ରଣବୀରଙ୍କ ସହିତ ନିର୍ବନ୍ଧ ପୂର୍ବରୁ ଅନ୍ୟ ଜଣଙ୍କ ସହିତ ରହିଥିଲା ଦୀପିକାଙ୍କ ସମ୍ପର୍କ, ହେବାକୁ ଚାହୁଁଥିଲେ ତାଙ୍କ ପିଲାର ମାଆ

 
Ranbir deepika

ଅନେକ ବାଲିଉଡ଼ ଅଭିନେତା ଏବଂ ଅଭିନେତ୍ରୀ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ମନ୍ତବ୍ୟ ଦେଇଥାନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ। ଏବେ ରଣବୀର ସିଂଙ୍କ ପତ୍ନୀ ତଥା ବାଲିଉଡ଼ର ଆଗ ଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକନ୍ ଏଭଳି ହିଁ ଏକ ମତ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

Deepika

ଦୀପିକା-ରଣବୀର ଯୋଡ଼ି ବାଲିଉଡ଼ର ଅନ୍ୟତମ ହଟ୍ ଏବଂ ଫେମସ୍ ଯୋଡ଼ି ଭାବରେ ଅନ୍ୟତମ। ତେବେ, ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଜଣଙ୍କୁ ଡେଟ୍ କରିବା ସହିତ ତାଙ୍କ ଛୁଆର ମାଆ ହେବାକୁ ଇଚ୍ଛୁକ ଥିବା ଦୀପିକା ଖୋଲାଖୋଲି ଭାବରେ କହିଛନ୍ତି। ଏହି କଥାଟି ସେ 'କଫି ଓ୍ବିଥ୍‌ କରନ୍-୮'କୁ ଆସି କହିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଦୀପିକା ଏହା କହିବା ସମୟରେ ତାଙ୍କ ସହିତ ତାଙ୍କ ସ୍ୱାମୀ ରଣବୀର ମଧ୍ୟ ଉପସ୍ଥିତ ରହିଥିଲେ। ଲାଇଭ୍ ଟିଭିରେ ତାଙ୍କର ଏଭଳି ମତ ଶୁଣି ରଣବୀର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ସୋ ସମୟରେ କରଣ ଦୀପିକାଙ୍କୁ ପଚାରିଥିଲେ ଯେ,"ରଣବୀରଙ୍କୁ ବିବାହ କରିବା ପୂର୍ବରୁ ଆପଣ ଆଉ କାହାକୁ ଡେଟ୍ କରୁଥିଲେ କି?"

Koffee karan

ଯାହାର ଉତ୍ତରରେ ରଣବୀର ସିଂଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା। କିନ୍ତୁ ସେ ଆଉ ଜଣେ ଅଭିନେତାଙ୍କୁ ପସନ୍ଦ କରୁଥିଲେ ଏପରିକି ତାଙ୍କ ଛୁଆର ମାଆ ହେବାକୁ ଚାହୁଁଥିବା କହିଥିଲେ ଦୀପିକା। ଏଠାରେ କହି ରଖୁଛୁ ଯେ ସେହି ଅଭିନେତା ଜଣକ ଆଉ କେହି ନୁହେଁ ବରଂ ପ୍ରଖ୍ୟାତ ହଲିଉଡ଼ ଅଭିନେତା ଭିନ୍ ଡିଜେଲ ଅଟନ୍ତି।

Vin diesel

ହଲିଉଡ଼ ଫିଲ୍ମ 'ଏକ୍ସଏକ୍ସଏକ୍ସ ଜାଭେଣ୍ତର କେଜ୍' ରେ ଦୀପିକା ଭିନଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୫ ମସିହାରେ ତାଙ୍କୁ ସେ ଡେଟ୍ କରୁଥିବା କଥା ମଧ୍ୟ କହିଛନ୍ତି ଦୀପିକା। ସେହି ସମୟରେ ଉଭୟ ଉଭୟଙ୍କୁ ପସନ୍ଦ କରୁଥିବା ବେଳେ ତାଙ୍କ ଛୁଆର ମାଆ ହେବାକୁ ଚାହୁଁଥିଲେ ଦୀପିକା। 

ଆହୁରି ପଢ଼ନ୍ତୁ:- ପଣ୍ଡିଆନଙ୍କ ଅଡ଼ୁଆ ରାଜନୀତିର ଶିକାର ପାଲଟିଛି ଓଡ଼ିଶା, କଣ ରହିବ ଆଗାମୀ ମୋଡ଼..? ଜାଣନ୍ତୁ ପୁରା ଖବର