ଅଡୁଆରେ ନନ୍ଦିନୀ ଦିଦି, କହିଲେ "ରୋଷେଇ ଭିଡ଼ିଓରେ ଅଶ୍ଳୀଳ କମେଣ୍ଟ ଦେଉଛନ୍ତି ନୁଙ୍ଗୁଡ଼ା ଏବଂ ପଚାରୁଛନ୍ତି ରେଟ୍…."

 
nandini bhauja

ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଓଡ଼ିଶା ଯାଏଁ ପ୍ରାୟ ସମସ୍ତେ ନନ୍ଦିନୀ ଦିଦିଙ୍କୁ ଜାଣନ୍ତି। ନନ୍ଦିନୀ ଦିଦି ଯିଏକି ସୋସିଆଲ ମିଡିଆରେ ବେସ୍ ଫେମସ୍ ଅଟନ୍ତି। ପ୍ରକୃତରେ ନନ୍ଦିନୀଙ୍କର ଏକ ହୋଟେଲ ବ୍ୟବସାୟ ରହିଛି। ଯେଉଁଥିରେ ସେ ରୋଜଗାର କରି ନିଜ ଘର ପରିବାର ଚଳାଇଥାନ୍ତି। 

Nandini

କେବଳ ଯେ ସେତିକି ତାହା ନୁହେଁ ବରଂ ନନ୍ଦିନୀ ଦିଦି ନିଜର ରୋଷେଇ ଏବଂ ଲୋକଙ୍କୁ ବାଢ଼ିକରି ଖାଇବାକୁ ଦେଉଥିବାର ଭିଡ଼ିଓ ସୋସିଆଲରେ ଅପଲୋଡ଼ କରିଥାନ୍ତି। ଏହି ଭିଡ଼ିଓ ଗୁଡିକ ବେସ୍ ଅଧିକ ପ୍ରଶଂସା ସାଉଁଟିଥାଏ। ହଜ଼ାର ହଜ଼ାର ଲାଇକ ଏବଂ କମେଣ୍ଟ ଗଦା ହୋଇଯାଏ ଏହି ଭିଡ଼ିଓ ଗୁଡିକ ପାଇଁ।

Nandini

କିନ୍ତୁ, ଏବେ ସାମାନ୍ୟ ଟେନସନରେ ରହିଛନ୍ତି ନନ୍ଦିନୀ। କାରଣ ତାଙ୍କର ଭିଡ଼ିଓ ଗୁଡିକରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଅତି ଖରାପ କମେଣ୍ଟ ଦେଉଛନ୍ତି। ଗାଳି ଗୁଳଜ କରିବା ସହିତ ସେମାନେ ଅଶ୍ଳୀଳ କମେଣ୍ଟ ଦେବାକୁ ମଧ୍ୟ ପଛାଇ ନଥାନ୍ତି। ଗୋଟିଏ ଭିଡ଼ିଓରେ ପ୍ରାୟ ୫ ହଜ଼ାର କମେଣ୍ଟ ଆସୁଥିବା ବେଳେ ସେଥିମଧ୍ୟରୁ ଏଭଳି ନୁଁଗୁଡାମାନେ ୨ ହଜ଼ାର କମେଣ୍ଟ କରୁଥିବା କୁହାଯାଉଛି।

ଏଥିନେଇ ନନ୍ଦିନୀ ଦିଦିଙ୍କୁ ପଚରା ଯାଇଥିବା ବେଳେ ତାଙ୍କୁ ଏଥିଲାଗି ବହୁତ ଖରାପ ଲାଗୁଥିବା ସେ କହିଛନ୍ତି। ତେବେ ଏପରି କେତୋଟି ଆକାଉଣ୍ଟକୁ ସେ ଡିଲିଟ୍ କରିବେ? କେତୋଟି କମେଣ୍ଟକୁ ଅବା ଡିଲିଟ୍ କରିବେ। ଏଭଳି ଖଳ ପ୍ରକୃତିର ଲୋକଙ୍କୁ ସେ ବୁଝାଇବାକୁ ଚାହାଁନ୍ତି ନାହିଁ ବୋଲି ପ୍ରକାଶ କରିଛନ୍ତି। ତାଙ୍କର ବ୍ୟବସାୟ ଭଲ ଚାଲିଥିବା ବେଳେ ଏହି ସବୁ କଥାରେ ମୁଣ୍ଡ ଖେଳାଇବାକୁ ସମୟ ନାହିଁ ବୋଲି ନନ୍ଦିନୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ:- OCCL ରେ ସରକାରୀ ଚାକିରି ସୁଯୋଗ, କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ଅଛି ଖାଲି