ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ବର୍ତମାନ ମିଳିବ ସ୍ପେଶାଲ ପେନସନ ଆକାରରେ ମାସକୁ 15,000 ଟଙ୍କା, ପଢନ୍ତୁ ଏହି ଖାସ ଖବର

 
pension

ଭାରତ ଭଳି ଦେଶରେ ଲୋକେ ପେନସନ କୁ ନେଇ ଅଧିକ ଚିନ୍ତା କରିଥାନ୍ତି । ତାହାଲେ ଏବେ ଏହି ରାଜ୍ୟ ସରକାର କିଛି ଲୋକଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ତାଙ୍କୁ ପେନସନ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଏହି ଲୋକ ମାନଙ୍କୁ ପ୍ରତି ମାସ ପେନସନ ଭାବରେ 15 ହଜାର ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । 

ଭାରରେ 1975 ମସିହାରେ ଏକ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ କିଛି ଲୋକେ ଏବଂ ସେଇ ମାନଙ୍କ ସମ୍ମାନ ରେ ମାସିକ ପେନସନ ସେବା ଆରମ୍ଭ କରାଯାଇଛି । ସେ ସମୟରେ 300 ରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ ଏବଂ ଏହି ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ବିରୋଧ ପ୍ରଦର୍ଶନ କିଥିଲେ ସେମାନଙ୍କୁ ସମ୍ମାନିତ କରିଛନ୍ତି ଆସାମ ରାଜ୍ୟ ସରକାର ।

ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବେ ଏବେ ବଡ ଘୋଷଣା କରିଛନ୍ତି ଏବଂ ସେ କହିଛନ୍ତି "ସେଇ ପରିସ୍ଥିତିକୁ ବିରୋଧ କରିଥିବା ସମସ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ସମ୍ମାନ ଜଣାଇବା ପାଇଁ 15 ହଜାର ଟଙ୍କାର ମାସିକ ପେନସନ ପ୍ରଦାନ କରାଯିବ । 

ଏହି ନିର୍ଦ୍ଦେଶରେ ଦସ୍ତଖତ କରିଥିବା ତତ୍କାଳୀନ ରାଷ୍ଟ୍ରପତି ହେଉଛନ୍ତି ଆସାମର ଏକ ମାତ୍ର ରାଷ୍ଟ୍ରପତି । ଏମିତିକା ଏକ ବଡ଼ ନିଷ୍ପତ୍ତି କୁ କାର୍ଯ୍ୟକାରୀ କରାଇଥିବା ସଦସ୍ୟମାନଙ୍କୁ ସମ୍ମାନାର୍ଥେ ଏଭଳି ପଦକ୍ଷେପ ନେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କହିଲେ "ଏମିତିକା ଭୀଷଣ ପରିସ୍ଥିତି ଆଗକୁ କେବେ ଲାଗୁ କରା ନ ଯିବା ଉଚିତ୍ ।"