ଭାରତର ସଫଳତାକୁ ସହି ପାରୁନାହିଁ ଚୀନ୍, କହିଲା "ଚନ୍ଦ୍ରାଯାନ-୩ ଭାରତ ପଠାଇନି, କେବଳ ଆନିମେସନ ଦ୍ୱାରା..."

 
China

ଚନ୍ଦ୍ରଯାନ-୩ର ସଫଳତା ପରେ ସାରା ବିଶ୍ୱରେ ଭାରତର ପ୍ରଶଂସା ହେବାକୁ ଲାଗିଲାଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଅଗଷ୍ଟ ୨୩ ତାରିଖରେ ଭାରତର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ କରିଥିଲା।

କିନ୍ତୁ, ଭାରତର ଏହି ସଫଳତାକୁ ବୋଧେ ଚୀନ୍ ଗ୍ରହଣ କରିପାରିନାହିଁ । କାରଣ ଭାରତ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିନାହିଁ ବୋଲି ଏବେ ଏହି ଦେଶ ମତ ରଖିଛି। ସେ କହିଛି ଭାରତ ଆନିମେସନ ଦ୍ୱାରା କବଳ ଭିଡ଼ିଓ କରି ବିଶ୍ୱ କୁ ଭ୍ରମିତ କରୁଛି ।

Chandrayan 3

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ନିକଟରେ ଅବତରଣ କରାଯାଇଥିବା ନେଇ ଭାରତ ଯେଉଁ ଦାବି କରୁଛି ତାହା ମିଛ। ଚନ୍ଦ୍ରଯାନ-୩ ଯେଉଁ ସ୍ଥାନରେ ଅବତରଣ କରିଥିଲା ତାହା ଦକ୍ଷିଣ ଧ୍ରୁବକ୍ଷେତ୍ର ନୁହେଁ ବୋଲି ଚୀନର ମୁନ୍ ମିଶନ ପୋଗ୍ରାମର ସଂସ୍ଥାପନ କହିଛନ୍ତି। ଗୋଟିଏ ପଟେ ସାରା ବିଶ୍ୱ ଏପରିକି NASA ମଧ୍ୟ ISRO ର ଏହି ସଫଳତା ପାଇଁ ପ୍ରଶଂସା କରୁଥିବା ବେଳେ ଚୀନର ଏଭଳି ମନ୍ତବ୍ୟ ବିବାଦ ସୃଷ୍ଟି କରିଛି।

ଚନ୍ଦ୍ରଯାନ-୩ ଦକ୍ଷିଣ ଧ୍ରୁବକ୍ଷେତ୍ର ନିକଟରେ ନୁହେଁ ଆକର୍ତିକ ଧ୍ରୁବିୟ କ୍ଷେତ୍ର ନିକଟରେ ଅବତରଣ କରିଥିଲା। ଭାରତ ରୋଭର ପାଖାପାଖି ୬୯ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିଥିଲା ବୋଲି ଚୀନ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାକୁ ସକ୍ଷମ ହୋଇପାରିଛି। ଭାରତର ଏହି ସଫଳତାକୁ ଚୀନ ସହଜରେ ଗ୍ରହଣ କରିପାରୁନଥିବା ବେଳେ ୨୦୨୪ରେ ଏହା ପାକିସ୍ତାନ ସହିତ ମିଶି ଚନ୍ଦ୍ର ମିଶନ୍ ଆରମ୍ଭ କରୁଥିବା ସୂଚନା ମିଳୁଛି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ବାପା ସହ ସୁପର ମାର୍କେଟ ଯାଇଥିଲା ଝିଅ, ଚକଲେଟ ଖାଇବାକୁ ଫ୍ରିଜ ଖୋଲିବାରୁ ଚାଲିଗଲା ଜୀବନ