜ ସହିତ ନେଇଯାଇଥିଲା ଭୁବନେଶ୍ଵରର ଏକ ରୁମ କୁ।ରାତ୍ରି ସମୟରେ ସେ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସରଳତାର ସୁଯୋଗ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଯାହାକୁ ନେଇ ମହିଳା ଜଣକ କନ୍ଦା କନ୍ଦି କରିବାରୁ ସୁନୀଲ ନିଜ ବାପା,ମାଙ୍କୁ ଡାକି ଏକ ମନ୍ଦିରରେ ବିବାହ କରିଥିଲେ ମହିଳା ଜଣଙ୍କୁ।

Dff

ଦୁଇ ଜଣ ଭୁବନେଶ୍ୱର CRP କଲୋନୀରେ ଏକ ବର୍ଷ ଧରି ସ୍ଵାମୀ ସ୍ତ୍ରୀ ସଂପର୍କରେ ରହି ଆସୁଥିଲେ।ହେଲେ ସୁନୀଲ ଯେଉଁଦିନ ଜାଣିଲେ ମହିଳା ଜଣକ ଚାରି ମାସର ଗର୍ଭବତୀ ସେବେ ଠାରୁ ଫେରାର ଅଛନ୍ତି। ମହିଳାଙ୍କ କହିବା ଅନୁସାରେ ସେ ତାଙ୍କ ATM ରୁ ସବୁ ପଇସା ଉଠାଇ ନେବା ସହିତ ସୁନା ଗହଣା ସବୁ ନେଇ ଫେରାର ହୋଇ ଯାଇଛନ୍ତି।

ପରେ ମହିଳା ଜଣକ ଘରଭଡା ନ ଦେଇ ପାରିବାରୁ  ଘର ମାଲିକ ବାହାର କରି ଦେଇଥିଲା ଘରୁ। ଆଉ କିଛି ଉପାୟ ନ ପାଇ ପର ଘରେ ପାଇଟି କରି ଜୀବନ କାଟୁଥିଲେ ସେ। ଏହି ଠାରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ଲାଭ କରିଥିଲା। ଏଥର କିନ୍ତୁ ନିଜର ପୁତ୍ରର ପରିଚୟ ପାଇଁ ସେ ଚୁପ୍ ନ ରହି ମହିଳା ଜଣକ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଥାନାରେ ଅଭିଯୋଗ ସତ୍ବେ ପୋଲିସ ଶୁଣି ନ ଥିଲା ତାଙ୍କ ଅଭିଯୋଗ। ନିରାଶ ହୋଇ ଫେରି ଥିଲେ ମହିଳା ଜଣକ।

ହେଲେ ଏବେ ସୁନୀଲ ନିମାପଡ଼ା ଆସି ମହିଳା ଜଣକ ଏକ  ବଜାରରେ ଯାଉଥିବା ବେଳେ ଏକ ସୁନସାନ ରାସ୍ତାରେ ମାଡ ମାରିଥିଲେ ମହିଳାଙ୍କୁ। ଧମକ ମଧ୍ୟ ଦେଇଛି। ଯାହାକୁ ନେଇ ଭୟଭୀତ ଅଛନ୍ତି ମହିଳା ଜଣକ। ସେ ପୁଣି ପୋଲିସ ର ଦ୍ବାରସ୍ଥ ହେବା ସହିତ ଏଥର ଯଦି ପୋଲିସ ସୁନୀଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ନିଜ ଜୀବନ ହାରିଦେବେ ବୋଲି କହିଛନ୍ତି ମହିଳା ଜଣକ।