ପ୍ରଦୀପଙ୍କ ପର କାଟିବା ପାଇଁ ଅପରାଜିତା ବାହାରିଲେ ଗଞ୍ଜାମ, ପ୍ରଦୀପ ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଛି କଣ ?

 
Aparajita

ରାଜ୍ୟ ବିଜେପିର ଟାଣୁଆ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ବିଭିନ୍ନ ସମୟରେ ଲାଇମଲାଇଟକୁ ଆସୁଥିବା ବେଳେ ଏବେ ତାଙ୍କର ଗଞ୍ଜାମ ଗସ୍ତକୁ ନେଇ ଖୁବ ଚର୍ଚ୍ଚା ହେଉଛି। ବିଜେଡ଼ି ବହିସ୍କୃତ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ତା କାଟିବା ପାଇଁ ଅପରାଜିତା ଏପରି କରିଥିଲେ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି।

ଗତ କାର୍ତ୍ତିକ ପୂର୍ଣ୍ଣିମାରେ ଅପରାଜିତା ଗଞ୍ଜାମ ଗସ୍ତ କରିଥିଲେ। ତେବେ, ଏଠାରେ ପ୍ରଶ୍ନ ଉଠୁଛି ସେ ଅଚାନକ ଗଞ୍ଜାମ କଣ ପାଇଁ ଗଲେ? ଗଞ୍ଜାମ ରାଜନୀତିରେ ଅପରାଜିତାଙ୍କର ସ୍ୱାର୍ଥ କଣ? ପ୍ରକୃତରେ ଏହା ଅପରାଜିତା ବନାମ ପ୍ରଦୀପ ଚ୍ୟାପ୍ଟରର ଏକ ଅଂଶବିଶେଷ ଭଳି ପ୍ରତିତ ହେଉଛି।

Aparajita

ତେବେ, ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି। ପ୍ରଦୀପ ଯେତେବେଳେ ଜେଲ୍ ରୁ ଫେରିଥିଲେ ସେତବେଳେ ଅପରାଜିତା ତାଙ୍କୁ ଖୋଲାଖୋଲି ଭାବରେ ସପୋର୍ଟ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ, ଏବେ ଉଭୟଙ୍କ ମଧ୍ୟରେ ତିକ୍ତତା କାହିଁକି? ପ୍ରକୃତରେ ପ୍ରଦୀପ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବଢୁଥିବା ଘନିଷ୍ଠତା ହିଁ ଏହାର ମୁଖ୍ୟ କାରଣ ଭାବରେ ଉଭା ହୋଇଛି।

Pradip

ବିଜେଡିରୁ ବିଦା ହେବାପରେ ପ୍ରଦୀପ କୁଆଡେ ଧର୍ମେନ୍ଦ୍ରଙ୍କ ସାହାଯ୍ୟ ନେଇ ବିଜେପିରେ ଏଣ୍ଟ୍ରି ମାରିବାକୁ ଚେଷ୍ଟା କରୁଥିବା ଶୁଣିବାକୁ ମିଳୁଛି। ଅପରପକ୍ଷରେ ଧର୍ମେନ୍ଦ୍ରଙ୍କୁ ଅପରାଜିତାଙ୍କର ପ୍ରଥମ ରାଜନୈତିକ ଶତ୍ରୁ ଭାବରେ ବିବେଚନା କରାଯାଇଥାଏ। ଏପରି ପରିସ୍ଥିତିରେ ପ୍ରଦୀପ ଧର୍ମେନ୍ଦ୍ରଙ୍କ ସହାୟତା ନେବା ବୋଧେ ମ୍ୟାଡ଼ାମ ଅପରାଜିତାଙ୍କ ଦେହରେ ଯାଉନାହିଁ।

ଏବେ ମନମୋହନ ସଭାପତି ହେବାପରେ ଅପରାଜିତା ଏବେ ତାଙ୍କ ସହାୟତାରେ ଦଳକୁ ନିଜ ଇସାରାରେ ନାଚାଉଥିବା କୁହାଯାଉଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ହାହ୍ଵାରେ ପ୍ରଦୀପ ଉଡିବାକୁ ଚେଷ୍ଟା କରୁଥିବା ବେଳେ ଅପରାଜିତାଙ୍କ ପର କାଟିବାକୁ ଉଦ୍ୟତ ହୋଇଛନ୍ତି। ମନମୋହନଙ୍କ ମାଧ୍ୟମରେ ଅପରାଜିତା ହିଁ ପ୍ରଦୀପଙ୍କ ବିଜେପିରେ ଯୋଗଦାନ ଉପରେ ବ୍ରେକ ଲଗାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ:- ଜଣେ ମହିଳାଙ୍କ ୨ ସ୍ୱାମୀ, ଉଭୟ ମିଶି କଲେ ଗର୍ଭବତୀ, ଆଉ ତାପରେ ଯାହା ହେଲା ଜାଣି ହେବେ ଆଶ୍ଚର୍ଯ୍ୟ