ଦେଖନ୍ତୁ ଭିଡ଼ିଓ: ରଙ୍ଗ୍ ନମ୍ବରରୁ ହୋଇଥିଲା ପ୍ରେମ ! କିନ୍ତୁ, ଟଙ୍କା ପାଇଁ ଭିଡ଼ିଓ କଲରେ ପ୍ରେମିକା ବିକି ଦଉଚି ଇଜ୍ଜତ, ଛଟପଟ ହେଉଛନ୍ତି ଯୁବକ

 
Live in

କଥାରେ ଅଛି ପ୍ରେମ ପବିତ୍ର ଏବଂ ଶାଶ୍ୱତ, ଯିଏ ଯାହାକୁ ପ୍ରକୃତରେ ମନ ଦେଇ ଭଲ ପାଉଥିବ ଯେ କୌଣସି ପରିସ୍ଥିତିରେ ସେ ତାକୁ ଛାଡ଼ି ଯିବନାହିଁ। କିନ୍ତୁ, ବର୍ତ୍ତମାନ ସମୟରେ ଏଭଳି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ଯେଉଁଥିରେ ସାମାନ୍ୟ କିଛି ଟଙ୍କା ପାଇଁ ପୁଅ-ଝିଅ ମାନେ ସେମାନଙ୍କର ସାଥିକୁ ଧୋକା ଦେବାକୁ ପଛାଉନାହାଁନ୍ତି। ଆଜ୍ଞା ହଁ, ଜଣେ ଯୁବକ ଗଣମାଧ୍ୟମ ଆଗରେ ନିଜ ସହ ଘଟିଥିବା ଏଭଳି ଏକ ଦୁଃଖଦ କାହାଣୀ ବଖାଣିଛନ୍ତି। 

Boy

ତାଙ୍କ କହିବା ଅନୁଯାଇ କିଛି ବର୍ଷ ତଳେ ଏକ ମିସକଲ୍ ମାଧ୍ୟମରେ ତାଙ୍କର ଜଣେ ଯୁବତୀଙ୍କ ସହିତ ସାକ୍ଷାତ ହୋଇଥିଲା। ପ୍ରଥମ କଲ୍ ପରେ ଉଭୟଙ୍କୁ ଉଭୟେ ପସନ୍ଦ ଆସି ଯାଇଥିଲେ। ଏହାପରେ ଉଭୟେ ଫୋନରେ କଥା ହେବା ସହିତ ସେମାନଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢିଉଠିବା ସହିତ ସେମାନେ ଲିଭ୍-ଇନ୍ ରେ ରହିବାକୁ ଲାଗିଥିଲେ। 

କିନ୍ତୁ, ଏହାରି ଭିତରେ ଯୁବତୀ ଜଣକ ଧୋକା ଦେବାକୁ ଲାଗିଥିଲେ ସେ ଆଉ ଜଣେ ଯୁବକଙ୍କ ସହିତ ସମ୍ପର୍କରେ ଆସିଥିଲେ। କେବଳ ସେତିକି ନୁହେଁ ବରଂ ଟଙ୍କା ଲୋଭରେ ଯୁବତୀ ଜଣକ ଭିଡ଼ିଓ କଲ୍ ମାଧ୍ୟମରେ ନିଜର ଇଜ୍ଜତ ନିଲାମ କରୁଥିବା ମଧ୍ୟ ଯୁବକ ଜଣକ ଜାଣିବାକୁ ପାଇଥିଲେ।ଏଥିନେଇ ସେ ନିଜ ପ୍ରେମିକାକୁ ବୁଝାଇବା ସହିତ ସୁଧୁରିଯିବା ପାଇଁ କହିଥିଲେ।

କିନ୍ତୁ, ଟଙ୍କା ଲୋଭରେ ବଶବର୍ତ୍ତୀ ଯୁବତୀ ଜଣକ ଠିକ୍ ବାଟକୁ ଆସିନଥିଲେ। ଫଳରେ ଯୁବକ ଜଣକ ଯୁବତୀଙ୍କ ଘରକୁ ଯାଇ ସବୁ କଥା କହିଥିଲେ ହେଁ ତାଙ୍କ ଘର ଲୋକେ ପାଲଟା ଆକ୍ରମଣ କରିବା ସହିତ ପୋଲିସରେ ଏକ ମିଛ ଏତଲା ଦେଇଥିଲେ। ବର୍ତ୍ତମାନ ଯୁବକ ଜଣକ ଗଣମାଧ୍ୟମ ଆଗରେ ଝିଅଟିକୁ ଠିକ୍ ବାଟକୁ ଆସି ପୁଣିଥରେ ତାଙ୍କ ପାଖକୁ ଫେରି ଆସିବାକୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି।