ଏଣିକି ସେକ୍ସ୍ ଉପରେ ପାଠ ପଢ଼ିବେ ପିଲା! ପାଠ୍ୟକ୍ରମରେ ରହିବ ଯୌନ ଏଜୁକେସନ୍, ଜାଣନ୍ତୁ ପୁରା ଖବର

 
Education
ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଛି ସେକ୍ସ୍ ଏଜୁକେଶନ । ଅନେକ ସମୟରେ ବିଶେଷ କରି ଭାରତୀୟ ସମାଜରେ ସେକ୍ସ୍ ସମ୍ବନ୍ଧୀୟ ଆଲୋଚନାକୁ ଆଗ୍ରାଧିକାର ଦିଆଯାଇ ନ ଥାଏ । ଅନ୍ୟ ଦେଶ ମାନଙ୍କରେ ଏହାର ଯେତେଟା ଗୁରୁତ୍ଵ ରହିଛି ଭାରତରେ କିନ୍ତୁ ଏହାକୁ ବେଶ୍ ଅନେକ ଦିନ ଧରି ଅଣଦେଖା କରାଯାଇ ଆସୁଛି । 

ଏ

ହେଲେ ଭାରତରେ ଏବେ ଏ ନେଇ ଧୀରେ ଧୀରେ ଲୋକ ମାନଙ୍କ ମନରେ ପରିବର୍ତ୍ତନ ଆସୁଛି ଏକ ମ ଅନେକ ସମୟରେ ଭାରତୀୟ ବୁଦ୍ଧିଜୀବୀ ମାନେ ଏହାକୁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଉପଦେଶ ଦେଇଥିବା ବେଳେ ପ୍ରଥମ ପଦକ୍ଷେପ ଉଠାଇଛି କର୍ଣ୍ଣାଟକ । ଭାରତରେ କେଉଁଠି ନା କେଉଁଠି ସେକ୍ସ୍ ଏଜୁକେସନ୍ ର ଅଭାବ ପାଇଁ ଅନେକ ସେକ୍ସ୍ ଜନିତ ଅପରାଧ ଦେଖିବାକୁ ମିଳୁଛି । ବିଶେଷ କରି ନାବାଳିକା ମାନେ ଶୀକାର ହେଉଛନ୍ତି ।

ତେବେ ଏନେଇ କର୍ଣ୍ଣାଟକ ଶିକ୍ଷାନୁଷ୍ଠାନ ଗୁଡିକ ନିଜ ଶିକ୍ଷା ବ୍ୟବସ୍ଥାରେ ସେକ୍ସ୍ ଏଜୁକେସନ କୁ ଏକ ବିଶେଷ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏ ନେଇ ଏସଓଏସଏସଏଚ ବିଭାଗର ମୁଖ୍ୟ ରବି ଶଙ୍କର ଏଭି କହିଛନ୍ତି ଯେ ଯଦି ଏଭଳି ନୀତିକୁ ଆମେ ଆପଣାଇବା ତେବେ ସମାଜରୁ କିଛି ଭୁଲ୍ ଚିନ୍ତାଧାରାକୁ ତଡ଼ି ପାରିବା । ତେବେ ଏହା ପ୍ରଣୟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏକ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍ ।

ତେବେ ଏ ନେଇ ଆର୍ଭି ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ୱାଈଏସଆର୍ ମୂର୍ତ୍ତି କହିଛନ୍ତି କେବଳ ପାଠ୍ୟକ୍ରମରେ ସେକ୍ସ୍ ଏଜୁକେସନ୍ ଯୋଡ଼ି ଦେଲେ ହେବ ନାହିଁ ଏଥି ପାଇଁ ବିଶେଷ ଭାବେ ପ୍ରଶିକ୍ଷିତ ଟିଚର୍ ମାନଙ୍କର ଆବଶ୍ୟକତା ରହିଛି । ସାଧାରଣ ଟିଚର୍ ମାନେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଏହି ବିଷୟରେ କହିବା ବେଳେ ସାଧାରଣତଃ ଲଜ୍ଜା ଅନୁଭବ କରିଥାଆନ୍ତି । ଯାହା ହୁଏ ତ ଉଚିତ୍ ନୁହେଁ ।

ତେବେ ଏ ନେଇ ଭାରତର ପ୍ରାୟ ସମସ୍ତ ଏଜୁକେସନ୍ ମ୍ୟାନେଜମେଣ୍ଟ ସଂସ୍ଥାର ମୁଖ୍ୟ ମାନେ ନିଜର ସମ୍ମତି ପ୍ରକାଶ କରିଛନ୍ତି । ତେବେ କେବଳ କହିଦେଲେ ହେବ ନାହିଁ ଏହି ବ୍ୟବସ୍ଥାକୁ ଆପଣେଇବାକୁ ହେଲେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ନିର୍ଦ୍ଧିଷ୍ଟ ଭିତ୍ତିଭୂମିର ଆବଶ୍ୟକତା ରହିଛି , ଯାହାର ବିନା ପ୍ରଚଳନରେ ସେକ୍ସ୍ କୁ ଏଜୁକେସନ୍ ରେ ଯୋଡିବା ଅର୍ଥହୀନ ହୋଇଯିବ ।