ହିନ୍ଦୁ ଶାସ୍ତ୍ରରେ କାହିଁକି ଝିଅ ନୁହେଁ କେବଳ ପୁଅମାନେ ହିଁ ଦେଇଥାନ୍ତି ମୁଖାଗ୍ନୀ, କାରଣ ଅତି ରହସ୍ୟମୟ

 
Girl mukhagni
ହିନ୍ଦୁ ଧର୍ମରେ ଅନେକ ପ୍ରଥା ଓ ପରମ୍ପରା ରହିଛି । ସେ ବିବାହ ସମୟର ହେଉ କି ଜନ୍ମ ଆଉ ମୃତ୍ୟୁ ସମୟର । ଏ ସବୁକୁ ଏକ ନିର୍ଦ୍ଧିଷ୍ଟ ନୀତି ନିୟମ ଅନୁସାରେ ପାଳନ କରାଯାଇଥାଏ । ତେବେ ସବୁର ଯେ କେବଳ ଧାର୍ମିକ ଭିତ୍ତି ଭୂମି ରହିଛି ତାହା ନୁହେଁ ଏପରି ଅନେକ କିଛି ପରମ୍ପରା ରହିଛି ଯାହାର ବୈଜ୍ଞାନିକ ଦୃଷ୍ଟି କୋଣ ମଧ୍ୟ ରହିଛି । 

ର

ତେବେ ଆମେ ଆଜି ମୃତ୍ୟୁ ସମୟର କିଛି ନିୟମ ବିଷୟରେ ଜାଣିବା ଯାହା ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି । ଗରୁଡ ପୁରାଣ ଅନୁସାରେ ଯେ ଜୀବନ ଧରି ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରିଛି ସେ ଦିନେ ନା ଦିନେ ପୃଥିବୀ ଛାଡ଼ିବ । ଏବଂ ନିଜର କର୍ମ ଅନୁସାରେ ନର୍କ କିମ୍ବା ସ୍ୱର୍ଗ ପ୍ରାପ୍ତି ହେବ । ଏହି ଗରୁଡ଼ ପୁରାଣରେ ବିଶେଷ କରି ମୃତ୍ୟୁ ପରର ଦଣ୍ଡ ବିଷୟରେ ଲେଖା ଯାଇଛି । 

ଗରୁଡ ପୁରାଣ ଅନୁସାରେ ଘରର ସଦସ୍ୟଙ୍କ ମୃତ୍ୟୁରେ ଘରର ପୁଅ ମାନେ ହିଁ ମୁଖାଗ୍ନି ଦେବା ଉଚିତ୍ । ପୁ ଶବ୍ଦର ଅର୍ଥ ହେଉଛି ନର୍କ ଓ ତ୍ର ଶବ୍ଦର ଅର୍ଥ ହେଉଛି ଅର୍ଥାତ୍ ପୁତ୍ରର ମୁଖାଗ୍ନୀ ଦ୍ୱାରା ହିଁ ମୃତ ଲୋକ ନର୍କରୁ ତ୍ରାହି ପାଇଥାଏ । ଏହାର ଅନ୍ୟ ଏକ କାରଣ ହେଉଛି ମୂଖାଗ୍ନି ଦେବାର ଅଧିକାର କେବଳ ନିଜ ଗୋତ୍ରରେ ଥିବା ଲୋକ ମାନଙ୍କ ଦ୍ଵାରା ହିଁ ହୋଇଥାଏ ।

Girl

ଯେହେତୁ ଝିଅ ବାହା ହେବା ପରେ ଅନ୍ୟ ଗୋତ୍ରରେ ସାମିଲ୍ ହୋଇଯାଏ ତେଣୁ ଝିଅ ମାନେ ଏହି ଅଧିକାରରୁ ବଞ୍ଚିତ ହୋଇଥାନ୍ତି । ତେବେ ସେ ଯାହା ହେଉ ନା କାହିଁକି ବର୍ତ୍ତମାନ ସମୟ ବଦଳିଛି ଝିଅ ମାନେ ମଧ୍ୟ ମୂଖାଗ୍ନୀ ଦେଉଛନ୍ତି ।