ନୂଆବର୍ଷରେ ଘର ଆଗରେ ଲଗାନ୍ତୁ ଏହି ଗଛ, ସୁଖଃ ଶାନ୍ତି ଫେରି ଆସିବା ସହିତ ହେବ ଧନର ଆଗମନ

 
Laxmi puja

ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ ନୂଆବର୍ଷ। ବିଗତବର୍ଷରେ ଯାହା ହୋଇଥାଉ ନା କାହିଁକି ସବୁ ପଛକୁ ପକାଇ ନୂଆବର୍ଷରେ ଜୀବନର ଏକ ନୂଆ ଶୁଭାରମ୍ଭ କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିଛନ୍ତି। ନୂଆ ବର୍ଷକୁ ଭଲରେ ଆରମ୍ଭ କରିବାକୁ ଚାହୁଁଥିଲେ ବାସ୍ତୁଶାସ୍ତ୍ର ଅନୁଯାଇ ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ହେବ। ଏହି ମର୍ମରେ ଜୀବନରେ ଆର୍ଥିକ ପରିସ୍ଥିତି ସୁଧାରିବା ଏବଂ ସମସ୍ୟା ଗୁଡିକରୁ ବର୍ତ୍ତିବା ପାଇଁ ଘରେ ଦେବଦାରୁ ଗଛ ଲଗାଇବା ଏକ ଭଲ ସମାଧାନ ଅଟେ।

Vastu

୧. ନୂଆବର୍ଷରେ ଦେବଦାରୁ ପତ୍ରରେ ତୋରଣ ତିଆରି କରି ଘରର ମୁଖ୍ୟ ଦ୍ୱାର ଆଗରେ ଟାଙ୍ଗନ୍ତୁ। ଏହା କରିବା ଦ୍ୱାରା ଘରର ବାସ୍ତୁ ସୁଧୁରିବା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ।

Debdaru

୨. ଘରେ ଦମ୍ପତ୍ତିଙ୍କ ମଧ୍ୟରେ କଳହ ଚାଲିଥିଲେ। ପ୍ରତିଦିନ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଦେବଦାରୁ ଗଛରେ ଜଳଅର୍ପଣ କରନ୍ତୁ। ଏହାଦ୍ୱାରା ବୁଝାମଣା ବଢିବା ସହିତ ଘରେ ସୁଖଃ ଶାନ୍ତି ଫେରି ଆସିବ।

୩. ନିଜର ବିବାହକୁ ନେଇ ଚିନ୍ତାରେ ରହୁଥିଲେ ଦେବଦାରୁ ପତ୍ରକୁ ଗାଧୋଇବା ପାଣିରେ ପକାଇ ଗାଧାନ୍ତୁ। ଏହା କରିବା ଦ୍ୱାରା ହେଉଥିବା ସମସ୍ୟାର ନିବାରଣ ହେବ।

Mata Laxmi

୪. ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ରହିଛି ତେବେ ଦେବଦାରୁ ଗଛର ଚେରକୁ ଆଣି ଧୋଇ ଶୁଖାଇ ଦିଅନ୍ତୁ। ଚେର ଶୁଖିଯିବା ପରେ ଏହାକୁ ଟଙ୍କା ରଖୁଥିବା ସ୍ଥାନରେ ଆଣି ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବନାହିଁ।

ଆହୁରି ପଢ଼ନ୍ତୁ:- ​​​​ଏମିତିବି ବଦଳେ ଜୀବନ! ମାସକୁ ଦରମା ୧୦୦ କୋଟି ଟଙ୍କା ଥିଲା, କିନ୍ତୁ ମାତ୍ର ବର୍ଷକରେ ଚାକିରି ଚାଲିଗଲା, ତା'ପରେ ଏବେ...