୯ ବର୍ଷ ଝିଅର ମନେ ପଡିଗଲା ପୂର୍ବଜନ୍ମ କଥା, ଗୋଟି ଗୋଟି କରି ବଖାଣିଲା ସତ, କମ୍ପାନୀର ସିିଇଓ କେମିତି ଝିଅକୁ...

 
Jhia

ଆମେ ଆଜି ଯାହା ଆପଣଙ୍କୁ କହିବାକୁ ଯାଉଛୁ କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ଏହାକୁ ଆପଣ ଅବିଶ୍ବାସ ବି କରିପାରନ୍ତି । ଆପଣଙ୍କ ସବୁ ପ୍ରକାରର ସନ୍ଦେହ ମଧ୍ୟ ସ୍ବଭାବିକ ଅଟେ । ହେଲେ ଏପରି ଏକ ଘଟଣା ଘଟି ସାରିଛି । ଯାହାକୁ ନେଇ ଏବେ ପୁରା ଚାଞ୍ଚଲ୍ୟ ଦେଖା ଦେଇଛି ସ୍ଥାନୀୟ ଅଞ୍ଚଳରେ । ଝିଅଟିର ଏପରି ବ୍ୟବହାର କରି ଦେଇଛି ସମସ୍ତଙ୍କୁ ଆଚମ୍ବିତ ।

ସି

ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏକ ଛୋଟ ଗାଆଁରେ। ସେହି ଗାଁରେ ଜନ୍ମ ନିଏ ସନ୍ଧ୍ୟା। ଛୋଟ ବଳ ଠାରୁ ସନ୍ଧ୍ୟାର ହରକତ କିଛି ଅଜବ ଥିଲା । ବୟସ ବଢିବା ସହିତ ତାହାର ଏହି ହରକତ ବି ବଢିବାରେ ଲାଗିଲା। କେବେ ସେ ମନେ ମନେ ଗପୁଥିଲା ତ କେବେ ଅନ୍ଧାରକୁ ଦେଖି ଚିତ୍କାର କରି ଉଠୁଥିଲା।

ଝିଅର ଏପରି ବ୍ୟବହାରରେ ସନ୍ଧ୍ୟାର ବାପା ମା ଦୁହେଁ ଖୁବ୍ ଚିନ୍ତିତ ଥିଲେ। ଯେଉଁଥି ପାଇଁ ସନ୍ଧ୍ୟାର ବାପା ସ୍ଥିର କଲେ ତାଙ୍କୁ ଶିବ ମନ୍ଦିର ନେଇ ଦର୍ଶନ କରାଇ ଆଣିବା ପାଇଁ । ସେ ସନ୍ଧ୍ୟାକୁ ଶିବ ମନ୍ଦିର ମଧ୍ୟ ନେଇଗଲେ। ସନ୍ଧ୍ୟା ଶିବ ମନ୍ଦିରରେ ପ୍ରଣାମ କରୁଥିବା ସମୟରେ ତା ମୁଣ୍ଡରେ ହଠାତ୍ ମନ୍ଦିରର ଘଛିଡି ପଡିଥିଲା। ଯାହା ପରେ ସେ ସେହିଠାରେ ହିଁ ମୂର୍ଚ୍ଛା ଯାଇଥିଲା। ଯାହା ପରେ ସ୍ଥାନୀୟ ଲୋକ ମିଶି ତାକୁ ମେଡ଼ିକାଲ ନେଇ ଯାଇଥିଲେ ।

ସନ୍ଧ୍ୟାର ଚେତା ଆସିବା ପରେ ସେ କାହାକୁ ବି ଚିହ୍ନି ପାରି ନ ଥିଲା । ତାକୁ ସନ୍ଧ୍ୟା ବୋଲି ଡାକିବାରୁ ସେ ପ୍ରଶ୍ନ କରିଥିଲା ସନ୍ଧ୍ୟା କିଏ ।  ମୁଁ ତ ପ୍ରିୟଙ୍କା । ମୁ ହାଇଦ୍ରାବାଦରେ ରୁହେ । ମୋର ବୟସ ଚବିଶ ବର୍ଷ । ମୁଁ ଏକ ମଲଟିନ୍ୟାସନାଲ କମ୍ପାନୀରେ କାମ କରୁଥିଲି । ସେହି କମ୍ପାନୀ ର ସିଇଓ ଙ୍କ ନଜର ମୋ ପ୍ରତି ଖରାପ୍ ରହିଥିଲା । ଦିନେ ସେ ମୋତେ ଫାଇଲ୍ କାମ କରିବା ପାଇଁ ନିଜ ଘରକୁ ଡକାଇ ଥିଲେ ।

ମୁଁ ତାଙ୍କ ଘରେ ପହଞ୍ଚିଲା ବେଳକୁ ତାଙ୍କ ଘରେ କେହି ନଥିଲେ । ତା ପରେ ସେ ମୋ ସହିତ ଖରାପ୍ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଶେଷରେ ମୋତେ ମାରି ଦେଇ ମୋତେ ତାଙ୍କ ବଗିଚାରେ ପୋତି ଦେଇଥିଲେ । ଏବଂ ତା ପରେ ସମସ୍ତ ପ୍ରମାଣ ନଷ୍ଟ କରି ଦେଇ ଥିଲେ ।

ଏପରି କଥା ଶୁଣିବା ପରେ ସ୍ଥାନୀୟ ଲୋକେ ଝିଅଟିକୁ ପୋଲିସ ଥାନା ନେଇ ଯାଇଥିଲେ । ପୋଲିସ୍ ଝିଅଟିର କଥାକୁ ସହଜରେ ବିଶ୍ୱାସ କରି ନ ଥିଲେ ସୁଦ୍ଧା ଝିଅଟି ବତାଇ ଥିବା ଜାଗାକୁ ଅନୁସନ୍ଧାନ ପାଇଁ ଯାଇଥିଲେ । ଯେଉଁଠି ସେ ଏକ ଶବ ପାଇଥିଲେ । ଯାହା ଆଧାରରେ ଝିଅଟିର କଥା ସତ ପ୍ରମାଣିତ ହୋଇଥିଲା । ଯାହା ପରେ ପୋଲିସ କମ୍ପାନିର ସିଇଓ ଙ୍କୁ ଗିରଫ କରିଛି।