​​​​ଏମିତିବି ବଦଳେ ଜୀବନ! ମାସକୁ ଦରମା ୧୦୦ କୋଟି ଟଙ୍କା ଥିଲା, କିନ୍ତୁ ମାତ୍ର ବର୍ଷକରେ ଚାକିରି ଚାଲିଗଲା, ତା'ପରେ ଏବେ...

 
Paras agrawal
ମାସକୁ ଦରମା ଥିଲା ୧୦୦ କୋଟି । ହେଲେ ଏବେ ଚାକିରୀ ଯିବା ପରେ ଖାଲି ବସିଛନ୍ତି ଘରେ । ଆମେ ଏଠାରେ ଜଣେ ଭାରତୀୟଙ୍କ କଥା ହିଁ କହୁଛୁ । ଯିଏ ନିଜର ଯୋଗ୍ୟତା ପାଇଁ ପାଇଥିଲେ ଏହି ୧୦୦ କୋଟିର ଚାକିରୀ। ହେଲେ ବେଶୀ ଦିନ କିନ୍ତୁ ଚାଲି ନ ଥିଲା ତାଙ୍କର ଏହି ଯାତ୍ରା । ସେ କାମ କରୁଥିବା କମ୍ପାନୀ ବିକ୍ରି ହେବା ପରେ ନୂଆ ମାଲିକ କାଢି ଦେଇଥିଲେ ତାଙ୍କୁ ଚାକିରୀରୁ ।

Paras agrawal

ଆପଣ ନିଶ୍ଚିତ ଜାଣି ସାରିବେଣି ସେ ଭାରତର ଅତି ପରିଚିତ ପରାସ ଅଗ୍ରୱାଲ । ଯେ କି ଟୁଇଟରର ସିଇଓ ଭାବେ କାର୍ଯ୍ୟ କରୁଥିଲେ । ପରାସ୍ ITI ବମ୍ବେରୁ ଗ୍ରାଜୁଏଟ ହେବା ପରେ କମ୍ପ୍ୟୁଟର୍ ସାଇନ୍ସ ରେ ପିଜି କରିବା ପାଇଁ ଆମେରିକା ଚାଲି ଯାଇଥିଲେ । ଯେଉଁଠି ଖୋଲି ଯାଇଥିଲା ତାଙ୍କ ଭାଗ୍ୟ ।

ପରାସ ରାଜସ୍ଥାନ ର ବାସିନ୍ଦା ଅଟନ୍ତି । ତାଙ୍କର ବାପା ପରମାଣୁ ଆଣବିକର ଅଧକ୍ଷ ଭାବେ କାମ କରୁଥିଲେ ଏବଂ ତାଙ୍କ ମାଆ ଅର୍ଥନୀତିର ଅଧକ୍ଷ ଅଟନ୍ତି । ୨୦୨୧ ମସିହାରେ ପରାସ୍ ଟୁଇଟର୍ ର ସିଇଓ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହାକୁ ଏଲନ୍ ମସ୍କ୍ କିଣିନେବା ପରେ ସେ ପରାସ୍ ଙ୍କୁ ସିଇଓ ପଦରୁ କାଢି ଦେଇଥିଲେ । ଶୁଣିବାକୁ ମିଳୁଛି ଟୁଇଟର ରୁ ବାହାରିବା ପରେ ପରାସ୍ ଅନ୍ୟ କେଉଁ କମ୍ପାନୀରେ ଜଏନ କରି ନାହାନ୍ତି ।