ରଶ୍ମିକା ଓ କ୍ୟାଟ୍ରିନାଙ୍କ ପରେ ଆଲିଆଙ୍କ MMS ଭିଡ଼ିଓ ଭାଇରାଲ ! ଚିନ୍ତା ରେ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ 

 
Alia

ବର୍ତ୍ତମାନ ସମୟରେ ବିଜ୍ଞାନ ଏବଂ ଟେକ୍ନୋଲୋଜି ଧୃତଗତିରେ ଆମ ସମାଜରେ ପ୍ରଭାବ ବିସ୍ତାର କରୁଅଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ମଣିଷ ବିଭିନ୍ନ କଷ୍ଟସାଧ୍ୟ କାମକୁ ମଧ୍ୟ ଅତି ସହଜରେ କରି ପାରୁଛି। କିନ୍ତୁ, ଦୁଃଖର ବିଷୟ କିଛି ବ୍ୟକ୍ତି ଏହାର ସମାନ ପରିମାଣରେ ଅପବ୍ୟବହାର ମଧ୍ୟ କରୁଛନ୍ତି।

Alia

ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI)ର ବ୍ୟବହାର କରି ଅଭିନେତ୍ରୀ ଏବଂ ସେଲିବ୍ରିଟି ମାନଙ୍କର ଡ଼ିପ୍ ଫେକ୍ ଫୋଟୋ ଏବଂ ଭିଡ଼ିଓ ପ୍ରସ୍ତୁତ କରାଯାଉଅଛି। ଅନ୍ୟ କାହାର ଶରୀର ଉପରେ ସେଲିବ୍ରିଟିମାନଙ୍କର ଚେହେରାକୁ ଇମ୍ପ୍ଲାଣ୍ଟ କରାଯାଇ ଅବିକଳ ସେହିପରି ଏକ ଭିଡ଼ିଓ ପ୍ରସ୍ତୁତ କରାଯାଇଥାଏ। ବାଲିଉଡ଼ର ଅନେକ ଅଭିନେତ୍ରୀ ଏହାର ଶିକାର ହେଉଥିବା ଦେଖିବାକୁ ମିଳିସାରିଛି।

ପୂର୍ବରୁ ବାଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କର ଏକ ଅଶ୍ଳୀଳ ଡ଼ିପ୍-ଫେକ୍ ଭିଡ଼ିଓ ବହୁତ ଭାଇରାଲ ହୋଇଥିଲା। ଚଳିତବର୍ଷ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କର ମଧ୍ୟ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏବେ ବାଲିଉଡ଼ ତନୟା ଆଲିଆ ଭଟ୍ଟଙ୍କର ମଧ୍ୟ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Deep fake

ଉକ୍ତ ଭିଡ଼ିଓରେ ଆଲିଆଙ୍କୁ ବେସ୍ ଅଧିକ ବୋଲ୍ଡ ଏବଂ ସିଡ୍ୟୁସିଭ୍ ଅବତାରରେ ଦେଖିବାକୁ ମିଳିଛି। ସେ ବେଡ୍ ଉପରେ ଛୋଟ ଡ୍ରେସ ପିନ୍ଧି ବସିଥିବା ଦେଖିବାକୁ ମିଳିଛି। ଏନେକେ ଏହାକୁ ସତ ବୋଲି ଭାବୁଥିବା ବେଳେ ଏହା ଏକ ଡ଼ିପ୍-ଫେକ୍ ଭିଡ଼ିଓ ବୋଲି ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଏଭଳି ଭିଡ଼ିଓ ଗୁଡିକର ସଂଖ୍ୟା ବଢୁଥିବା ନେଇ ଚିନ୍ତାର ବିଷୟ ପାଲଟିଛି।


କେନ୍ଦ୍ର ସରକାର ଏଥିନେଇ ଚିନ୍ତିତ ରହିଥିବା ପ୍ରକାଶ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିନେଇ ବିବୃତ୍ତି ରଖିଥିଲେ। ତେବେ, ଆଗକୁ ଏଭଳି ଡ଼ିପ୍-ଫେକ୍ ଭିଡ଼ିଓର ପ୍ରସ୍ତୁତିକୁ ରୋକିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରି ପାରନ୍ତି ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ:- ୯ ବର୍ଷ ଝିଅର ମନେ ପଡିଗଲା ପୂର୍ବଜନ୍ମ କଥା, ଗୋଟି ଗୋଟି କରି ବଖାଣିଲା ସତ, କମ୍ପାନୀର ସିିଇଓ କେମିତି ଝିଅକୁ...