ଏଥର ଭାରତୀୟ ଗଲେ ପାକିସ୍ତାନକୁ, ଫେସବୁକ ପ୍ରେମିକ ପାଇଁ ସ୍ୱାମୀ ପିଲା ଛାଡ଼ି ପାକିସ୍ତାନ ଗଲେ ମହିଳା, ଆଉ ତାପରେ...

 
Anju

ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ନିଜ ପ୍ରେମିକ ପାଇଁ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିବା ସୀମା ହାଇଦର୍। ଗୋଟିଏ ପଟେ ସୀମା ଭାରତ ଚାଲି ଆସିଥିବା ବେଳେ ଠିକ୍ ତାଙ୍କ ଭଳି ଜଣେ ଭାରତୀୟ ମହିଳା ନିଜ ପ୍ରେମ ପାଇଁ ଭାରତ ସୀମା ଡେଇଁ ପାକିସ୍ତାନ ଚାଲିଯାଇଛନ୍ତି। ଉକ୍ତ ମହିଳାଙ୍କ ନାମ ଅଞ୍ଜୁ ହୋଇଥିବା ବେଳେ ସେ ମଧ୍ୟ ବିବାହିତା ଏବଂ ତାଙ୍କର ମଧ୍ୟ ସନ୍ତାନ ରହିଥିବା ଜଣାପଡିଛି। 

Anju

ଗୋଟିଏ ପଟେ ସୀମା ଏବଂ ସଚିନଙ୍କ ପ୍ରେମ କାହାଣୀ ଜୋର୍ ଧରିଥିବା ବେଳେ ଅନ୍ୟପକ୍ଷରେ ରାଜସ୍ଥାନ ଭିୱାଡିର ବାସିନ୍ଦା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡି ନିଜ ପ୍ରେମ ନସରୁଲ୍ଲାକୁ ପାଇବାକୁ ଭାରତ ସୀମା ଡେଇଁ ପାକିସ୍ତାନ ଚାଲି ଯାଇଛନ୍ତି। ତେବେ, ଉଭୟ ସୀମା ଏବଂ ଅଞ୍ଜୁଙ୍କ ମଧ୍ୟରେ ବହୁତ ଅଧିକ ସମାନତା ମଧ୍ୟ ରହିଛି। 

Anju

ଉଭୟେ ପୂର୍ବରୁ ବିବାହିତା ହୋଇଥିବା ବେଳେ ପ୍ରେମିକ ସହିତ ସେମାନଙ୍କର ସୋସିଆଲ ମିଡିଆ ଦ୍ୱାରା ହିଁ ସାକ୍ଷାତ ହୋଇଥିଲା। ସୀମା ପବଜି ଖେଳୁ ଖେଳୁ ସଚିନଙ୍କୁ ଭଲପାଇ ବସିଥିବା ବେଳେ ଅଞ୍ଜୁଙ୍କର ନସରୁଲ୍ଲା ସହିତ ଫେସବୁକ୍ ମାଧ୍ୟମରେ ଦେଖା ହୋଇଥିଲା। କେବଳ ସେତିକି ନୁହେଁ ସୀମାଙ୍କ ପରି ଅଞ୍ଜୁ ମଧ୍ୟ ୩୯ ବର୍ଷୀୟା ହୋଇଥିବା ବେଳେ ନସରୁଲ୍ଲା ମାତ୍ର ୨୯ ବର୍ଷୀୟ ଯୁବକ। ଗୋଟିଏ ପଟେ ସୀମା ପାକିସ୍ତାନ ଯିବା ପାଇଁ ଖୋଲା ଖୋଲି ମନା କରିଥିବା ବେଳେ ଅଞ୍ଜୁଙ୍କ ପକ୍ଷରୁ ସେଭଳି କୌଣସି କଥା ସାମ୍ନାକୁ ଆସିପାରିନାହିଁ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ଭୁଲିଗଲେ ସବୁ ଧର୍ମ! ଶିବଙ୍କ ବେଶ ଧରି କାଉଡ଼ିଆ ଖାଇଲେ ଚିକେନ୍ ବିରିୟାନୀ….