ପଣ୍ଡିଆନଙ୍କ ଅଡ଼ୁଆ ରାଜନୀତିର ଶିକାର ପାଲଟିଛି ଓଡ଼ିଶା, କଣ ରହିବ ଆଗାମୀ ମୋଡ଼..? ଜାଣନ୍ତୁ ପୁରା ଖବର

 
Pandian

ପାଣ୍ଡୀଆନଙ୍କ ନିଷ୍ପତ୍ତିରେ ଏବେ ଦୋହଲିଛି ରାଜ୍ୟ ରାଜନୀତି। କିଛି ରାଜନୀତି ସମୀକ୍ଷକ ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶ କହୁଥିବା ବେଳେ କିଛି ଏହାକୁ ପ୍ରି ପ୍ଲାନ୍ ରାଜନୀତି ବୋଲି କହୁଛନ୍ତି । ସଠିକ୍ ଉତ୍ତର ନ ଥିଲେ ମଧ୍ୟ ପ୍ରଶ୍ନ ଏବେ ଅନେକ। ଯାହାର ଉତ୍ତର ହୁଏ ତ ନବୀନ ଓ ପାଣ୍ଡିଆନ ଙ୍କ ଛଡ଼ା ଅନ୍ୟ କେହି ଦେବା ସମ୍ଭବ ନୁହେଁ । ପ୍ରଶ୍ନ ଯେପରିକି ;

Pandian

ମୁଖ୍ୟମନ୍ତ୍ରୀ ନବୀନଙ୍କ ପରେ ଓଡ଼ିଶାର ଭବିଷ୍ୟତ କଣ ପାଣ୍ଡିଆନ  ?

ପାଣ୍ଡିଆନ ଙ୍କ ଏପରି ସିଧା ସଳଖ ରାଜନୈତିକ ନିଯୁକ୍ତିର ଲକ୍ଷ କଣ ରହିଛି  ? 

ଏ ନେଇ ବିରୋଧୀ ଦଳ ମାନଙ୍କର ପ୍ରତିବାଦର ସ୍ବର କାହିଁକି ଶୁଭୁ ନାହିଁ  ? 

କଣ ସତରେ ବିଜେଡ଼ି ଓ ବିଜେପି ଭିତରେ ରହିଛି କିଛି ଭିତିରିଆ ବୁଝାମଣା ?

ଏପରି ଅନେକ ପ୍ରଶ୍ନ ଉଠୁଛି ଓଡ଼ିଶା ରାଜ୍ୟ ରାଜନୀତିରେ । ପାଣ୍ଡିଆନଙ୍କ ଏହି ରାଜନୈତିକ ଯାତ୍ରା ମଧ୍ୟ ଏତେ ସହଜ ନ ଥିଲା । ତାଙ୍କର ଏହି ରାଜନୈତିକ ଯାତ୍ରାରେ କେବେ ତାଙ୍କୁ କାଳୀ ମାଡ ତ କେବେ ପୁଣି ବିରୋଧୀଙ୍କ କଟାକ୍ଷ ସହିବାକୁ ପଡ଼ିଥିଲା । ପାଣ୍ଡିଆନ ସର୍ଭିସ୍ ରେ ଥିବା ବେଳେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ବିରୋଧ ଭାଷା ଥିଲା ତାହା ହେଉଛି ଜଣେ ସରକାରୀ ଚାକିରିଆ ହୋଇ କିପରି କରୁଛନ୍ତି ଖୁଲମ ଖୁଲା ରାଜନୀତି ।

ହେଲେ ଏବେ କିନ୍ତୁ ସମ୍ପୂର୍ଣ ଘେରରେ ପାଣ୍ଡିଆନ । ପାଣ୍ଡିଆନଙ୍କ ଏପରି ନିଷ୍ପତ୍ତି ଏବେ ଅଡ଼ୁଆରେ ପକାଉଛି ରାଜନୀତିକୁ । କେହି କେହି କହୁଛନ୍ତି ପାଣ୍ଡିଆନଙ୍କୁ କେବଳ ବିଜେଡିର ନୁହେଁ ବିଜେପିର ବି ମିଳୁଛି ସମର୍ଥନ ।