ଐଶ୍ୱର୍ୟା-ଅଭିଷେକ ଙ୍କର ହେବ ବିବାହ ବିଚ୍ଛେଦ, ଐଶ୍ୱର୍ୟା ଭରଣପୋଷଣ ପାଇଁ ନେବେ କେତେ କୋଟି ଟଙ୍କା
ବାଲିଉଡ଼ର ତାରକା ପରିବାର ଗୁଡିକ ମଧ୍ୟରେ ବଚ୍ଚନ ପରିବାର ଅନ୍ୟତମ। ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱରୟା ରାୟ ବଚ୍ଚନ ମଧ୍ୟ ସିନେମା ଜଗତରେ ବେସ୍ ପ୍ରତିଷ୍ଠିତ। ତେବେ, ବର୍ତ୍ତମାନ ସମୟରେ ଐଶ୍ୱରୟା ଏବଂ ଅଭିଷେକଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଛି।
ଏପରିକି କିଛିଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି। ବର୍ତ୍ତମାନ ଐଶ୍ୱରୟା ଝିଅ ଆରାଧ୍ୟା ସହିତ ଅଲଗା ରହୁଥିବା ଜଣାପଡିଛି। ଏପରିକି ଝିଅର ସ୍କୁଲ ଫଙ୍କସନରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା। ସେମାନେ ଅଲଗା ଅଲଗା ଆସିବା ସହିତ ଏକାଠି ମଧ୍ୟ ବସିନଥିଲେ।
ତେବେ, ସବୁଠାରୁ ବଡ଼ କଥା ହେଉଛି ଯଦି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୁଏ ତେବେ ଭରଣପୋଷଣ ପାଇଁ ଅଭିଷେକଙ୍କୁ କେତେ ଟଙ୍କା ଦେବାକୁ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିଷେକ ପ୍ରତିମାସରେ ପ୍ରାୟ ୧.୮ କୋଟି ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୨୫ କୋଟି ଟଙ୍କା ଅଟେ। ସେହିପରି ଭାବରେ ଅଭିଷେକ ପ୍ରାୟ ୨୮୦ କୋଟି ଟଙ୍କାର ମାଲିକ ଅଟନ୍ତି।
ଏପରି ପରିସ୍ଥିତିରେ ଯଦି ବିବାହ ବିଚ୍ଛେଦ ହୁଏ ତେବେ ଅଭିଷେକଙ୍କୁ ପ୍ରତି ମାସରେ ତାଙ୍କ ରୋଜଗାରର ୨୫% ଅର୍ଥାତ ୪୫ ଲକ୍ଷ ଟଙ୍କା ଭରଣପୋଷଣ ବାବଦକୁ ଦେବାକୁ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ୨୦୦୭ ମସିହା ଏପ୍ରିଲ ୨୦ ତାରିଖରେ ବିବାହ କରିଥିଲେ। ତାଙ୍କର ଆରାଧ୍ୟା ନାମକ ଏକ ଝିଅ ମଧ୍ୟ ରହିଛି। ଶ୍ବଶୁର ଅମିତାଭ ଏବଂ ଶାଶୁ ଜୟାଙ୍କ ସହ ଐଶ୍ବର୍ଯ୍ୟାଙ୍କର ବେଶ୍ କିଛିଦିନ ହେବ ପଡୁନଥିବା ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ଆହୁରି ପଢ଼ନ୍ତୁ:- ପ୍ରଦୀପଙ୍କ ପର କାଟିବା ପାଇଁ ଅପରାଜିତା ବାହାରିଲେ ଗଞ୍ଜାମ, ପ୍ରଦୀପ ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଛି କଣ ?