ଚାକିରୀ ଅଶାୟୀଙ୍କ ପାଇଁ ଖୁସି ଖବର! ଅଷ୍ଟମ ପାସ୍ କରିଥିଲେ ମଧ୍ୟ ପାଇବେ ସରକାରୀ ଚାକିରୀ, ଜାଣନ୍ତୁ ପୁରା ଖବର

 
Job

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ! ଆଜ୍ଞା ହଁ, ମାତ୍ର ଅଷ୍ଟମ ପାସ୍ କରିଥିଲେ ମଧ୍ୟ ଆପଣଙ୍କୁ ମିଳିବ ସରକାରୀ ଚାକିରୀ। ପ୍ରକୃତରେ ରାଜ୍ୟରେ ଅଙ୍ଗନବାଡ଼ିରେ ଖାଲି ପଡିଥିବା ୭୨୩ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଉଭୟେ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। 

Anganwadi

ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ପ୍ରାର୍ଥୀଙ୍କୁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୮ମ, ୧୦ମ, +୨ ପାସ୍‌ କରିଥିବା ଆବଶ୍ୟକ। ୧୮ ବର୍ଷ ବୟସ ଠାରୁ ଆରମ୍ଭ କରି ୪୫ ବର୍ଷୀୟ ଯୁବକ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। 

Naveen pattnaik

ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନ wcdodisha.gov.in ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନକାରୀମାନେ ନିଜର ସମସ୍ତ ଡିଟେଲ୍ସ, ଡକ୍ୟୁମେଣ୍ଟ ଏବଂ ଫୋଟୋ ଅପଲୋଡ଼ କରିବା ପରେ ଅଶାୟୀ ରହିଥିବା ପୋଷ୍ଟ ସମ୍ପର୍କରେ ସୂଚନା ଦେବେ। ଏହା ବ୍ୟତୀତ ମୋବାଇଲ ନମ୍ବର, ଇମେଲ ଆଇଡ଼ି, ଜନ୍ମ ତାରିଖ ଠିକଣା ବିଷୟରେ ସୂଚନା ଦେବା ଭୁଲନ୍ତୁ ନାହିଁ। ମେଧା ତାଲିକା ଅନୁଯାଇ ଆପଣଙ୍କ ଚୟନ କରାଯାଇପାରିବ।

ଆହୁରି ପଢନ୍ତୁ:- ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ବର୍ତମାନ ମିଳିବ ସ୍ପେଶାଲ ପେନସନ ଆକାରରେ ମାସକୁ 15,000 ଟଙ୍କା, ପଢନ୍ତୁ ଏହି ଖାସ ଖବର