ଦେଖନ୍ତୁ ଭିଡିଓ: ମୋବାଇଲ୍ ପାଇଁ ବାପା-ମା ଗାଳି କରିବାରୁ ଜଳପ୍ରପାତ ଉପରକୁ ଚଢି ପାଣିକୁ ଡେଇଁ ପଡ଼ିଲା ଝିଅ

ଆଜିକାଲିର ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ ନିଶା। ଆଜ୍ଞା ହଁ, ମୋବାଇଲ ଦେଖିବା ନିଶା ଏପରି ଭାବରେ ଘାରୁଛି ଯେ ପିଲାମାନେ ନିଜର ହିତାହିତ ଜ୍ଞାନ ଭୁଲି ଭୁଲ ପଦକ୍ଷେପ ମଧ୍ୟ ଉଠାଉଛନ୍ତି। ଏଭଳି ହିଁ ଏକ ଘଟଣା ଛତିଶଗଡ଼ ଚିତ୍ରକୋଟ ଜଳପ୍ରପାତ ଠାରେ ଦେଖିବାକୁ ମିଳିଛି। ମୋବାଇଲ ଚଲାଇବାକୁ ନେଇ ଘରେ ଗାଳି ଦେବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାଇ ୨୧ ବର୍ଷିୟ ଯୁବତୀ ସରସ୍ୱତୀ ମୌର୍ଯ୍ୟ ଅଧିକାଂଶ ସମୟ ମୋବାଇଲରେ ବିତାଉଥିଲେ। ଏପରିକି ଘରେ ରହୁଥିବା ସମୟରେ ମଧ୍ୟ ସେ ପରିବାରକୁ ସମୟ ଦେବା ବଦଳରେ ମୋବାଇଲ ଦେଖିବାରେ ବିତାଉଥିଲେ। ଏଥିପାଇଁ ଘର ଲୋକେ ତାଙ୍କୁ ଗାଳି ମଧ୍ୟ ଦେଉଥିବା ଜଣାପଡିଛି। ତେବେ, ଘଟଣାଦିନ ମଧ୍ୟ ସେହିପରି କିଛି ହୋଇଥିଲା। ମୋବାଇଲ ନିଶା ପାଇଁ ଘରୁ ଗାଳି ଖାଇ ସରସ୍ୱତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
#WATCH : A woman attempted to commit suicide by jumping into Chitrakoot #Waterfall of #Bastar district, Chhattisgarh. Fortunately, the woman managed to swim back to shore.#Chitrakoot #ChitrakootNews pic.twitter.com/pesrPEAkXy
— upuknews (@upuknews1) July 19, 2023
ଏପରିକି ଏଥିପାଇଁ ସେ ଛତିଶଗଡ଼ର ମିନି ନାଏଗ୍ରା କୁହାଯାଉଥିବା ଚିତ୍ରକୋଟ ଜଳପ୍ରପାତରେ ପହଞ୍ଚି ଯାଇଥିଲେ। ସେ ପାଣି ନିକଟକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ମନା କରିଥିଲେ ହେଁ ମାନିନଥିଲେ ସରସ୍ୱତୀ। କିନ୍ତୁ, ପାଣିକୁ ଡେଇଁବା ପରେ ସେ ପହଁରିବା ଆରମ୍ଭ କରିଥିଲେ। ସ୍ଥାନୀୟ ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବା ଜାଣିବାକୁ ମିଳିଛି।
ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ରଙ୍ଗ୍ ନମ୍ବରରୁ ହୋଇଥିଲା ପ୍ରେମ ! କିନ୍ତୁ, ଟଙ୍କା ପାଇଁ ଭିଡ଼ିଓ କଲରେ ପ୍ରେମିକା ବିକି ଦଉଚି ଇଜ୍ଜତ, ଛଟପଟ ହେଉଛନ୍ତି ଯୁବକ