ଅଧ୍ୟାପକଙ୍କ କଳା କାରନାମା, ଫୋନ କରି ଛାତ୍ରୀଙ୍କୁ କହିଲେ,'କିସ୍ ଦେ,ମାର୍କ ନେ, ନହଲେ….

 
Lecturer

ବାପା ମାଆଙ୍କ ପରେ ଜଣେ ନିଜ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହିଁ ନିଜର ଆଦର୍ଶ ମାନିଥାନ୍ତି। ସେମାନଙ୍କର ପଥପଦର୍ଶନରେ ହିଁ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଢ଼ିଥାନ୍ତି। କିନ୍ତୁ, ବେଳେ ବେଳେ କିଛି ଶିକ୍ଷକ ଛାତ୍ରୀମାନଙ୍କ ସହିତ ଅସଦାଚରଣ ଭଳି ଘୃଣ୍ଯ କାମ କରିବାକୁ ମଧ୍ୟ ପଛାଉନାହାଁନ୍ତି। ଯାହାକି ସମାଜ ଉପରେ କୁପ୍ରଭାବ ପକାଉଅଛି।

Crying

ଏଭଳି ହିଁ ଏକ ଘଟଣାର ଅଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜ୍ଞା ହଁ, କଲେଜରେ ଫିଜିକ୍ସ ଅଧ୍ୟାପକ ଥିବା ରାଧାକାନ୍ତ ଦାସ ନାମକ ଜଣେ ବ୍ୟକ୍ତି ସେହି କଲେଜରେ +୩ ରେ ପଢ଼ୁଥିବା ଜଣେ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ବରଂ ରାଧାକାନ୍ତ ଫୋନ ଯୋଗେ ଉକ୍ତ ଯୁବତୀଙ୍କୁ କିସ୍ ମାଗୁଥିବାର ଏକ ଅଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଲାଇବ୍ରେରୀକୁ ଏକାନ୍ତରେ ଆସି କିସ୍ ଦେଲେ କୁଆଡେ ସାର୍ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ସବୁଠାରୁ ଅଧିକ ମାର୍କ ଦେବେ ବୋଲି କହୁଥିବାର ଶୁଣିବାକୁ ମିଳୁଛି। 

Victim

ସବୁଠାରୁ ବଡ଼ କଥା ହେଉଛି ଅଧ୍ୟାପକ ଜଣକ ଯୁବତୀଙ୍କୁ ଅସଦାଚରଣ କରିବା ସହିତ ଓୟୋକୁ ଡ଼ାକୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଏହି ଘଟଣା ମାର୍ଚ୍ଚ ୨୦୨୩ ମସିହାର ହୋଇଥିବା ବେଳେ ଏହାର ଏକ ଅଡିଓ କ୍ଲିପ୍ ଭାଇରାଲ ହେଉଛି। ତେବେ, ଏଥିନେଇ ପୀଡିତା ଅଭିଯୋଗ କରିଥିବା ବେଳେ ସୋର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

ତେବେ, ଉଭୟେ ପୋଲିସ ଏବଂ କଲେଜ ମୁଖ୍ୟ ଅଧ୍ୟାପକଙ୍କୁ ଘଣ୍ଟ ଘୋଡାଇ ରଖୁଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବର୍ତ୍ତମାନ ଫେରାର ରହିଥିବା ବେଳେ ତାଙ୍କୁ କଲେଜ ପକ୍ଷରୁ ଦରମା ମିଳୁଥିବା ମଧ୍ୟ କୁହାଯାଉଛି। ଏହି ଘଟଣା ପରେ ଉକ୍ତ ଷ୍ଟ୍ରିମରେ କେହି ଆଡମିସନ୍ ନେଉ ନଥିବା ମଧ୍ୟ ଶୁଣିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ:- ଏଣିକି ସେକ୍ସ୍ ଉପରେ ପାଠ ପଢ଼ିବେ ପିଲା! ପାଠ୍ୟକ୍ରମରେ ରହିବ ଯୌନ ଏଜୁକେସନ୍, ଜାଣନ୍ତୁ ପୁରା ଖବର