ଦେଖନ୍ତୁ ଭିଡ଼ିଓ: ଭୁଲିଗଲେ ସବୁ ଧର୍ମ! ଶିବଙ୍କ ବେଶ ଧରି କାଉଡ଼ିଆ ଖାଇଲେ ଚିକେନ୍ ବିରିୟାନୀ….

 
Kaudia

ବର୍ତ୍ତମାନ ଚାଲିଛି ଶ୍ରାବଣ ମାସ, ଏହି ମାସକୁ ଭଗବାନ ଶିବଙ୍କର ପ୍ରିୟ ମାସ ଭାବରେ ଗଣାଯାଉଥିବା ବେଳେ ଶିବଭକ୍ତ ମାନେ କାଉଡ଼ିଆ ସାଜି ଶିବ ଲିଙ୍ଗ ଉପରେ ପାଣି ଢ଼ାଳିଥାନ୍ତି। କେବଳ ସେତିକି ନୁହେଁ ମାସ ସାରା ଆମିଷ ଛାଡ଼ିବା ସହିତ ବହୁ ନୀତିନିୟମର ମଧ୍ୟ ପାଳନ କରାଯାଇଥାଏ। ତେବେ, ଚଳିତ ବର୍ଷ ଶ୍ରାବଣ ଯୋଡ଼ା ମାସ ଅଥବା ମଳ ମାସ ହୋଇଛି। 

Kaudia

ତେଣୁ, ଚଳିତବର୍ଷ ଶ୍ରାବଣ ଦୁଇ ମାସ ପର୍ଯ୍ୟନ୍ତ ପାଳନ କରାଯିବ। ମଳ ମାସ ହୋଇଥିବାରୁ କାଉଡ଼ିଆ ମାନେ ଚଳିତ ମାସରେ ପାଣି ନ ଢାଳି ଆସନ୍ତା ମାସ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଏଭଳି ପରିସ୍ଥିତିରେ କିଛି ଅସାମାଜିକ ଯୁବପିଢ଼ି କାଉଡ଼ିଆ ବେଶରେ ଆଶିଷ ଖାଉଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭିଡ଼ିଓରେ ସ୍ପଷ୍ଟ ଭାବରେ କିଛି ଯୁବକଙ୍କୁ ଗେରୁଆ ବସ୍ତ୍ର ଏବଂ କାଉଡ଼ିଆ ବେସ ଧରିଥିବାର ଦେଖିବାକୁ ମିଳୁଛି। ଏପରିକି କିଛି ଯୁବକ ଦେହରେ ରଙ୍ଗ ଲଗାଇ ଶିବଙ୍କର ରୂପ ମଧ୍ୟ ଧାରଣ କରିଛନ୍ତି। ଏହା ସତ୍ତ୍ୱେ ସେମାନେ ଏକ ଫାଷ୍ଟଫୁଡ୍ ଦୋକାନରେ ବସି ଚିକେନ୍ ପକୋଡ଼ା ଏବଂ ଅଣ୍ଡା ଖାଉଥିବାର ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏମାନେ ସନାତନ ଧର୍ମ ଏବଂ ଭଗବାନଙ୍କର ଖୋଲାଖୋଲି ମଜାକ୍ ଉଡାଉଥିବାରୁ ଲୋକେ ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ:- ଡାକ୍ତର ସ୍ବାମୀର କଳା କାରନାମା, ଯୌତୁକରେ ମାଗିଲା ଜାଗୁଆର କାର, କହିଲା "ଯଦି ନ ଦେବୁ ତୋତେ ମୁଁ...